Jiah Suicide Case: ଜିଆ ଖାନ୍ ମୃତ୍ୟୁ ମାମଲା; ସୁରଜ ପାଞ୍ଚୋଲି ନିର୍ଦ୍ଦୋଷରେ ଖଲାସ

Jiah Suicide Case: ଜିଆ ଖାନ୍ ମୃତ୍ୟୁ ମାମଲା; ସୁରଜ ପାଞ୍ଚୋଲି ନିର୍ଦ୍ଦୋଷରେ ଖଲାସ

Jiah Suicide Case: ଜିଆ ଖାନ୍ ମୃତ୍ୟୁ ମାମଲା; ସୁରଜ ପାଞ୍ଚୋଲି ନିର୍ଦ୍ଦୋଷରେ ଖଲାସ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

Jiah Suicide Case: ଅଭିନେତ୍ରୀ ଜିଆ ଖାନ୍ ମୃତ୍ୟୁ ମାମଲା । ସୁରଜ ପାଞ୍ଚୋଲି ନିର୍ଦ୍ଦୋଷରେ ଖଲାସ । ଅଭିନେତା ଆଦିତ୍ୟ ପାଞ୍ଚୋଲିଙ୍କ ପୁଅ ହେଉଛନ୍ତି ସୁରଜ ପାଞ୍ଚୋଲି । ମାମଲାର ଶୁଣାଣି କରି ସିବିଆଇ ସ୍ୱତନ୍ତ୍ର କୋର୍ଟ ଏହି ରାୟ ଶୁଣାଇଛନ୍ତି । ୨୦୧୩ ମସିହା ଜୁନ୍ ୩ ତାରିଖରେ ଅଭିନେତ୍ରୀ ଜିଆ ଖାନଙ୍କ ମୃତଦେହ ତାଙ୍କ ଘରୁ ଉଦ୍ଧାର ହୋଇଥିଲା । ଅଭିନେତା ଆଦିତ୍ୟ ପାଞ୍ଚୋଲିଙ୍କ ପୁଅ ସୁରଜ ପାଞ୍ଚୋଲି ଜିଆ ଖାନଙ୍କୁ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ନେଇ ଅଭିଯୋଗ ରହିଥିଲା ।

ମୁମ୍ବାଇ ଜୁହୁସ୍ଥିତ ଘରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଥିଲେ ଜିଆ ଖାନ । ମୃତ୍ୟୁ ପୂର୍ବରୁ ସେ ଏକ ୬ ପୃଷ୍ଠାର ଚିଠି ଲେଖିଥିଲେ । ଯାହାକୁ ଜବତ କରାଯାଇ ସୁରଜ ପାଞ୍ଚୋଲିଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରାଯାଇଥିଲା । ଆଉ ସିବିଆଇ ଏହାର ତଦନ୍ତ ଆରମ୍ଭ କରିଥିଲା । ମୁମ୍ବାଇ ପୋଲିସ ଦ୍ୱାରା ଜବତ ହୋଇଥିବା ଚିଠିଟି ଜିଆ ଖାନ ଲେଖିଥିଲେ ।

ସିବିଆଇ ଦାବି କରିଥିଲା ଯେ ପାଞ୍ଚୋଲିଙ୍କ ଜିଆ ଖାନଙ୍କ ସହ ଅନ୍ତରଙ୍ଗ ସମ୍ପର୍କ ଥିଲା । ଶାରୀରିକ ଏବଂ ମାନସିକ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ରହିଥିଲା । ସ୍ୱତନ୍ତ୍ର ସିବିଆଇ ଜଜ୍ ଉଭୟ ପକ୍ଷର ଚୂଡ଼ାନ୍ତ ଯୁକ୍ତି ଶୁଣିବା ପରେ ଗତ ସପ୍ତାହରେ ଏହି ମାମଲାର ରାୟକୁ ଏପ୍ରିଲ ୨୮ ତାରିଖ ଯାଏ ସଂରକ୍ଷିତ ରଖିଥିଲେ । ବଲିଉଡର ଅନେକ ଅଭିନେତା ଓ ଅଭିନେତ୍ରୀ ଇତିମଧ୍ୟରେ ଆତ୍ମହତ୍ୟା କରିଛନ୍ତି । ଯେଉଁ କେତେକ ବିବାଦୀୟ ଓ ରହସ୍ୟମୟ ରହିଛି ।

ପଢନ୍ତୁ ଏହି ଖବର :  ସହିଦ ସ୍ବାମୀଙ୍କ ଜୁଇରେ ଶୋଇପଡ଼ିଲେ ସ୍ତ୍ରୀ; କହିଲେ, ‘ମତେ ବି ସାଙ୍ଗରେ ନେଇଯାଅ’

ପଢନ୍ତୁ ଏହି ଖବର :  Berhampur News: ସାବଧାନ ବ୍ରହ୍ମପୁରରେ ରାତି ହେଲେ ବୁଲୁଛନ୍ତି ଭୂତ !
Published by:Sujit Swain
First published: