ଅଭିନେତା ଶାହବାଜ୍‌ ଖାନ୍‌ଙ୍କ ବିରୁଦ୍ଧରେ ଟୀନେଜର୍ ଯୁବତୀଙ୍କ ସହ ବଳାତ୍କାର ଅଭିଯୋଗ; ମାମଲା ରୁଜୁ

ଛୋଟ ଓ ବଡ଼ ପରଦାରେ ନିଜର ଖଳନାୟକ ଭୂମିକା ପାଇଁ ଲୋକପ୍ରିୟ ହୋଇପାରିଥିବା ଶାହବାଜଙ୍କ ପ୍ରକୃତ ନାମ ହୈଦର ଖାନ । ସେ ହେଉଛନ୍ତି ପଦ୍ମଭୂଷଣ ପୁରସ୍କାରରେ ସମ୍ମାନିତ ହୋଇଥିବା ଶାସ୍ତ୍ରୀୟ କଣ୍ଠଶିଳ୍ପୀ ଉସ୍ତାଦ ଅମୀର ଖାନଙ୍କ ପୁଅ ।

ଅଭିନେତା ଶାହବାଜ୍‌ ଖାନ୍‌ଙ୍କ ବିରୁଦ୍ଧରେ ଟୀନେଜର୍ ଯୁବତୀଙ୍କ ସହ ବଳାତ୍କାର ଅଭିଯୋଗ; ମାମଲା ରୁଜୁ
ଅଭିନେତା ଶାହବାଜ ଖାନ
  • News18 Odia
  • Last Updated: February 12, 2020, 4:53 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ବାଇ: ହିନ୍ଦୀ ଫିଲ୍ମ ଓ ଟିଭିର ଲୋକପ୍ରିୟ ଅଭିନେତା ଶାହବାଜ ଖାନଙ୍କ ବିରୋଧରେ ଜଣେ ଟୀନେଜର୍‌ ଯୁବତୀଙ୍କ ସହ ବଳାତ୍କାର କରିଥିବା ଅଭିଯୋଗରେ ଏକ ମାମଲା ରୁଜୁ କରାଯାଇଛି । ମୁମ୍ବାଇ ପୋଇସ ଏହି ମାମଲାର ଅଧିକ ତଦନ୍ତ କରୁଛି ।

ଶାହବାଜଙ୍କ ବିରୁଦ୍ଧରେ ଆଇପିସି (IPC)ର ଦଫା ୩୫୪ (ମହିଳାଙ୍କୁ ଅପମାନିତ କରିବା ଉଦ୍ଦେଶ୍ୟରେ ଆକ୍ରମଣ ବା ଆପରାଧିକ ବଳ ପ୍ରୟୋଗ) ଓ ଦଫା ୫୦୯ରେ (ଜଣେ ମହିଳାଙ୍କୁ ଅପମାନିତ କରିବା ଉଦ୍ଦେଶ୍ୟରେ ଭାଷା, ସଙ୍କେତ ବା କାର୍ଯ୍ୟ) ଆଧାରରେ ମାମଲା ରୁଜୁ କରାଯାଇଛି ବୋଲି ଇଣ୍ଡିଆଟିଭିନ୍ୟୁଜ ଡଟ୍‌ କମ୍‌ ଏକ ରିପୋର୍ଟ କହିଛି । । ବର୍ତ୍ତମାନ ମାମଲାର ତଦନ୍ତ ଜାରି ରହିଛି । ଏ ପର୍ଯ୍ୟନ୍ତ ଶାହବାଜଙ୍କୁ ଗିରଫ କରାଯାଇନାହିଁ ।

ସମ୍ବାଦ ସରବରାହ ସଂସ୍ଥା ଏ.ଏନ୍.ଆଇ. (ANI) ଏହି ମାମଲାରେ ଏକ ଟ୍ବିଟ୍‌ କରି ଜଣାଇଛି ଯେ ମୁମ୍ବାଇର ଓଶିୱାରା ପୋଲିସ ଷ୍ଟେସନରେ ଶାହବାଜ ଖାନଙ୍କ ବିରୁଦ୍ଧରେ ଜଣେ ମହିଳାଙ୍କୁ ବଳାତ୍କାର ଅଭିଯୋଗରେ ଏକ ମାମଲା ରୁଜୁ କରାଯାଇଛି ।

ଶାହବାଜଙ୍କ ପ୍ରକୃତ ନାମ ହୈଦର ଖାନ । ସେ ହେଉଛନ୍ତି ପଦ୍ମଭୂଷଣ ପୁରସ୍କାରରେ ସମ୍ମାନିତ ହୋଇଥିବା ଶାସ୍ତ୍ରୀୟ କଣ୍ଠଶିଳ୍ପୀ ଉସ୍ତାଦ ଅମୀର ଖାନଙ୍କ ପୁଅ । ନିକଟରେ ଶାହବାଜଙ୍କୁ ‘ତେନାଳି ରାମା’,‘ରାମ ସିୟା କେ ଲବ କୁଶ,’ ଓ ‘ଦାସ୍ତାନ-ଏ-ମୋହାବତ ସଲୀମ ଅନାରକଲୀ’ ଭଳି ଟିଭି ସୋ’ରେ ଦେଖିବାକୁ ମିଳିଛି । ଶାହବାଜ ଛୋଟ ଓ ବଡ଼ ପରଦାରେ ନିଜର ଖଳନାୟକ ଭୂମିକା ପାଇଁ ଲୋକପ୍ରିୟ ହୋଇପାରିଛନ୍ତି ।
First published: February 12, 2020, 4:53 PM IST
corona virus btn
corona virus btn
Loading