ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»ସଲମାନ ଖାନଙ୍କ ଉପରେ ପ୍ରଶଂସକଙ୍କୁ ‘ଦୁର୍ବ୍ୟବହାର’ କରିଥିବା ଅଭିଯୋଗ; ମୋବାଇଲ୍ ଫୋନ୍ ଛଡ଼େଇଲେ

ସଲମାନ ଖାନଙ୍କ ଉପରେ ପ୍ରଶଂସକଙ୍କୁ ‘ଦୁର୍ବ୍ୟବହାର’ କରିଥିବା ଅଭିଯୋଗ; ମୋବାଇଲ୍ ଫୋନ୍ ଛଡ଼େଇଲେ

ସଲମାନ ଖାନ କ୍ରୋଧାନ୍ୱିତ ହୋଇ ନିଜ ଫ୍ୟାନ୍ ତଥା ଭାରତୀୟ ବିମାନ ପ୍ରାଧିକରଣର ଜଣେ ଅଧିକାରୀଙ୍କ ଠାରୁ ତାଙ୍କ ଫୋନ୍‌ ଛଡାଇନେଇ ଚ଼ାଲି ଯାଉଥିବାର ଦୃଶ୍ୟ ଥିବା ଏକ ଭିଡିଓ ଭାଇରାଲ ହେଉଛି । ଉଭୟ କଂଗ୍ରେସ ଓ ବିଜେପି ସଲମାନଙ୍କ ଠାରୁ କ୍ଷମା ଦାବି କରିଛନ୍ତି ।

ସଲମାନ ଖାନଙ୍କ ଉପରେ ପ୍ରଶଂସକଙ୍କୁ ‘ଦୁର୍ବ୍ୟବହାର’ କରିଥିବା ଅଭିଯୋଗ; ମୋବାଇଲ୍ ଫୋନ୍ ଛଡ଼େଇଲେ
ବଲିଉଡ଼୍ ସୁପରଷ୍ଟାର୍ ସଲମାନ ଖାନ
  • News18 Odia
  • Last Updated: January 29, 2020, 7:55 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଗୋଆ: ଗୋଆ ବିମାନ ବନ୍ଦରରର ଜଣେ କର୍ମଚ଼ାରୀ ବଲିଉଡ଼୍‌ ସୁପରଷ୍ଟାର୍‌ ସଲମାନ ଖାନଙ୍କ ସହ ସେଲଫି ନେବାକୁ ଚ଼େଷ୍ଟା କରୁଥିବା ବେଳେ ତାଙ୍କ ହାତରୁ ଅଭିନେତା ମୋବାଇଲ୍‌ ଫୋନ୍‌ ଛଡ଼େଇ ନେଉଥିବାର ଏକ ଏକ ଭିଡିଓ ଭାଇରାଲ ହେବା ପରେ ଆଲୋଡ଼ନ ସୃଷ୍ଟି ହୋଇଛି ।

ଏ ଘଟଣା ସାମନାକୁ ଆସିବା ପରେ କଂଗ୍ରେସର ଛାତ୍ର ଶାଖା ଭାରତୀୟ ରାଷ୍ଟ୍ରୀୟ ଛାତ୍ର ସଙ୍ଘ (NSUI) ସଲମାନଙ୍କ ଉପରେ ନିଜର ଜଣେ ପ୍ରଶଂସକଙ୍କ ସହ ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆଣିଛି । NSUI ତରଫରୁ ଗୋଆ ମୁଖ୍ୟ ମନ୍ତ୍ରୀ ପ୍ରମୋଦ ସାୱନ୍ତଙ୍କୁ ଅନୁରୋଧ କରାଯାଇଛି ଯେ ସଲମାନ ଖାନ ଯଦି ସାର୍ବଜନିକଭାବେ କ୍ଷମା ନ ମାଗନ୍ତି ତେବେ ତାଙ୍କୁ ଗୋଆ ବିମାନ ବନ୍ଦରରେ ପ୍ରବେଶ କରିବାରୁ ପ୍ରତିବନ୍ଧିତ କରାଯାଉ ।

ଗୋଆର ବିଜେପି ସମ୍ପାଦକ ତଥା ପୂର୍ବ ସାଂସଦ ନରେନ୍ଦ୍ର ସାୱୟିକର ମଧ୍ୟ ସଲମାନଙ୍କୁ ଏଭଳି ‘‘ଘୃଣ୍ୟ’’ ବ୍ୟବହାର ପାଇଁ ସମାଲୋଚନା କରିବା ସହ ସେ ବିନା ଶର୍ତ୍ତ କ୍ଷମା ମାଗନ୍ତୁ ବୋଲି ଦାବି କରିଛନ୍ତି ।

ଏହି ଘଟଣା ଗୋଆର ଦାବୋଲିମରେ ଥିବା ଅନ୍ତର୍ଜାତୀୟ ବିମାନ ବନ୍ଦରରେ ମଙ୍ଗଳବାର ସକାଳେ ଘଟିଥିଲା । ସଲମାନ ଖାନ ତାଙ୍କର ଏକ ଆଗାମୀ ଫିଲ୍ମର ସୁଟିଂ ପାଇଁ ଗୋଆ ଆସିଥିଲେ ।

ଏହି ଭିଡିଓରେ ଭାରତୀୟ ବିମାନ ପ୍ରାଧିକରଣର (ଏଏଆଇ)ର ଜଣେ ଅଧିକାରୀ ପ୍ରସ୍ଥାନ ଦ୍ବାର ପାଖରେ ସଲମାନଙ୍କ ଆଗେଆଗେ ଚ଼ାଲି ଯାଉଁ ଯାଉଁ ତାଙ୍କ ସହ ଫଟୋ ଉଠାଉଥିବା ଦେଖାଯାଉଛି । କିଛି ମୁହୂର୍ତ୍ତ ପରେ କ୍ରୋଧାନ୍ୱିତ ହୋଇ ସଲମାନ ଖାନ ସେହି ଅଧିକାରୀଙ୍କ ଠାରୁ ଫୋନ ଛଡାଇ ନେଇ ଅପୋକ୍ଷା କରି ରହିଥିବା ଏକ କାର୍‌ ଆଡ଼କୁ ଯିବାର ଦୃଶ୍ୟ ମଧ୍ୟ ସେହି ଭିଡିଓରେ ରହିଛି ।

ଗୋଆ NSUIର ଅଧ୍ୟକ୍ଷ ଅହରାଜ ମୁଲ୍ଲା ମୁଖ୍ୟ ମନ୍ତ୍ରୀଙ୍କୁ ଚ଼ିଠି ଲେଖି ସଲମାନ କ୍ଷମା ନ ମାଗିଲେ ତାଙ୍କୁ ଗୋଆ ଆସିବାରୁ ପ୍ରତିବନ୍ଧିତ କରିବା ପାଇଁ ଅନୁରୋଧ କରିଛନ୍ତି ।
First published: January 29, 2020, 7:55 PM IST