ଋଷି କପୁର ପୁଣି ଅସୁସ୍ଥ, ମୁମ୍ବାଇରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି; ପାଖରେ ନୀତୁ ଓ ରଣବୀର ଅଛନ୍ତି

ପ୍ରଦୁଷଣ କାରଣରୁ ସଂକ୍ରମଣର ଶିକାର ହୋଇ ଅଭିନେତା ଋଷି କପୁର ମୁମ୍ବାଇର ଏଚ୍.ଏନ୍. ରିଲାଏନ୍ସ ଫାଉଣ୍ଡେସନ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସେ ଆମେରିକାରେ ପାଖାପାଖି ବର୍ଷେ କ୍ୟାନସର ପାଇଁ ଚିକିତ୍ସିତ ହେବା ପରେ ଗତ ସେପ୍ଟେମ୍ବରରେ ଫେରିଥିଲେ ।

ଋଷି କପୁର ପୁଣି ଅସୁସ୍ଥ, ମୁମ୍ବାଇରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି; ପାଖରେ ନୀତୁ ଓ ରଣବୀର ଅଛନ୍ତି
ଋଷି କପୁର
  • News18 Odia
  • Last Updated: February 6, 2020, 5:30 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ବାଇ: ଋଷି କପୁରଙ୍କୁ ଗତ ସପ୍ତାହରେ ଦିଲ୍ଲୀରେ ନିଜ ଭଣଜା ଅରମାନ ଜୈନଙ୍କ ଏକ ସମାରୋହରେ ଭାଗନେଇ ନ ପାରିବାରୁ ସେ ହସ୍ପିଟାଲରେ ପଡ଼ିଛନ୍ତି ବୋଲି ଖବର ସାମ୍ନାକୁ ଆସିଥିଲା । ହସ୍ପିଟାଲରେ କିଛି ଦିନ ଚିକିତ୍ସାଧୀନ ରହିବା ପରେ ସେ ମୁମ୍ବାଇରେ ନିଜ ଘରକୁ ଫେରିଥିଲେ ।

ନିଜ ବିଷୟରେ ଚର୍ଚ୍ଚା ହେଉଥିବା ଜାଣି ଚ଼ିନ୍ତା ଦୂର କରିବା ପାଇଁ ସେ ପି.ଟି.ଆଇ.କୁ କହିଥିଲେ: ‘‘ମୋତେ ଏକ ସଂକ୍ରମଣ ହୋଇଥିଲା ଓ ତା’ ପାଇଁ ଚିକିତ୍ସା ଚାଲିଛି । ଏହା କୌଣସି ନାଟକୀୟ କଥା ନୁହେଁ । ଲାଗୁଛି ପ୍ରଦୁଷଣ କାରଣରୁ ଏମିତି ହୋଇଛି’’ ।

ହେଲେ ଏକ ନୂଆ ରିପୋର୍ଟରୁ ଜଣାଯାଇଛି ଯେ ମୁମ୍ବାଇର ଏକ ହସ୍ପିଟାଲରେ ତାଙ୍କୁ ପୁଣି ଭର୍ତ୍ତି କରାଯାଇଛି । ‘ମୁମ୍ବାଇ ମିରର’ର ଏକ ରିପୋର୍ଟ ଅନୁସାରେ ଋଷି କପୁରଙ୍କୁ ମୁମ୍ବାଇର ଏଚ୍‌.ଏନ୍‌. ରିଲାଏନ୍ସ ଫାଉଣ୍ଡେସନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କ ସହିତ ତାଙ୍କ ପତ୍ନୀ ନୀତୁ କପୁର ଓ ପୁଅ ରଣବୀର କପୁର ଅଛନ୍ତି । ତାଙ୍କର ହସ୍ପିଟାଲରେ ଭର୍ତ୍ତି ହେବାର କାରଣ ଯଦିଓ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ, ଅଭିନେତା ଜଣକ ଅରମାନ ଜୈନ ଓ ଅନିସା ମଲହୋତ୍ରାଙ୍କ ବିବାହ ରିସେପସନ୍ ପରେ ହିଁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ବୋଲି ଜଣା ପଡ଼ିଛି ।

ନୀତୁ ଓ ରଣବୀର କପୁର ସେହି ରିସେପସନ୍ ସେରିମନିରେ ଆଲିଆ ଭଟ୍ଟଙ୍କ ସହିତ ଥିଲେ, ହେଲେ ସେଠି ଋଷି କପୁର ନ ଥିବା ଦେଖାଯାଇଥିଲା ।

ଚିକିତ୍ସାଧୀନ ଥିବା ଋଷି କପୁର ମଙ୍ଗଳବାର ଦିନ ଟ୍ବିଟରରେ ଏକ ସ୍ପଷ୍ଟୀକରଣ କରି ଲେଖିଥିଲେ: ‘‘ଲାଗୁଛି ଯେ ଲୋକେ ବହୁତ ଅଲଗା ଧାରଣା ବନେଇ ସାରିଲେଣି’’ । ସେ କେତେକ ଟ୍ୱିଟ୍‌ କରି ସହରରେ ସୁଟିଂ କରିବା ସମୟରେ ‘‘ପ୍ରଦୂଷଣ’’ କାରଣରୁ ସଂକ୍ରମଣର ଶିକାର ହୋଇଥିଲେ ବୋଲି କହିଥିଲେ ଓ ତାଙ୍କ ବିଷୟରେ ଚିନ୍ତା କରୁଥିବାରୁ ତାଙ୍କ ଶୁଭଚିନ୍ତକମାନଙ୍କୁ ଧନ୍ୟବାଦ ଜଣାଇଥିଲେ ।

‘‘ପ୍ରିୟ ପରିବାର, ବନ୍ଧୁ, ଶତୃ ଓ ମୋ’ର ଫଲୋଅରସ! ମୋ’ ସ୍ବାସ୍ଥ୍ୟ  ପାଇଁ ଆପଣମାନେ ଚିନ୍ତା କରୁଥିବା ଜାଣି ମୁଁ ଭାବବିହ୍ୱଳ । ବହୁତ ଧନ୍ୟବାଦ । ମୁଁ ଗତ ୧୮ ଦିନ ହେବ ଦିଲ୍ଲୀରେ ଫିଲ୍ମ ଶୁଟିଂ କରୁଛି । ପ୍ରଦୁଷଣ ଓ ମୋ’ର କମ୍ ନ୍ୟୁଟ୍ରିଫିଲର ଯୋଗୁଁ ମୋତେ ସଂକ୍ରମଣ ହୋଇଯାଇଥିଲା । ତେଣୁ ମୁଁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲି,’’ ସେ ମାଇକ୍ରୋବ୍ଲଗିଙ୍ଗ ସାଇଟରେ ଏହା ଲେଖିଛନ୍ତି ।

‘‘ମତେ ହାଲୁକା ଜ୍ବର ହୋଇଥିଲା । ପରୀକ୍ଷା କରିବା ପରେ ଡାକ୍ତର ନିମୋନିଆ ହେଇଥିବା କଥା କହିଥିଲେ । ତାହା ଠିକ୍‌ କରାଯାଉଛି । ଲୋକେ ବହୁତ ଭିନ୍ନ ଧରଣର କଥା ଭାବିନେଇତିବା ପରି ଲାଗୁଛି । ମୁଁ ସେ ସବୁ କାହାଣୀଗୁଡିରେ ବିଶ୍ରାମ ଦେବାକୁ ଚ଼ାହୁଁଛି । ମୁଁ ସମସ୍ତଙ୍କ ମନୋରଞ୍ଜନ କରିବା ପାଇଁ ଚ଼ାହୁଁଛି । ମୁଁ ସମସ୍ତଙ୍କୁ ଭଲ ପାଏ । ଏବେ ମୁଁ ମୁମ୍ବାଇରେ ଅଛି,’’ ସେ କହିଛନ୍ତି।

ଋଷି କପୁର ଆମେରିକାରେ ପାଖାପାଖି ବର୍ଷେ କ୍ୟାନସର ପାଇଁ ଚିକିତ୍ସିତ ହେବା ପରେ ଗତ ସେପ୍ଟେମ୍ବରରେ ଭାରତ ଫେରିଥିଲେ ।
First published: February 6, 2020, 5:30 PM IST
corona virus btn
corona virus btn
Loading