ଅଭିନେତା ଫରାଜ ଖାନଙ୍କ ଦେହାନ୍ତ; ଦୀର୍ଘ ଦିନର ଅସୁସ୍ଥତା ପରେ ୪୬ ବର୍ଷ ବୟସରେ ଦୁନିଆକୁ କହିଲେ ଅଲବିଦା

ଫରାଜ ଖାନ (Faraaz Khan) ଦୀର୍ଘ ଦିନ ଧରି ଗୁରୁତର ଭାବେ ଅସୁସ୍ଥ ଥିଲେ । ତାଙ୍କୁ ୪୬ ବର୍ଷ ବୟସ ହୋଇଥିଲା ଓ ବାଙ୍ଗାଲୋରର ଏକ ହସ୍ପିଟାଲରେ ଦୀର୍ଘ ସମୟ ଧରି ତାଙ୍କର ଚିକିତ୍ସା କରାଯାଉଥିଲା । ପୂଜା ଭଟ୍ଟ ସୋସିଆଲ ମିଡିଆରେ ଏହି ସୂଚନା ଦେଇଛନ୍ତି ।

ଅଭିନେତା ଫରାଜ ଖାନଙ୍କ ଦେହାନ୍ତ; ଦୀର୍ଘ ଦିନର ଅସୁସ୍ଥତା ପରେ ୪୬ ବର୍ଷ ବୟସରେ ଦୁନିଆକୁ କହିଲେ ଅଲବିଦା
ଅଭିନେତା ଫରାଜ ଖାନଙ୍କ ଦେହାନ୍ତ
  • News18 Odia
  • Last Updated: November 4, 2020, 2:54 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ମୁମ୍ବାଇ:ବଲିଉଡ୍ ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ ୨୦୨୦ ଅତ୍ୟନ୍ତ ଅଶୁଭନୀୟ ରହିଛି । ପୁଣି ଥରେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଅଭିନେତା ରାନୀ ମୁଖାର୍ଜୀଙ୍କ 'ମେହେନ୍ଦି' ଫିଲ୍ମରେ କାମ କରିଥିବା ତାରକା ଫରାଜ ଖାନଙ୍କ ଦେହାନ୍ତ ହୋଇଛି । ଦୀର୍ଘ ଦିନ ଧରି ଫରାଜ ଗୁରୁତର ଅସୁସ୍ଥ ଥିଲେ । ତାଙ୍କୁ ୪୬ ବର୍ଷ ବୟସ ହୋଇଥିଲା ଓ ବାଙ୍ଗାଲୋରର ଏକ ହସ୍ପିଟାଲରେ ଦୀର୍ଘ ସମୟ ଧରି ତାଙ୍କର ଚିକିତ୍ସା କରାଯାଉଥିଲା । ପୂଜା ଭଟ୍ଟ ସୋସିଆଲ ମିଡିଆରେ ଏହି ସୂଚନା ଦେଇଛନ୍ତି । ଫରାଜଙ୍କ ମୃତ୍ୟୁ ଖବର ତାଙ୍କ ପରିବାର, ପ୍ରଶଂସକ ଓ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳିଯାଇଛି । ଅଭିନେତାଙ୍କ ମୃତ୍ୟୁ ଇଣ୍ଡଷ୍ଟ୍ରି ପାଇଁ ଏକ ବଡ଼ ଧକା ଅଟେ ।

ବଲିଉଡ ଅଭିନେତା ଫରାଜ ଖାନଙ୍କ ମୃତ୍ୟୁ ପରେ ପୂଜା ଭଟ୍ଟ ଟ୍ୱିଟ କରି ଦୁଃଖ ପ୍ରକାଶ କରିଛନ୍ତି । ସେ ଲେଖିଛନ୍ତି, 'ମୁଁ ଏହି ଖବରକୁ ଭାରି ହୃଦୟରେ ସେୟାର କରୁଛି ଯେ ଫରାଜ ଖାନ ବର୍ତ୍ତମାନ ଆମ ସମସ୍ତଙ୍କୁ ଛାଡି ଚାଲିଯାଇଛନ୍ତି । ଏହାକୁ ବିଶ୍ୱାସ କରିବା କଷ୍ଟକର । ଆପଣଙ୍କ ସାହାଯ୍ୟ ଏବଂ ଶୁଭ କାମନା ପାଇଁ ଧନ୍ୟବାଦ। ଦୟା କରି ତାଙ୍କ ପରିବାର ପାଇଁ ପ୍ରାର୍ଥନା କରନ୍ତୁ । ସେ ଏକ ଏପରି ଶୂନ୍ୟସ୍ଥାନ ଛାଡ଼ି ଯାଇଛନ୍ତି ଯାହାକୁ ଭରି ପାରିବା କଷ୍ଟକର ।



ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ | ନିଜ ପିଠିକୁ JCB ମାଟି ଖୋଳା ମେସିନରେ କୁଣ୍ଡାଇଲେ ଏହି ବ୍ୟକ୍ତି; VIDEO ଆପଣଙ୍କୁ ଚକିତ କରିବ!

ପୂଜା ତାଙ୍କ ପାଇଁ ଆର୍ଥିକ ସହାୟତା ଦାବି ମଧ୍ୟ କରିଥିଲେ। ଯାହା ପରେ ସଲମାନ ଖାନ୍ ତାଙ୍କର ସବୁ ବିଲ୍ ଭରି ଦେଇଥିଲେ । ଏବିଷୟରେ କଶ୍ମୀରା ଶାହ ସୂଚନା ଦେଇଥିଲେ। ଫରାଜ ଖାନଙ୍କ ଆର୍ଥିକ ସ୍ଥିତି ଠିକ୍ ନଥିଲା । କିଛି ଦିନ ତଳେ ତାଙ୍କ ଚିକିତ୍ସା ପାଇଁ ତାଙ୍କ ପରିବାର ଏକ ଫଣ୍ଡ-ରେଜର ୱେବସାଇଟ୍ ଜରିଆରେ ଲୋକଙ୍କଠୁ ଆର୍ଥିକ ସାହାଯ୍ୟର ଅପିଲ କରିଥିଲେ ।

ଏହା ବି ପଢ଼ନ୍ତୁ ଦେଶର ପ୍ରଥମ ମାମଲା: କରୋନାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହେବା ପରେ ତାଙ୍କ ପତ୍ନୀଙ୍କ ବିରୋଧରେ FIR ହେଲା

ଫରାଜ ଖାନଙ୍କ ଅବସ୍ଥା କିଛିଦିନ ହେବ ଅତ୍ୟନ୍ତ ଗୁରୁତର ଥିଲା । ପରେ ତାଙ୍କୁ ବାଙ୍ଗାଲୋରର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଯେଉଁଠାରେ ସ୍ନାୟୁଗତ ବ୍ୟାଧି (ମାଂସପେଶୀ ବ୍ୟାଧି) ଯୋଗୁଁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ଫରାଜ ପ୍ରାୟ ଏକ ବର୍ଷ ଧରି ଛାତିରେ କଫ ଓ ସଂକ୍ରମଣ ସହିତ ଲଢୁଥିଲେ ।



ଫରାଜ ଖାନ ରାନୀ ମୁଖାର୍ଜୀଙ୍କ ସହ ମେହେନ୍ଦି, ଦୁଲହାନ ବନୁ ମେ ତେରି ଓ ଫରେବ ସମେତ ଅନେକ ବଲିଉଡ ଫିଲ୍ମରେ ନଜର ଆସିଥିଲେ । ଫରାଜଙ୍କ ଫିଲ୍ମ 'ଫରେବ'ର ଗୀତ ''ତେରୀ ଆଙ୍ଖେ ଝୁକି ଝୁକି ' ଗୀତ ବହୁତ ହିଟ୍ ହୋଇଥିଲା ।
Published by: Jagdish Barik
First published: November 4, 2020, 2:48 PM IST
corona virus btn
corona virus btn
Loading