ଦିଲୀପ କୁମାରଙ୍କର କୌଣସି ସନ୍ତାନ ନ ଥିଲା, ହେଲେ ତାଙ୍କର ଓ ସାଇରାଙ୍କର ସେଥି ପାଇଁ ଦୁଃଖ ନ ଥିଲା

Dilip Kumar and wife Saira Banu had no children | ଯେତେବେଳେ ଦିଲୀପ କୁମାର ବଡ ପରଦାରେ ଡାଇଲଗ୍ କହୁଥିଲେ, ତାଙ୍କ କହିବାର ଶୈଳୀ ସହିତ ବିରାମ ଓ ଭାବ-ଭଙ୍ଗୀ ଦେଖି ଲୋକେ ନିଜକୁ ଭୁଲିଯାଉଥିଲେ । ଦିଲୀପ କୁମାରଙ୍କ ସୁଖ ଦୁଃଖରେ ପ୍ରଥମରୁ ଶେଷ ଯାଏଁ ପର୍ବତ ପରି ରହିଥିଲେ ତାଙ୍କ ପତ୍ନୀ ସାଇରା ବାନୁ ।

ଦିଲୀପ କୁମାରଙ୍କର କୌଣସି ସନ୍ତାନ ନ ଥିଲା, ହେଲେ ତାଙ୍କର ଓ ସାଇରାଙ୍କର ସେଥି ପାଇଁ ଦୁଃଖ ନ ଥିଲା
ମହାନ ଅଭିନେତା ଦିଲୀପ କୁମାର ଓ ପତ୍ନୀ ସାଇରା ବାନୁ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ବାଇ୯୮ ବର୍ଷ ବୟସରେ ଦୁନିଆକୁ ବିଦାୟ କହିଥିବା ମହାନ ବଲିଉଡ୍‌ ଅଭିନେତା ଦିଲୀପ କୁମାରଙ୍କ (Dilip Kumar) ପାଇଁ ଦେଶ ଓ ବିଦେଶରୁ ଶ୍ରଦ୍ଧାଞ୍ଜଳିର ବର୍ଷା ହୋଇଚାଲିଛି । ଦିଲୀପ କୁମାରଙ୍କୁ ଦେଖି କେତେ ନୂଆ ଅଭିନେତା ଅଭିନୟର ABCD ଶିଖିଛନ୍ତି ଓ ପରେ ବଡ଼ ଷ୍ଟାର୍‌ ହୋଇଛନ୍ତି । ଫିଲ୍ମଫେୟାର୍‌ ପୁରସ୍କାର ପାଇଥିବା ଇଣ୍ଡଷ୍ଟ୍ରିର ପ୍ରଥମ କଳାକାର ଥିଲେ ଦିଲୀପ କୁମାର । ଲୋକଙ୍କ ମନରେ ଏକ ପ୍ରଶ୍ନ ଉଙ୍କି ମାରୁଛି ଯେ ଏହି ମହାନ ଅଭିନେତାଙ୍କ ଉତ୍ତରାଧିକାରୀ କିଏ?

ଦିଲୀପ କୁମାର ଓ ତାଙ୍କ ଅଭିନେତ୍ରୀ ପତ୍ନୀ ସାଇରା ବାନୁଙ୍କର (Saira Banu) ପୁଅ ଝିଅ ନାହାଁନ୍ତି । ପ୍ରାୟ ୧୦ ବର୍ଷ ପୂର୍ବେ ଦେଇଥିବା ଏକ ସାକ୍ଷାତକାରରେ ତାଙ୍କ ଉତ୍ତରାଧିକାରୀ ଆଗକୁ କିଏ ହେବ ସେ ବିଷୟରେ ଦିଲୀପ କୁମାର କହିଥିଲେ ।

ଏହା ବି ପଢ଼ନ୍ତୁ | ଦିନେ କୁଲି ମଜୁରିଆ ଥିଲେ, ଏବେ YouTubeରୁ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି ସମ୍ବଲପୁରର ଆଦିବାସୀ ଯୁବକ

‘‘ଯଦି ଆମର କୌଣସି ସନ୍ତାନ ଥାଆନ୍ତା, ତେବେ ଭଲ ହୋଇଥାନ୍ତା । କିନ୍ତୁ ବର୍ତ୍ତମାନ ଆମର ଏଥି ପାଇଁ କୌଣସି ଦୁଃଖ ନାହିଁ । ଏ ସବୁ ଉପରବାଲାଙ୍କ ହାତରେ । ଆଉ ଅସମ୍ପୂର୍ଣ୍ଣତାର ଅନୁଭବ କଥା କହିଲେ, ମୁଁ କିମ୍ବା ସାଇରାଙ୍କର ସେମିତି କୌଣସି ଅଭିଯୋଗ ନାହିଁ ।ଆମର ପରସ୍ପରର ଆନନ୍ଦ ଓ ଦୁଃଖ ବାଣ୍ଟିବା ପାଇଁ ଆମ ପରିବାର ଅଛି ।ଆମର ଗୋଟେ ଲମ୍ବାଚୌଡ଼ା ପରିବାର ଅଛି, ଅନେକ ପୁତୁରା ଝିଆରୀ ଅଛନ୍ତି,’’ ‘ହିନ୍ଦୁସ୍ତାନ ଟାଇମ୍ସ’ ଖବରକାଗଜକୁ ଦେଇଥିବା ସେହି ସାକ୍ଷାତକାରରେ କହିଥିଲେ ଦିଲୀପ କୁମାର ।

ଏକ ଫିଲ୍ମରେ ଦିଲୀପ କୁମାରଙ୍କ ସହ ପତ୍ନୀ ସାଇରା ବାନୁ


ସେ ଆହୁରି କହିଥିଲେ, ‘‘ସାଇରାଙ୍କ ପରିବାର ଛୋଟ ।ତାଙ୍କର ଜଣେ ଭାଇ ସୁଲତାନ୍‌ ।ତାଙ୍କର ସନ୍ତାନ ଓ ନାତିମାନେ ଅଛନ୍ତି ।ଯେତେବେଳେ ସେମାନେ ଆମକୁ ଆବଶ୍ୟକ କରନ୍ତି ଆମେ ସବୁବେଳେ ସେମାନଙ୍କ ପାଇଁ ଠିଆ ହେଉ ।’’

ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS | ଅଣସର: ଶ୍ରୀଅଙ୍ଗରେ ଫୁଲୁରୀ ତେଲ ଲାଗିବା ପରେ ଧୀରେ ଧୀରେ ଜ୍ୱରରୁ ସୁସ୍ଥ ହେଉଛନ୍ତି ଶ୍ରୀଜଗନ୍ନାଥ

ଦିଲୀପ କୁମାରଙ୍କୁ ଯେତେବେଳେ ପଚରାଯାଇଥିଲା ଯେ ତାଙ୍କର ଉତ୍ତରାଧିକାରୀ କିଏ ହେବ, ସେ କହିଥିଲେ, ‘‘ମୁଁ ଦେଖୁଛି ଅନେକ କଳାକାର ଅଛନ୍ତି ଯେଉଁମାନେ ମୋ’ର ଉତ୍ତରାଧିକାରୀ ହୋଇ କଳାକୁ ଆଗକୁ ନେବାକୁ ଆଗ୍ରହୀ ।ଯେତେବେଳେ ଜଣେ ନୂଆ ଅଭିନେତା ମୋ’ ପାଖକୁ ଆସି କହନ୍ତି 'ସାର୍, ମୁଁ ଆପଣଙ୍କ କାମକୁ ଅନୁସରଣ କରେ ଓ ଆପଣଙ୍କ ପଦାଙ୍କ ଅନୁସରଣ କରିବାକୁ ଚାହେଁ, ସେତେବେଳେ ମୁଁ ଉପରବାଲାଙ୍କୁ (ଭଗବାନଙ୍କୁ) ଧନ୍ବବାଦ ଦିଏ ଯେ ମୁଁ ଯେଉଁ ପଥ ଅନୁସରଣ କରିବାକୁ କୌଣସି ପ୍ରସ୍ତୁତି କରି ନ ଥିଲି ସେହି ପଥକୁ ଆଗକୁ ନେଇଯିବା ପାଇଁ ଲୋକେ ପ୍ରସ୍ତୁତ ଅଛନ୍ତି ।’’

ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS | ଗଞ୍ଜାମରେ ବର୍ବରତା: ଗୁଣିଗାରେଡ଼ି ସନ୍ଦେହରେ ଯୁବକଙ୍କୁ ପିଟିଲେ, ଦାନ୍ତ ଭାଙ୍ଗିଲେ, ବିଷ୍ଠା ଖୁଆଇଲେ

ଯେତେବେଳେ ଦିଲୀପ କୁମାର ବଡ ପରଦାରେ ଡାଇଲଗ୍‌ କହୁଥିଲେ, ତାଙ୍କ କହିବାର ଶୈଳୀ ସହିତ ବିରାମ ଓ ଭାବ-ଭଙ୍ଗୀ ଦେଖି ଲୋକେ ନିଜକୁ ଭୁଲିଯାଉଥିଲେ । ଦିଲୀପ କୁମାରଙ୍କୁ ପଦ୍ମ ବିଭୂଷଣ ଓ ଦାଦାସାହେବ ଫାଲକେ ଭଳି ଅନେକ ସମ୍ମାନଜନକ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।



ଦିଲୀପ କୁମାରଙ୍କ ସୁଖ ଦୁଃଖରେ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଗୋଟିଏ ପର୍ବତ ପରି ରହିଥିଲେ ତାଙ୍କ ପତ୍ନୀ ସାଇରା ବାନୁ । ସେ ହସପିଟାଲରେ ଭର୍ତ୍ତି ହେବା ସମୟରୁ ସବୁ ସମୟରେ ତାଙ୍କ ସହ ରହିଥିଲେ ସେ । ଦିଲୀପ କୁମାର ଆଉ ନାହାନ୍ତି ବୋଲି ଜାଣିବା ପରେ ସାଇରା ବାନୁ କାନ୍ଦି କାନ୍ଦି ଅଧୀର ହୋଇପଡ଼ିଥିଲେ ହସପିଟାଲ୍‌ ଭିତରେ ।
Published by: Anand ST Das
First published: July 8, 2021, 9:57 PM IST