ଏହା ମଧ୍ୟରୁ ବାଛନ୍ତୁ ଆପଣଙ୍କ ରାଶି ଓ ଜାଣନ୍ତୁ କୁଣ୍ଡଳିରେ ଅଛି ଆପଣଙ୍କର କେଉଁ ଦୋଷ

Kundali Fault: ହିନ୍ଦୁ ଶାସ୍ତ୍ରରେ ୧୨ଟି ରାଶି ସହିତ ଜନ୍ମ ହୁଅନ୍ତି ଲୋକ। ଆଉ ଏହି ୧୨ଟି ରାଶିର କୁଣ୍ଡଳିରେ ଭିନ୍ନ ଭିନ୍ନ ଦୋଷ ମଧ୍ୟ ରହିଥାଏ। ଆସନ୍ତୁ ଆଜି ଜାଣିବା ଏହି ଦୋଷ ବିଷୟରେ।

କୁଣ୍ଡଳିରେ ଅଛି ଆପଣଙ୍କର କେଉଁ ଦୋଷ ଜାଣନ୍ତୁ

କୁଣ୍ଡଳିରେ ଅଛି ଆପଣଙ୍କର କେଉଁ ଦୋଷ ଜାଣନ୍ତୁ

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

Kundali Fault: ହିନ୍ଦୁ ଶାସ୍ତ୍ର ଅନୁଯାଯୀ ୧୨ଟି ରାଶି (Horoscope) ଅଛି, ତେବେ ଯେତେବେଳେ ମଣିଷ ଜନ୍ମ ହୋଇଛନ୍ତି ସେ କୌଣସି ବି ରାଶିରେ ଜନ୍ମ ହୁଅନ୍ତି। ତେବେ ଏହି ରାଶିରେ ଥିବା ଗ୍ରହ ଅନୁଯାଯୀ ମଣିଷ ଜୀବନ ଚାଲିଥାଏ, କେବେ ଭଲ କେବେ ଖରାପ ସମସ୍ତଙ୍କ ଜୀବନରେ ଆସିଥାଏ। ହେଲେ ଅନେକ ଲୋକ ଜାଣିନଥାଆନ୍ତି ତାଙ୍କ କୁଣ୍ଡଳିରେ (Kundali Fault) କେଉଁ ଦୋଷ ରହିଥାଏ।

ତେବେ ଆସନ୍ତୁ ଜାଣିବା ଆପଣଙ୍କ ରାଶିର ଦୋଷ ବିଷୟରେ...

ମେଷ: ହତ୍ୟା

ମେଷ ରାଶି ଲୋକ ବହୁତ ରାଗି ସ୍ଵଭାବର ହୋଇଥାନ୍ତି, ଏହି ରାଶି ଲୋକ ରାଗିଲେ କାହାରି ନୁହଁନ୍ତି। ଏହି ଲୋକ ଯେଉଁ କାମ କରିଥାନ୍ତି ତାହା ମନ ଧ୍ୟାନ ଦେଇ କରିଥାନ୍ତି ଏହି ଭଳି ଲୋକ ରାଗରେ ହତ୍ୟା ମଧ୍ୟ କରି ପାରନ୍ତି।

ବୃଷ: ଲୋଭ

ଏହି ରାଶି ଲୋକ ଦୁନିଆରେ ସର୍ବ ପ୍ରଥମେ ନିଜ ବିଷୟରେ ଚିନ୍ତା କରିଥାନ୍ତି। ଏହି ରାଶି ଲୋକ ବହୁତ ସ୍ଵାର୍ଥୀ ଓ ଲୋଭୀ ପ୍ରକାରର ହୋଇଥାନ୍ତି ଲୋଭ ନଦେଖିଲେ ଆପଣଙ୍କ ପାଖରେ ରହିବେ ନାହିଁ।

ମିଥୁନ: ବେଇମାନ

ଏହି ରାଶି ଲୋକ ବେଇମାନ ହୋଇଥାନ୍ତି। ଆପଣ ଏହି ଲୋକଙ୍କୁ ଜାଣି ପାରିବେ ନାହିଁ କାହିଁକିନା ଏହା ଦିବ୍ୟସ୍ଵଭାବ ରାଶି।

କର୍କଟ: ଭୁଲ ଭଗବାନ

ଏହି ରାଶି ଲୋକ ଭୁଲ ଭଗବାନ ବା ଭୁଲ ମଣିଷ ସହ ବହୁତ ପ୍ରେମ କରିଥାନ୍ତି, ଏହି ରାଶି କାହାକୁ ପାଇବା ପାଇଁ କିଛି ବି କରି ପାରନ୍ତି।

ସିଂହ: ଅହଂକାର

ଏହି ରାଶି ଲୋକଙ୍କ ନିଜ ଉପରେ ବହୁତ ଅହଂକାର ହୋଇଥାଏ। ତେବେ ଏହି ଅହଂକାରରେ ସେ ଅନ୍ୟ ଲୋକଙ୍କୁ ଗାଳି ମଧ୍ୟ କରିଥାନ୍ତି। ଏହି ଲୋକଙ୍କ ପାଇଁ ସମ୍ପର୍କ ଅତ୍ୟଧିକ ମହତ୍ତ୍ବ ରଖିନଥାଏ।

କନ୍ୟା: ଈର୍ଷ୍ୟା

ଏହି ରାଶି ଲୋକ କୌଣସି ଜାଗାରେ ନିଜକୁ ସବୁଠାରୁ ଉପରେ ଦେଖିବା ପସନ୍ଦ କରନ୍ତି। ଯଦି ତାଙ୍କୁ ସେହି ମାନ ସମ୍ମାନ ପ୍ରାପ୍ତ ହୁଏ ନାହିଁ ତେବେ ସେ ରାଗିଥାନ୍ତି।

ତୁଳା: ଗର୍ବ

ଏହି ରାଶି ସ୍ଵାମୀ ଶୁକ୍ର। ସେଥିପାଇଁ ଏହି ରାଶି ଲୋକଙ୍କ ବିଷୟରେ ଜାଣି ପାରିବା ବହୁତ କଷ୍ଟକର। ଏହି ଭଳି ଲୋକଙ୍କ ପାଇଁ ସୁନ୍ଦରତା ଓ ଆକର୍ଷଣ ବହୁତ ମହତ୍ଵପୂର୍ଣ ହୋଇଥାଏ ଏହା ଛଡ଼ା କିଛି ନୁହେଁ।

ବିଛା: କାମୁକ

ଏହି ରାଶି ଲୋକ ବହୁତ କାମୁକ ହୋଇଥାନ୍ତି, ଏହି ଭଳି ଲୋକ ବହୁତ ସମ୍ପର୍କରେ ରହିବା ପସନ୍ଦ କରନ୍ତି, ଏହି ଭଳି ଲୋକ ବହୁତ ସହଜ ଭାବରେ କାହା ପ୍ରେମରେ ପଡ଼ି ଯାଇଥାନ୍ତି।

ଧନୁ: ମିଛୁଆ

ଏହି ରାଶି ଲୋକଙ୍କୁ ଭଲ ପାଇବା ଖୋଜିବାକୁ ପଡ଼ିଥାଏ। ଏହା ଛଡ଼ା ଏହି ରାଶି ଲୋକ ବହୁତ ଫ୍ଲର୍ଟ କରିବା ପସନ୍ଦ କରନ୍ତି ଓ ଗୋଟେ ଜୀବନସାଥୀ ସହ ରହି ପାରନ୍ତି ନାହିଁ।

ମକର: ଲୋଭୀ

ଏହି ରାଶି ଲୋକ ବହୁତ ଲୋଭୀ ସ୍ଵଭାବର ହୋଇଥାନ୍ତି। ଏହି ଭଳି ଲୋକ ଟଙ୍କା ପାଇଁ କୌଣସି ପ୍ରକାର କାମ କରିବା ସବୁବେଳେ ପ୍ରସ୍ତୁତ ଥାଆନ୍ତି।

କୁମ୍ଭ: ମିଛ ସମ୍ମାନ

ଏହି ରାଶି ଲୋକ ମିଛ ସମ୍ମାନ ପାଇଁ ପୂରା ସଂସାର ସହ ଲଢ଼ିଯାନ୍ତି। ଏହି ରାଶି ଲୋକ ସବୁଠାରୁ ଅଧିକ ନିଜକୁ ପ୍ରେମ କରନ୍ତି।

ମୀନ: ଅଳସୁଆ

ପଢ଼ନ୍ତୁ ଏହି ଖବର:  ବିଶ୍ବର ୩ଟି ଧନୀ ରାଶି; ସବୁବେଳେ ଏମାନଙ୍କୁ ମିଳେ ଶନି ଦେବଙ୍କ ଆଶୀର୍ବାଦ


ଏହି ରାଶି ଲୋକଙ୍କୁ ସ୍ବପ୍ନ ଦେଖିବା ବହୁତ ପସନ୍ଦ ହୋଇଥାଏ। କିନ୍ତୁ ସ୍ବପ୍ନ ସତ କରିବା ପାଇଁ ପରିଶ୍ରମ କରିବାକୁ ପଡ଼େ ତାହା ତାଙ୍କୁ ପସନ୍ଦ ନୁହେଁ। ଏହି ରାଶି ଲୋକ ବହୁତ ଅଳସୁଆ ହୋଇଥାନ୍ତି।
Published by:Lipina Das
First published: