ଯମୁନା ନଦୀରେ ଡଙ୍ଗା ବୁଡ଼ି; ୨ ଜଣଙ୍କ ମୃତ୍ୟୁ.. ୨୦ ଜଣ ବୁଡ଼ି ଯାଇଥିବା ଆଶଙ୍କା

ପ୍ରାୟ ୨୦ ଜଣ ଲୋକ ବୁଡ଼ି ଯାଇଥିବା ଖବର ପାଇବା ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି । ଦୁର୍ଘଟଣାର ଖବର ପାଇବା ପରେ ଜିଲ୍ଲାର ଡିଏମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।

ଯମୁନା ନଦୀରେ ଡଙ୍ଗା ବୁଡ଼ି; ୨ ଜଣଙ୍କ ମୃତ୍ୟୁ.. ୨୦ ଜଣ ବୁଡ଼ି ଯାଇଥିବା ଆଶଙ୍କା

ଯମୁନା ନଦୀରେ ଡଙ୍ଗା ବୁଡ଼ି; ୨ ଜଣଙ୍କ ମୃତ୍ୟୁ.. ୨୦ ଜଣ ବୁଡ଼ି ଯାଇଥିବା ଆଶଙ୍କା

  • Share this:
News 18 Odia Digital

ନୂଆଦିଲ୍ଲୀ; ଉତ୍ତରପ୍ରଦେଶର ବାନ୍ଦାଠାରେ ଏକ ବଡ଼ ଦୁର୍ଘଟଣା ଘଟିଛି । ନଦୀ ମଝିରେ ଏକ ଡଙ୍ଗା ଓଲଟିଯାଇଛି । ସେଥିରେ ଥିବା ଅନେକ ଲୋକ ବୁଡ଼ି ଯାଇଥିଲେ । ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୨ ଜଣଙ୍କର ମୃତ୍ୟୁ ହୋଇଛି। ରିପୋର୍ଟ ଅନୁଯାୟୀ, ସେହି ଡଙ୍ଗାରେ ୩୦ ରୁ ଅଧିକ ଲୋକ ଥିଲେ । ଡଙ୍ଗା ଉପରେ ଥିବା ସମସ୍ତ ଲୋକ ନଦୀ ଆରପଟେ ଥିବା ଫତେହପୁର ଯାଉଥିଲେ । ଏହି ଘଟଣା ମାର୍କା ପୋଲିସ ଷ୍ଟେସନ ଅଞ୍ଚଳର ବୋଲି ଜଣା ପଡିଛି ।

ଏହି ଘଟଣା ନେଇ ରେ ତହସିଲଦାର ସୂଚନା ଦେଇଛନ୍ତି ଯେ ପ୍ରାୟ ୨୦ ଜଣ ଲୋକ ବୁଡ଼ି ଯାଇଥିବା ଖବର ପାଇବା ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି । ଦୁର୍ଘଟଣାର ଖବର ପାଇବା ପରେ ଜିଲ୍ଲାର ଡିଏମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।

ଗୁରୁବାର ସନ୍ଧ୍ୟା ପ୍ରାୟ ସାଢ଼େ ଚାରିଟା ବେଳେ ମାର୍କା ପୋଲିସ ଷ୍ଟେସନ ପରିସରରେ ଏହି ଦୁର୍ଘଟଣା ଘଟିଛି । ଯମୁନା ନଦୀରେ ଡଙ୍ଗା ବୁଡ଼ିଯିବା ପରେ ଦୁଇ ଜଣ ପ୍ରାଣ ହରାଇଥିଲେ । ଏହି ଘଟଣା ପରେ ବାନ୍ଦା ଏସପିଙ୍କ ସମେତ ଅନେକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ । କ୍ୟୁବା ଡାଇଭର, ଡଙ୍ଗା ଇତ୍ୟାଦି ସାହାଯ୍ୟରେ ଉଦ୍ଧାର କାର୍ଯ୍ୟ ଜୋରସୋରରେ ଚାଲିଛି । ଲୋକଙ୍କୁ ନିରାପଦରେ ବଞ୍ଚାଇବା ପାଇଁ ସମସ୍ତ ପ୍ରୟାସ କରାଯାଉଛି ।
Published by:Soubhagya Mishra
First published: