ଆଗ୍ରାରେ ଦୁର୍ଘଟଣା; ଭୂଷୁଡିଗଲା ୭ଟି ଘର.. ଉଦ୍ଧାର କାର୍ଯ୍ୟ ଆରମ୍ଭ

ଧର୍ମଶାଳାଠାରେ ଖନନ କାର୍ଯ୍ୟ ଚାଲିଥିବା ସମୟରେ କୌଣସି କାରଣରୁ ନିକଟରେ ଥିବା ଘର ଗୁଡିକ ଭୂଷୁଡି ପଡିଛି । ଭଙ୍ଗା କାନ୍ଥ ତଳେ କିଛି ଲୋକ ଚାପି ହୋଇ ରହିଥିବା ଅନୁମାନ କରାଯାଉଛି ।

ଆଗ୍ରାରେ ଦୁର୍ଘଟଣା; ଭୂଷୁଡିଗଲା ୭ଟି ଘର.. ଉଦ୍ଧାର କାର୍ଯ୍ୟ ଆରମ୍ଭ

ଆଗ୍ରାରେ ଦୁର୍ଘଟଣା; ଭୂଷୁଡିଗଲା ୭ଟି ଘର.. ଉଦ୍ଧାର କାର୍ଯ୍ୟ ଆରମ୍ଭ

  • News18 Odia
  • Last Updated :
  • Agra, India
  • Share this:
News 18 Odia Digital

ନୂଆଦିଲ୍ଲୀ; ଆଗ୍ରାରେ ଆଜି ଏକ ବଡ଼ ଦୁର୍ଘଟଣା (Accident) ଘଟିଛି । ସିଟି ଷ୍ଟେସନ ଅନ୍ତର୍ଗତ ଧର୍ମଶାଳାଠାରେ ଖନନ କାର୍ଯ୍ୟ ଚାଲିଥିବା ସମୟରେ କୌଣସି କାରଣରୁ ନିକଟରେ ଥିବା ଘର (Home) ଗୁଡିକ ଭୂଷୁଡି ପଡିଛି । ଗୋଟିଏ ଗୋଟିଏ କରି ପାଖାପାଖି ୭ଟି ଘର ଭୂଷୁଡିଥିବା (Collapsed) ସୂଚନା ମିଳିଛି । ଭଙ୍ଗା କାନ୍ଥ ତଳେ କିଛି ଲୋକ ଚାପି ହୋଇ ରହିଥିବା ଅନୁମାନ କରାଯାଉଛି । ଖବର ପାଇବା ପରେ ଉଦ୍ଧାରକାରୀ ଦଳ ( Rescue team) ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚାଲୁ ରଖିଛି । ଘଟଣାସ୍ଥଳରେ ପୋଲିସ ସମେତ ସ୍ଥାନୀୟ ପ୍ରଶାସନ ମଧ୍ୟ ପହଞ୍ଚିଛି ।

ଭଙ୍ଗା ଘର ଭିତରୁ ୪ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ସେମଧ୍ୟରେ ଜଣେ ଶିଶୁ ରହିଛି । ସେମାନଙ୍କ ମଧ୍ୟରୁ ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନା ନିଆଯାଇ ଚିକିତ୍ସା କରାଯାଉଛି । ତେବେ ଘର ଭୂଷୁଡିବାର ପ୍ରକୃତ କାରଣ କଣ ସେନେଇ ତଦନ୍ତ କରିବାକୁ ଏକ ସ୍ୱତନ୍ତ୍ର ଟିମକୁ ସୂଚନା ଦିଆଯାଇଥିବା ଜଣାପଡିଛି । ଆଖି ପଲକରେ ଘର ଭୂଷୁଡିବା ଦେଖି ପଡୋଶୀ ମାନେ ଭୟରେ ଘର ଭିତରୁ ବାହାରକୁ ଚାଲିଯାଇଛନ୍ତି । ପାଖରେ ଥିବା ଅନ୍ୟ ଘର ଗୁଡିକ ଭୂଷୁଡିବାର ଆଶଙ୍କା କରି ସ୍ଥାନୀୟ ଲୋକେ ଘର ଭିତରକୁ ପ୍ରବେଶ କରୁନଥିବା କହିଛନ୍ତି । ପ୍ରତକ୍ଷଦର୍ଶୀମାନେ ଏପରି ଲୋମ ଟାଙ୍କୁରା ତଥା ଛାତିଥରା ଦୃଶ୍ୟକୁ ସ୍ଥାନୀୟ ଗଣମାଧ୍ୟମ ଆଗରେ ବୟାନ କରୁଛନ୍ତି ।

ସେପଟେ, ଜିଲ୍ଲାପାଳଙ୍କ ନିକଟରେ ଖବର ପହଞ୍ଚିବା ପରେ ଜିଲ୍ଲାପାଳ କହିଛନ୍ତି ଯେ, ଘଟଣାର ତଦନ୍ତ ହେବ ଏବଂ ତଦନ୍ତ ପରେ କାହିଁକି ଓ କେଉଁ କାରଣରୁ ଘର ଭୂଷୁଡିଲା ସ୍ପଷ୍ଟ ହେବ । ଯଦି ଏଥିରେ କେହି ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ତାଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଅନ୍ୟପଟେ ଘର ଭୂଷୁଡିବା ପରେ ଉକ୍ତ ଘରର ସଦସ୍ୟମାନେ ଚିନ୍ତାରେ ପଡିଛନ୍ତି । ଘରର ସମସ୍ତ ଆସବାବପତ୍ର ନଷ୍ଟ ହୋଇଯାଇଥିବା ପ୍ରକାଶ କରିଛନ୍ତି । ଏବେ ସେମାନଙ୍କ ରହିବା ପାଇଁ ପ୍ରଶାସନ ତରଫରୁ ବ୍ୟବସ୍ଥା କରାଯିବାକୁ ଦାବି କରିଛନ୍ତି । ଏଥିସହ ତୁରନ୍ତ ସେମାନଙ୍କ ପାଇଁ ଘର ନିର୍ମାଣ କରିବାରେ ପ୍ରଶାସନ ସହଯୋଗ କରୁ ବୋଲି ପ୍ରକାଶ କରିଛନ୍ତି ।

ପଢ଼ନ୍ତୁ ଏହି ଖବର- http://ପ୍ରଥମ ଦିନରେ ଶହେ କୋଟି ଉପରେ ରୋଜଗାର କଲା ସିନେମା 'ପଠାନ'; ଶାହାରୁଖ ବକ୍ସ ଅଫିସର କିଙ୍ଗ
Published by:Soubhagya Mishra
First published: