News18 Odia Digital
King Charles-III: ବ୍ରିଟେନର ରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ମୃତ୍ୟୁ ପରେ ତାଙ୍କ ପୁଅ ଚାର୍ଲ୍ସ ତୃତୀୟଙ୍କୁ 'ଯୋଗଦାନ ପରିଷଦ'ର ସମାରୋହରେ ବ୍ରିଟେନର ନୂଆ ରାଜା ଘୋଷିତ କରାଯାଇଛି। ପୁରୁଣା ପରମ୍ପରାକୁ ଭାଙ୍ଗି ଏହି ସମାରୋହ ପ୍ରଥମ ଥର ପାଇଁ ଟେଲିଭିଜନରେ ପ୍ରସାରଣ କରାଯାଇଛି। ଲଣ୍ଡନର ସେଣ୍ଟ ଜେମ୍ସ ପ୍ୟାଲେସରେ ଆନୁଷ୍ଠାନିକ ଭାବେ ରାଜାଙ୍କ ଶପଥ ଗ୍ରହଣ କରାଯାଇଛି।
କିଙ୍ଗ ଚାର୍ଲ୍ସ ତୃତୀୟ ନିଜ ପତ୍ନୀ ରାଣୀ କନସର୍ଟ କୈମିଲା ଓ ତାଙ୍କ ପୁଅ ତଥା ଉତ୍ତରାଧିକାରୀ ପ୍ରିନ୍ସ ୱିଲିୟମଙ୍କ ସହ ଯୋଗ ଦେଇଥିଲେ। ପ୍ରିନ୍ସ ୱିଲିୟମ୍ ହେଉଛନ୍ତି ୱେଲ୍ସର ନୂଆ ପ୍ରିନ୍ସ। ଏହି ସମୟରେ ପିଏମ ଲିଜ ଟ୍ରସ ଓ ଅନ୍ୟମାନେ ଉପସ୍ଥିତ ଥିଲେ।
ରାଜା ଘୋଷିତ ହେବା ପରେ ରାଜା ଚାର୍ଲ୍ସ କହିଛନ୍ତି, ‘‘ମୋର ପ୍ରିୟ ମା, ଆମର ରାଣୀଙ୍କ ଦେହାନ୍ତ ଘୋଷଣା କରିବା ମୋର ଦୁଃଖଦ କର୍ତ୍ତବ୍ୟ। ମୁଁ ଜାଣେ ଆମ ସମସ୍ତଙ୍କ ପାଇଁ ଏହି ଅପୂରଣୀୟ କ୍ଷତିରେ ତୁମେ ମୋ ପ୍ରତି କେତେ ଗଭୀର ସହାନୁଭୂତି ଦେଖାଉଛ। ମୋର ପ୍ରିୟ ପତ୍ନୀଙ୍କ ନିରନ୍ତର ସମର୍ଥନ ଦ୍ୱାରା ମୁଁ ଉତ୍ସାହିତ।’’
ରାଜା ଚାର୍ଲ୍ସ ତୃତୀୟ କ’ଣ କହିଥିଲେ?ସେ କହିଛନ୍ତି, ‘‘ମୁଁ ସାର୍ବଭୌମତ୍ୱର କର୍ତ୍ତବ୍ୟ ଓ ଭାରି ଦାୟିତ୍ବ ବିଷୟରେ ଅବଗତ ଅଛି। ମୁଁ ମୋ ଜୀବନସାରା ବିଶ୍ୱସ୍ତତା, ସମ୍ମାନ ଓ ପ୍ରେମ ସହିତ ସେବା କରିବାକୁ ଚେଷ୍ଟା କରିବି। ଏହି ଦାୟିତ୍ବ ଗୁଡିକ କାର୍ଯ୍ୟକାରୀ କରିବାବେଳେ, ମୁଁ ସାମ୍ବିଧାନିକ ସରକାରକୁ ସମର୍ଥନ କରିବାରେ ମୁଁ ପ୍ରେରଣାଦାୟକ ଉଦାହରଣ ଅନୁସରଣ କରିବାକୁ ଚେଷ୍ଟା କରିବି। ମୁଁ ଏହି ଦ୍ୱୀପପୁଞ୍ଜ ଓ ବିଶ୍ବର କମନୱେଲଥ୍ ଅଞ୍ଚଳର ଲୋକଙ୍କ ଶାନ୍ତି, ସୌହାର୍ଦ୍ଦ୍ୟ ଓ ସମୃଦ୍ଧତା ପାଇଁ ଚେଷ୍ଟା କରିବି।’’
ରାଣୀ ଏଲିଜାବେଥଙ୍କ ମୃତ୍ୟୁର ପରଦିନ ରାଜା ଚାର୍ଲ୍ସ ବ୍ରିଟେନକୁ ସମ୍ବୋଧିତ କରିଥିଲେ। ଏହି ସମୟରେ ସେ କହିଥିଲେ, ‘‘ମୋର ମହାରାଣୀ, ମୋର ପ୍ରିୟ ମା, ମୋ ଓ ମୋ ପରିବାର ପାଇଁ ଏକ ପ୍ରେରଣା ଓ ଉଦାହରଣ। ତାଙ୍କ ମୃତ୍ୟୁରେ ମୁଁ ଗଭୀର ଦୁଃଖିତ। ମୁଁ ତାଙ୍କ ଜୀବନସାରା ତାଙ୍କ ଦ୍ୱାରା ପ୍ରଦତ୍ତ ସେବା ଜାରି ରଖିବାକୁ ପ୍ରତିଜ୍ଞା କରିଛି।’’
ବାଲମୋରାଲ କ୍ୟାସଲରେ ମୃତ୍ୟୁ ବରଣ କରିଛନ୍ତି ରାଣୀପ୍ରୋଟୋକଲ୍ ଦ୍ବାରା ଚାର୍ଲ୍ସ ତାଙ୍କ ମାତାଙ୍କ ମୃତ୍ୟୁ ପରେ ରାଜା ହୋଇଛନ୍ତି, କିନ୍ତୁ ଯୋଗଦାନ ପରିଷଦ ନୂଆ ରାଜାଙ୍କ ନାମକୁ ଆନୁଷ୍ଠାନିକ ଭାବରେ ଘୋଷଣା କରିବାର ଔପଚାରିକତା ସମାପ୍ତ କରିଛି। ପୂର୍ବ ସମ୍ରାଟଙ୍କ ମୃତ୍ୟୁ ପରେ ୨୪ ଘଣ୍ଟା ମଧ୍ୟରେ ନୂଆ ସମ୍ରାଟଙ୍କ ଶୋଭାଯାତ୍ରା ହୁଏ, କିନ୍ତୁ ଏଥର ଅଧିକ ସମୟ ଲାଗିଲା। ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ମୃତ୍ୟୁ ଗୁରୁବାର ୯୬ ବର୍ଷ ବୟସରେ ସ୍କଟଲ୍ୟାଣ୍ଡର ବାଲମୋରାଲ କ୍ୟାସଲରେ ହୋଇଥିଲା।
ରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ମୃତ୍ୟୁର ଦୁଇ ଦିନ ପରେ ରାଜକୁମାର ମୁକୁଟ ପିନ୍ଧିଛନ୍ତି। ଆକ୍ସେସନ୍ କାଉନସିଲରେ ପ୍ରାଇଭୀ କାଉନସିଲର ସଦସ୍ୟ (ବରିଷ୍ଠ ରାଜନେତାମାନଙ୍କର ଏକ ଦଳ ଯେଉଁମାନେ ରାଜକୁମାରଙ୍କୁ ପରାମର୍ଶ ଦିଅନ୍ତି), ଲଣ୍ଡନ ସହରର ଲର୍ଡ ମେୟର, ବରିଷ୍ଠ ବିଚାରପତି ଓ ଅଧିକାରୀମାନଙ୍କୁ ନେଇ ଗଠିତ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।