US ନିଜ ନାଗରିକମାନଙ୍କୁ ଭାରତ ଛାଡିବାକୁ କହିଲା; ସୀମିତ ସ୍ୱାସ୍ଥ୍ୟ ସେବାର କାରଣ ଦର୍ଶାଇଲା

Coronavirus in India: ରୋଗ ନିୟନ୍ତ୍ରଣ ଓ ନିରାକରଣ କେନ୍ଦ୍ର (CDC) ଆମେରିକାରୁ ଭାରତ ଯାତ୍ରା କରୁଥିବା ନାଗରିକଙ୍କ ପାଇଁ ଆଡ଼ଭାଇଜରି ଜାରି କରିଛି । ଲୋକଙ୍କୁ ଏଭଳି ସମୟରେ ଭାରତ ଭ୍ରମଣରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି ।

US ନିଜ ନାଗରିକମାନଙ୍କୁ ଭାରତ ଛାଡିବାକୁ କହିଲା; ସୀମିତ ସ୍ୱାସ୍ଥ୍ୟ ସେବାର କାରଣ ଦର୍ଶାଇଲା
US ନିଜ ନାଗରିକମାନଙ୍କୁ ଭାରତ ଛାଡିବାକୁ କହିଲା
  • News18 Odia
  • Last Updated: April 29, 2021, 11:31 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ୱାଶିଂଟନ୍: ଭାରତରେ ରହୁଥିବା ସମସ୍ତ ନାଗରିକଙ୍କୁ ଯଥାଶୀଘ୍ର ଦେଶ ଛାଡିବାକୁ ଆମେରିକା (America) କହିଛି । ଆମେରିକା ସ୍ୱରାଷ୍ଟ୍ର ବିଭାଗ ଏଥିପାଇଁ ଭାରତରେ ସୀମିତ ସ୍ୱାସ୍ଥ୍ୟ ବ୍ୟବସ୍ଥା ବିଷୟରେ ଉଲ୍ଲେଖ କରିଛି । ଏହା ବ୍ୟତୀତ ସରକାର ଦେଇଥିବା ସ୍ୱାସ୍ଥ୍ୟ ଆଲର୍ଟରେ ଆମେରିକାର ନାଗରିକମାନଙ୍କୁ ସରକାରୀ ଆଲର୍ଟ 'STEP' ରେ ପଞ୍ଜୀକରଣ କରିବାକୁ କୁହାଯାଇଛି । ଆଲର୍ଟରେ ଦାବି କରାଯାଇଛି ଯେ ଜାଗା ଅଭାବ ଯୋଗୁଁ ଆମେରିକାର ନାଗରିକମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ବାରଣ କରାଯାଇଛି ।

ସରକାର ତରଫରୁ ଜାରି ଏକ ଟ୍ୱିଟ୍‌ରେ କୁହାଯାଇଛି ଯେ କୋଭିଡ -୧୯ ମାମଲା ଯୋଗୁଁ ସ୍ୱାସ୍ଥ୍ୟ ସେବା ସୀମିତ ଅଟେ । ଦେଶ ଛାଡିବାକୁ ଚିନ୍ତା କରୁଥିବା ଆମେରିକୀୟ ନାଗରିକମାନେ ବ୍ୟବସାୟିକ ବିକଳ୍ପ ବ୍ୟବହାର କରିବା ଉଚିତ୍ । ଭାରତରେ ଆମେରିକାର ଦୂତାବାସ କହିଛି ଯେ ଭାରତ ଛାଡିବାକୁ ଚିନ୍ତା କରୁଥିବା ଆମେରିକୀୟ ନାଗରିକମାନେ ବର୍ତ୍ତମାନ ଉପଲବ୍ଧ ବାଣିଜ୍ୟିକ ପରିବହନର ଲାଭ ଉଠାଇବା ଉଚିତ । ଭାରତ ଓ ଆମେରିକା ମଧ୍ୟରେ ପ୍ରତିଦିନ ପ୍ରତ୍ୟକ୍ଷ ବିମାନ ଅଛି । ଏଥି ସହିତ ପ୍ୟାରିସ୍ ଓ ଫ୍ରାଙ୍କଫର୍ଟ ମାଧ୍ୟମରେ ଆମେରିକୀୟ ନାଗରିକଙ୍କ ପାଇଁ ବିମାନ ବିକଳ୍ପ ମଧ୍ୟ ଉପଲବ୍ଧ ।

ରୋଗ ନିୟନ୍ତ୍ରଣ ଓ ନିରାକରଣ କେନ୍ଦ୍ର (CDC) ଆମେରିକାରୁ ଭାରତ ଯାତ୍ରା କରୁଥିବା ନାଗରିକଙ୍କ ପାଇଁ ଆଡ଼ଭାଇଜରି ଜାରି କରିଛି । ଲୋକଙ୍କୁ ଏଭଳି ସମୟରେ ଭାରତ ଭ୍ରମଣରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି । ଯେତେବେଳେ ସାମ୍ପ୍ରତିକ ପରିସ୍ଥିତିରେ ସଂପୂର୍ଣ୍ଣ ଟିକାକରଣ ମଧ୍ୟ ଏହି ଭୂତାଣୁ ସଂସ୍ପର୍ଶରେ ଆସିବାର ଆଶଙ୍କା ରହିଛି । ବିଶେଷ କଥା ହେଉଛି କୋଭିଡ ସଙ୍କଟକୁ ଦୂର କରିବା ପାଇଁ ଆମେରିକା କ୍ରମାଗତ ଭାବରେ ଭାରତକୁ ସାହାଯ୍ୟ କରୁଛି ।

ଭାରତରେ ଗତ ଏକ ସପ୍ତାହ ମଧ୍ୟରେ ପ୍ରତିଦିନ ୩ ଲକ୍ଷରୁ ଅଧିକ ନୂତନ ସଂକ୍ରମଣର ରିପୋର୍ଟ କରାଯାଉଛି । ଏହା ବ୍ୟତୀତ ଦେଶରେ ସକ୍ରିୟ ମାମଲା ସହିତ ମୃତ୍ୟୁ ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ହଠାତ୍ ରୋଗୀଙ୍କ ସଂଖ୍ୟା ବୃଦ୍ଧି ଯୋଗୁଁ ଦେଶରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ଖରାପ ହୋଇଯାଇଛି । ରୋଗୀମାନଙ୍କୁ ଅକ୍ସିଜେନ ଓ ହସ୍ପିଟାଲର ବେଡ଼ରୁ ଅତ୍ୟାବଶ୍ୟକ ଔଷଧ ପର୍ଯ୍ୟନ୍ତ ଚିନ୍ତା କରିବାକୁ ପଡୁଛି ।
Published by: Jagdish Barik
First published: April 29, 2021, 11:31 AM IST