କଂଗ୍ରେସ ନେତାଙ୍କ ବଡ଼ ବୟାନ: ୟୁନିଫର୍ମ ସିଭିଲ କୋଡ଼କୁ ଆମର ରହିଛି ସମର୍ଥନ

ଆମେ ୟୁନିଫର୍ମ ସିଭିଲ କୋଡ ବିରୁଦ୍ଧରେ ନାହୁଁ। କିନ୍ତୁ ବିଜେପି କେବଳ ଏହାର ରାଜନୈତିକ ଫାଇଦା ନେବାକୁ ଚାହୁଁଛି।

ଅଭିଷେକ ମନୁ ସିଙ୍ଘଭି (ପ୍ରତୀକାତ୍ମକ ଛବି)

ଅଭିଷେକ ମନୁ ସିଙ୍ଘଭି (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ନୂଆ ଦିଲ୍ଲୀ: କଂଗ୍ରେସ ନେତା ଅଭିଷେକ ମନୁ ସିଙ୍ଘଭି ଏକ ବଡ଼ ବିବୃତ୍ତି ଦେଇଛନ୍ତି।  ଗଣମାଧ୍ୟମକୁ ସମ୍ବୋଧିତ କରିବାବେଳେ ସେ ୟୁନିଫର୍ମ ସିଭିଲ କୋଡକୁ ସମର୍ଥନ କରିଛନ୍ତି। ତାଙ୍କ ବିବୃତ୍ତିରେ ସେ ସ୍ପଷ୍ଟ କରିଛନ୍ତି ଯେ ଆମେ ୟୁନିଫର୍ମ ସିଭିଲ କୋଡ ବିରୁଦ୍ଧରେ ନାହୁଁ। କିନ୍ତୁ ବିଜେପି କେବଳ ଏହାର ରାଜନୈତିକ ଫାଇଦା ନେବାକୁ ଚାହୁଁଛି।

ଆହୁରି ମଧ୍ୟ କଂଗ୍ରେସ ନେତା କହିଛନ୍ତି, 'ଆମେ ୟୁନିଫର୍ମ ସିଭିଲ କୋଡକୁ ସମର୍ଥନ କରୁଛୁ, କିନ୍ତୁ ଏଥିପାଇଁ ଏକ ସହମତି ହେବା ଉଚିତ୍।  ସମସ୍ତ ରାଜନୈତିକ ଦଳ ସହ ସରକାର ଆଲୋଚନା କରିବା ଉଚିତ ବୋଲି ସେ କହିଛନ୍ତି। କେନ୍ଦ୍ର ସରକାର ସମସ୍ତ ହିତାଧିକାରୀଙ୍କ ସହ କଥା ହୁଅନ୍ତୁ।

ରାଜନୈତିକ ଲାଭ ପାଇଁ UCC ବ୍ୟବହାର କରାଯିବା ଉଚିତ ନୁହେଁ ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ ଆମେ ବିଜେପିର ନିର୍ବାଚନ କୌଶଳ ବୁଝୁଛୁ।  ହିମାଚଳ ପ୍ରଦେଶରେ ବିଜେପି ୫ ବର୍ଷ ଏବଂ ଦେଶରେ ୮ ବର୍ଷ କ୍ଷମତାରେ ଅଛି କିନ୍ତୁ ଆପଣ କ’ଣ କରିଛନ୍ତି?  ଜନସାଧାରଣଙ୍କୁ ବିଭ୍ରାନ୍ତ କରିବା ପାଇଁ ଏହା ଏକ ଷଡଯନ୍ତ୍ର। ବିଜେପି ରାଜ୍ୟରେ ଏହି ପ୍ରତିଯୋଗିତା ହେଉଛି। ହିମାଚଳ ପ୍ରଦେଶରେ ୟୁନିଫର୍ମ ସିଭିଲ କୋଡ ଆଣିବାକୁ ବିଜେପି ନିକଟରେ ପ୍ରତିଶୃତି ଦେଇଛି।
Published by:Soumya Das
First published: