ଅଭିଷେକ କହିଥିଲେ: ‘ମୋଷ୍ଟ୍ ବ୍ୟୁଟିଫୁଲ୍ ଐଶ୍ୱର୍ଯ୍ୟାଙ୍କୁ ବାହା ହୋଇ ଆଇନା ଦେଖିଲି, ଭୟଙ୍କର ଲାଗିଥିଲା’
ଐଶ୍ୱର୍ଯ୍ୟା ଓ ଅଭିଷେକଙ୍କ ବିବାହ ଦିନଠାରୁ ଗୁଜବ ପ୍ରଚାରିତ ହୋଇଆସୁଛି ଯେ ଐଶ୍ୱର୍ଯ୍ୟା ଅଭିଷେକଙ୍କୁ ଏଇଥି ପାଇଁ ବାହା ହୋଇଥିଲେ ଯେ ସେ ଅମିତାଭ ବଚ୍ଚନଙ୍କ ପୁଅ । ଅନେକ ସମୟରେ ଅଭିଷେକ ‘‘ସବୁଠୁ ସୁନ୍ଦରୀ ନାରୀ’’ଙ୍କୁ ବାହା ହୋଇଥିବାରୁ ଟ୍ରୋଲ୍ ହୋଇଛନ୍ତି ।

ଐଶ୍ୱର୍ଯ୍ୟା ରାୟ ଓ ଅଭିଷେକ ବଚ୍ଚନ
- News18 Odia
- Last Updated: April 5, 2021, 11:48 PM IST
ନୂଆ ଦିଲ୍ଲୀ: ପ୍ରେମରେ ପଡ଼ିବା ପରେ ଦୀର୍ଘ ଦିନ ଧରି ପରସ୍ପରକୁ ଡେଟିଂ କରିବା ପରେ ଐଶ୍ୱର୍ଯ୍ୟା ରାୟ (Aishwarya Rai) ଓ ଅଭିଷେକ ବଚ୍ଚନ (Abhishek Bachchan) ଏପ୍ରିଲ ୨୦୦୭ରେ ବିବାହ କରିଥିଲେ । ଦୁହିଁଙ୍କ ବିବାହ ଦିନଠାରୁ ଏପରି ଖବର ଓ ଗୁଜବ ପ୍ରଚାରିତ ହୋଇଆସୁଛି ଯେ ଐଶ୍ୱର୍ଯ୍ୟା ଅଭିଷେକଙ୍କୁ କେବଳ ଏଇଥି ପାଇଁ ବିବାହ କରିଥିଲେ ଯେ ସେ ଅମିତାଭ ବଚ୍ଚନଙ୍କ (Amitabh Bachchan) ପୁଅ । ଅନେକ ସମୟରେ ଅଭିଷେକ ବି ‘‘ସବୁଠାରୁ ସୁନ୍ଦରୀ ନାରୀ’’ଙ୍କୁ ବିବାହ କରିଛନ୍ତି ବୋଲି ଟ୍ରୋଲ୍ ହୋଇଛନ୍ତି ।
ଏହି ଗୁଜବ ଉପରେ ଐଶ୍ୱର୍ଯ୍ୟା ସବୁ ବେଳେ ଚୁପ୍ ରହିଥିବା ବେଳେ ଅଭିଷେକ ଥରେ ୨୦୧୪ରେ ଏହି ବିଷୟରେ ନିଜ ମୁହଁ ଖୋଲିଥିଲେ । ୧୯୯୪ରେ ମିସ୍ ୱାର୍ଲ୍ଡ ମୁକୁଟ ଜିତିବା ପରଠାରୁ ଐଶ୍ୱର୍ଯ୍ୟା ରାୟ ଲକ୍ଷ ଲକ୍ଷ ପ୍ରଶଂସକଙ୍କ ହୃଦୟରେ ରାଜୁତି କରିଆସୁଥିଲେ ଓ ପୃଥିବୀର ‘‘ସବୁଠାରୁ ସୁନ୍ଦରୀ ନାରୀ’’ ଭାବରେ ପରିଗଣିତ ହେଉଥିଲେ ।
ଏହା ବି ପଢ଼ନ୍ତୁ | ଓଡ଼ିଶାରେ ବେକାବୁ କରୋନା: ଶହ ଶହ କରି ବଢ଼ୁଛି ସଂକ୍ରମଣ; ପୁଣି ପୂର୍ବ ସ୍ଥିତି ଫେରିବା ଆଶଙ୍କା ବଢ଼ିଲା

ଐଶ୍ୱର୍ଯ୍ୟା ରାୟ ଓ ଅଭିଷେକ ବଚ୍ଚନ
ଏହା ବି ପଢ଼ନ୍ତୁ | ଭୁବନେଶ୍ବରରେ ୩ ପିଲାଙ୍କୁ ବିଷ ଦେଇ ଆତ୍ମହତ୍ୟା ଉଦ୍ୟମ କଲା ମାଆ; ଦୁଇ ଶିଶୁଙ୍କ ମୃତ୍ୟୁ ହେଲା
ଶୋ’ରେ ଅଭିଷେକ କହିଥିଲେ, ‘‘ମୁଁ ବିଶ୍ୱାସ କରେ ସେ (ଐଶ୍ୱର୍ଯ୍ୟା) ମୋ’ ପାଇଁ ଅଛନ୍ତି ଓ ସେ ପୃଥିବୀରେ ସବୁଠାରୁ ସୁନ୍ଦରୀ । ମୁଁ ପ୍ରତି ଦିନ ନିଜକୁ ଆଇନାରେ ଦେଖେ, ଆଉ ସେଇଟା ମୋ’ ପାଇଁ ଏକ ଭୟଙ୍କର ଦୃଶ୍ୟ ହୋଇଥାଏ । ତେଣୁ ମୁଁ କୌଣସି ପ୍ରତିଯୋଗିତା କରୁନାହିଁ, ମୁଁ ପ୍ରତିଯୋଗିତା କରି ବି ପାରିବି ନାହିଁ । ତେଣୁ ଏହା ଆମର ପରସ୍ପରର ନିକଟବର୍ତ୍ତୀ ହେବାର କାରଣ ନୁହେଁ ।’’
ଏହା ବି ପଢ଼ନ୍ତୁ | ମୟୂରଭଞ୍ଜ: ହେଲ୍ମେଟ୍ ପାଇଁ ଗର୍ଭବତୀଙ୍କୁ ୩ କିମି ଚଲାଇଥିବା ପୋଲିସ ଅଧିକାରୀ ସସ୍ପେଣ୍ଡ୍ ହେଲେ
ଅଭିଷେକ ନିଜ ପତ୍ନୀ ଐଶ୍ୱର୍ଯ୍ୟାଙ୍କ ଖୁବ୍ ପ୍ରଶଂସା କରିଥିଲେ ଓ କହିଥିଲେ ଯେ ସେ ଭୂମି ସହ ଯୋଡ଼ିହୋଇ ରହିଥିବା ଜଣେ ମହିଳା । କରଣ ଜୋହର ଅଭିଷେକଙ୍କୁ କହିଥିଲେ ଯେ ଲୋକେ ଭାବୁଛନ୍ତି ଯେ ସେ ଅମିତାଭ ବଚ୍ଚନଙ୍କ ପୁଅ ହୋଇଥିବାରୁ ଐଶ୍ୱର୍ଯ୍ୟା ତାଙ୍କୁ ବିବାହ କରିଥିଲେ । ଏଙା ଉପରେ ଅଭିଷେକ ଏକ ସୁନ୍ଦର ଜବାବ ଦେଇଥିଲେ ।

ନିଜ ଝିଅ ସହ ଐଶ୍ୱର୍ଯ୍ୟା ରାୟ ଓ ଅଭିଷେକ ବଚ୍ଚନ
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ହୋଲିରେ ଭୁବନେଶ୍ୱରରେ ମହିଳାଙ୍କ ଅଭାବନୀୟ କାଣ୍ଡ: ବ୍ଲେଡରେ ହାତ କାଟି ଆତ୍ମହତ୍ୟା ଉଦ୍ୟମ କଲେ
‘‘ସେ (ଐଶ୍ୱର୍ଯ୍ୟା) ମୋତେ ଏଥି ପାଇଁ ବିବାହ କରି ନାହାଁନ୍ତି ଯେ ମୁଁ ଜଣେ ଫିଲ୍ମ ଷ୍ଟାର୍ ବା ମୁଁ ବଚ୍ଚନ ପରିବାରର ବ୍ୟକ୍ତି, ଆଉ ମୁଁ ବି ତାଙ୍କୁ ଏଇଥି ପାଇଁ ବିବାହ କରି ନାହିଁ ଯେ ସେ ପୃଥିବୀର ସବୁଠାରୁ ସୁନ୍ଦର ମହିଳା ବା ପୃଥିବୀର ଜଣେ ସବୁଠୁ ବଡ଼ ତାରକାମାନଙ୍କ ମଧ୍ୟରୁ ଜଣେ,’’ କହିଥିଲେ ଅଭିଷେକ ।
ଐଶ୍ୱର୍ଯ୍ୟା ଓ ଅଭିଷେକ ଉଭୟ କେବେ ବି ଏହି ଗୁଜବଗୁଡ଼ିକୁ ନିଜ ସମ୍ପର୍କରେ ଫାଟ ସୃଷ୍ଟି କରିବାକୁ ଦେଇ ନାହାନ୍ତି । ସେ ଦୁହେଁ ନିଜ ପ୍ରେମ ଓ ରୋମାନ୍ସ ଯୋଗୁଁ ଲାଇମଲାଇଟରେ ରହିଛନ୍ତି । ଅଭିଷେକଙ୍କୁ ସୋସିଆଲ ମିଡି଼ଆରେ ଟ୍ରୋଲ୍ କରାଯାଏ ଓ ତାଙ୍କ କରିଅରକୁ ଅଧିକାଂଶ ସମୟରେ ଐଶ୍ୱର୍ଯ୍ୟାଙ୍କ ସହ ତୁଳନା କରାଯାଏ, କିନ୍ତୁ ଅଭିଷେକ ଏଥିରେ ଆଦୌ ବିଚଳିତ ହୁଅନ୍ତି ନାହିଁ । ବରଂ ସେ ଅନେକ ଥର ଟ୍ରୋଲରମାନଙ୍କୁ ଉପଯୁକ୍ତ ଉତ୍ତର ଦେଉଥିବା ଦେଖିବାକୁ ମିଳିଛି ।