ରାଷ୍ଟ୍ରପତି ପ୍ରାର୍ଥୀ ଯଶବନ୍ତ ସିହ୍ନା
News 18 Odia Digital
President election 2022: ଦିଲ୍ଲୀ ଓ ପଞ୍ଜାବର ଶାସକ ଦଳ ଆମ୍ ଆଦମୀ ପାର୍ଟି ରାଷ୍ଟ୍ରପତି ନିର୍ବାଚନ ୨୦୨୨ରେ ପ୍ରାର୍ଥୀଙ୍କୁ ସମର୍ଥନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ବୈଠକରେ ରାଷ୍ଟ୍ରପତି ନିର୍ବାଚନ ଉପରେ ଆଲୋଚନା କରାଯାଇଥିଲା। ରାଷ୍ଟ୍ରପତି ନିର୍ବାଚନରେ ମତଦାନ ଉପରେ ନିଷ୍ପତ୍ତି ନେବା ପରେ ଦଳ ସାମୂହିକ ବିରୋଧୀ ଦଳର ପ୍ରାର୍ଥୀ ଯଶବନ୍ତ ସିହ୍ନାଙ୍କୁ ସମର୍ଥନ କରିବ ବୋଲି ଘୋଷଣା କରିଥିଲେ।
ଅରବିନ୍ଦ କେଜ୍ରିୱାଲ, ମନୀଷ ସିସୋଦିଆ, ପଙ୍କଜ ଗୁପ୍ତା, ଆତିଶି, ସଞ୍ଜୟ ସିଂ, ଦୁର୍ଗେଶ ପଠକ, ରାକ୍ଷୀ ବିଡଲାନ, ଏନଡି ଗୁପ୍ତା ବୈଠକରେ ଉପସ୍ଥିତ ଥିଲେ। ଏହି ଦୁଇ ରାଜ୍ୟରୁ ଆମ୍ ଆଦମୀ ପାର୍ଟିର ୧୦ ଟି ରାଜ୍ୟସଭା ସାଂସଦ ଅଛନ୍ତି, ସେଥିମଧ୍ୟରୁ ତିନି ଜଣ ଦିଲ୍ଲୀ ଓ ୭ ଜଣ ପଞ୍ଜାବର। ଏଥିସହ ପଞ୍ଜାବରେ ଦଳର ୯୨ଜଣ, ଦିଲ୍ଲୀରେ ୬୨ଜଣ ଓ ଗୋଆରେ ଦୁଇଜଣ ବିଧାୟକ ଅଛନ୍ତି।
ଦେଶର ପରବର୍ତ୍ତୀ ରାଷ୍ଟ୍ରପତିଙ୍କ ପାଇଁ ମତଦାନ ୧୮ ଜୁଲାଇରେ ଅନୁଷ୍ଠିତ ହେବ। ଜୁଲାଇ ୨୧ରେ ନିର୍ବାଚନ ଘୋଷଣା କରାଯିବ ଓ ଏହା ସହ ଦେଶର ନୂଆ ରାଷ୍ଟ୍ରପତିଙ୍କ ନାମ ଘୋଷଣା କରାଯିବ। ଗୋଟିଏ ପଟେ ଦ୍ରୌପଦୀ ମୁର୍ମୁ ଏନଡିଏ ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ ହୋଇଥିବାବେଳେ ଅନ୍ୟ ପଟେ ବିରୋଧୀ ଯଶୱନ୍ତ ସିହ୍ନାଙ୍କୁ ପ୍ରାର୍ଥୀ କରିଛନ୍ତି। ନିର୍ବାଚନ ପାଖେଇ ଆସୁଥିବା ବେଳେ କେଉଁ ଦଳ କେଉଁ ପ୍ରାର୍ଥୀଙ୍କୁ ସମର୍ଥନ କରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।