ରାଜସ୍ଥାନରେ ଶକ୍ତି ପ୍ରଦର୍ଶନ କରିବ AAP; ରାଜସ୍ଥାନ ଗସ୍ତରେ ଯିବେ କେଜ୍ରିୱାଲ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଅକ୍ଟୋବର ୭ ଓ ୮ ରେ ରାଜସ୍ଥାନ ଗସ୍ତରେ ଯିବେ । ଜୟପୁରରେ ଏକ ରାଲି କରିବେ ।

ରାଜସ୍ଥାନରେ ଶକ୍ତି ପ୍ରଦର୍ଶନ କରିବ AAP; ରାଜସ୍ଥାନ ଗସ୍ତରେ ଯିବେ କେଜ୍ରିୱାଲ

ରାଜସ୍ଥାନରେ ଶକ୍ତି ପ୍ରଦର୍ଶନ କରିବ AAP; ରାଜସ୍ଥାନ ଗସ୍ତରେ ଯିବେ କେଜ୍ରିୱାଲ

  • News18 Odia
  • Last Updated :
  • Share this:
News 18 Odia Digital

ନୂଆଦିଲ୍ଲୀ : ଏଆଇଏମଆଇଏମ ସୁପ୍ରିମୋ ତଥା ହାଇଦ୍ରାବାଦ ସାଂସଦ ଅସାଦୁଦ୍ଦିନ ଓୱେସୀ ବର୍ତ୍ତମାନ ଦୁଇ ଦିନିଆ ଗସ୍ତରେ ରାଜସ୍ଥାନ ଯାଇଛନ୍ତି । ତାଙ୍କ ଦଳ ଆଗାମୀ ରାଜସ୍ଥାନ ବିଧାନସଭା ନିର୍ବାଚନରେ କିପରି ଭଲ ପ୍ରଦର୍ଶନ କରିବ ସେଥି ପାଇଁ ଏହି ଗ୍ରସ୍ତ କରିଛନ୍ତି । ଏହି ପର୍ଯ୍ୟାୟରେ, ବର୍ତ୍ତମାନ ରାଜ୍ୟରେ ଆମ୍ ଆଦମୀ ପାର୍ଟିର ନେତାମାନେ ମଧ୍ୟ ନିଜ ସ୍ଥିତି ଜାହିରି କରିବା ପାଇଁ ପ୍ରୟାସ ଆରମ୍ଭ କରି ଦେଇଛନ୍ତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ମଧ୍ୟ ଅକ୍ଟୋବର ୭ ଓ ୮ ରେ ଜୟପୁରରେ ଏକ ରାଲି କରିବେ ବୋଲି ସୂଚନା ମିଳିଛି ।

ଦିଲ୍ଲୀ ଏବଂ ପଞ୍ଜାବରେ ବିଜୟ ପରେ ଆମ୍ ଆଦମୀ ପାର୍ଟି ଆସନ୍ତା ବର୍ଷ ରାଜସ୍ଥାନରେ ଅନୁଷ୍ଠିତ ହେବାକୁ ଥିବା ବିଧାନସଭା ନିର୍ବାଚନରେ ​​ପୂର୍ଣ୍ଣ ଆତ୍ମବିଶ୍ୱାସ ସହିତ ନିର୍ବାଚନ ଲଢିବ । ଏଥିପାଇଁ ରାଜସ୍ଥାନର ଦାୟିତ୍ୱରେ ଥିବା ବିନୟ ମିଶ୍ରଙ୍କ ନେତୃତ୍ୱରେ ଅନେକ ଦିନ ଧରି ସଙ୍ଗଠନ ମଜଭୁତ ପାଇଁ କାର୍ଯ୍ୟକର୍ମ ମଧ୍ୟ ଚାଲିଛି ।

ଦିଲ୍ଲୀ ସିଏମ୍ ଅରବିନ୍ଦ କେଜ୍ରିୱାଲ ମଧ୍ୟ ବହୁତ ସକ୍ରିୟ ହୋଇପଡିଛନ୍ତି । ରାଜସ୍ଥାନରେ ତାଙ୍କ ଦଳ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ମଧ୍ୟ ଆଶା କରୁଛି। ଏଥିପାଇଁ ସଙ୍ଗଠନକୁ ମଧ୍ୟ ବିସ୍ତାର କରାଯାଉଛି । ଏଥି ସହିତ ପ୍ରତ୍ୟେକ ଆସନ ପାଇଁ ବିଜୟ ପାଇଁ ପ୍ରାର୍ଥୀ ମଧ୍ୟ ଖୋଜାଯାଉଛି । ରାଜ୍ୟ ଦାୟିତ୍ୱରେ ଥିବା ବିନୟ ମିଶ୍ର ମଧ୍ୟ ବହୁତ ସକ୍ରିୟ ଦେଖା ଯାଉଛନ୍ତି।

ଏଥି ସହିତ, ପ୍ରଥମ ଥର ପାଇଁ ରାଜସ୍ଥାନରେ ଦୁଇ ଦିନିଆ ଗସ୍ତରେ ଆସିଥିବା ଏଆଇଏମ୍ଆଇଏମ୍ ମୁଖ୍ୟ ଅସାଦୁଦ୍ଦିନ ଓୱେସୀ ଏହି ଯାତ୍ରାର ପ୍ରଥମ ଦିନରେ ମିଳିଥିବା ଜନ ସମର୍ଥନକୁ ନେଇ ମଧ୍ୟ ବହୁତ ଉତ୍ସାହିତ ଅଛନ୍ତି । ଜୟପୁରରୁ ନୱାଲଗଡ ପର୍ଯ୍ୟନ୍ତ ଜନସମ୍ପର୍କ ତଥା ସାଧାରଣ ସଭା ଆୟୋଜନ କରାଯାଇଥିଲା ।
Published by:Sujit Swain
First published: