News18 Odia Digital
Goa govt demand money: ଦକ୍ଷିଣ ଗୋଆର ଜିଲ୍ଲା କଲେକ୍ଟର ସରକାରୀ କର୍ମଚାରୀମାନଙ୍କୁ ଜାନୁଆରୀ ୨୬ରେ ଆୟୋଜିତ ହେବାକୁ ଥିବା ଏକ କାର୍ଯ୍ୟକ୍ରମ ପାଇଁ ୧୦୦୦ ଟଙ୍କା ଯୋଗଦାନ କରିବାକୁ କହିଥିଲେ। ଯାହାକୁ ନେଇ ବର୍ତ୍ତମାନ ବେଶ୍ ଚର୍ଚ୍ଚା।
କଲେକ୍ଟରଙ୍କ ଏହି ବୟାନ ଉପରେ ରାଜନୈତିକ ଝଡ଼ ଆରମ୍ଭ ହୋଇଛି। ବିରୋଧୀ ଗୋଆ ଫରୱାର୍ଡ ପାର୍ଟି ((Goa Forward Party) ଏବଂ ଆମ୍ ଆଦମୀ ପାର୍ଟି ((Aam Aadmi Party) ଏହି ଆଦେଶକୁ ସମାଲୋଚନା କରିଛନ୍ତି। ଏହି ପ୍ରସଙ୍ଗରେ ବୃଦ୍ଧି ପାଉଥିବା ବିବାଦ ଦେଖି କଲେକ୍ଟର ଜ୍ୟୋତି କୁମାରୀ କହିଛନ୍ତି ଯେ ଏହା ଗଣତନ୍ତ୍ର ଦିବସ କାର୍ଯ୍ୟକ୍ରମ ନୁହେଁ।
ଏହି ଖବର ବି ପଢ଼ନ୍ତୁ: LICର ଏହି ୫ଟି ବୀମା ଯୋଜନା କରାଇବ ଆପଣଙ୍କ ସଞ୍ଚୟକୁ ଦୁଇ ଗୁଣା; ମିଳୁଛି ଅନେକ ଫାଇଦାଏଠାରେ ଗୋଆ ଫରୱାର୍ଡ ପାର୍ଟି (GFP) ମୁଖ୍ୟ ବିଜୟ ସର୍ଦ୍ଦାର ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଏବଂ ତାଙ୍କ କ୍ୟାବିନେଟକୁ ଟାର୍ଗେଟ କରି କହିଛନ୍ତି ଯେ ସେମାନେ ଟ୍ରେଜେରୀ ଖାଲି କରିଦେଇଛନ୍ତି ଏବଂ ବର୍ତ୍ତମାନ ସରକାରୀ କାର୍ଯ୍ୟରେ ଯୋଗଦାନର ସାହାରା ନେଉଛନ୍ତି।
ଜାନୁୟାରୀ ୧୯ରେ ଜାରି କରାଯାଇଥିବା ସର୍କୁଲାରରେ କୁହାଯାଇଥିଲା ଯେ 'ଦକ୍ଷିଣ ଗୋଆର କଲେକ୍ଟରେଟଙ୍କ ଦ୍ବାରା ଜାନୁୟାରୀ ୨୬ରେ ମଟାହ୍ନୀ ସଲଦାନ୍ହା ପ୍ରଶାସିନକ ପରିସର ଗ୍ରାଉଣ୍ଡରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହେଉଛି, ଯେଉଁଥିରେ ଗଣତନ୍ତ୍ର ଦିବସ ପାଳନ କରାଯିବ। ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସମସ୍ତ ଆଗ୍ରହୀ ସରକାରୀ କର୍ମଚାରୀ ଏବଂ ଅଧିକାରୀମାନେ ୧୦୦୦ ଟଙ୍କା ଯୋଗଦାନ କରିବା ଉଚିତ୍।
କଲେକ୍ଟର ଦୁଇଜଣ ଅଧିକାରୀଙ୍କ ନାମ ମଧ୍ୟ ଉଲ୍ଲେଖ କରିଛନ୍ତି, ଯେଉଁମାନଙ୍କୁ ଜାନୁଆରୀ ୨୦ ପର୍ଯ୍ୟନ୍ତ କର୍ମଚାରୀଙ୍କଠାରୁ ଟଙ୍କା ସଂଗ୍ରହ କରିବାର ଦାୟିତ୍ବ ଦିଆଯାଇଛି।
ଏହି ସର୍କୁଲାରକୁ ନେଇ ଉତ୍ତେଜନା ମଧ୍ୟରେ ଜିଏଫପି ମୁଖ୍ୟ ସର୍ଦ୍ଦାର ଏକ ଟ୍ବିଟରେ କହିଛନ୍ତି, ‘‘ଏହା ଯୋଗଦାନ ନା ଚୋରି? ସରକାରୀ କର୍ମଚାରୀଙ୍କଠାରୁ ଟଙ୍କା ଲୁଟି ନେଇ ଗଣତନ୍ତ୍ର ଦିବସ କାର୍ଯ୍ୟକ୍ରମର ଆୟୋଜନ ପାଇଁ ଗୋଆ ସରକାର ସମ୍ପୂର୍ଣ୍ଣ ଦେବାଳିଆ ହୋଇଯାଇଛନ୍ତି କି? ଗୋଆ ସରକାର ଏବଂ ଏହାର କ୍ୟାବିନେଟ୍ ସରକାରୀ ରାଜକୋଷ ଖାଲି କରିଦେଇଛନ୍ତି। ଆଉ ବର୍ତ୍ତମାନ ଆମକୁ ସମାରୋହ ପାଇଁ ପାଣ୍ଠି ସଂଗ୍ରହ କରିବାକୁ କହୁଛନ୍ତି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।