ଜିମ ଭିତରେ ଆପ୍ ନେତାଙ୍କୁ ଗୁଳି କରି ହତ୍ୟା; CCTV ରେ କଏଦ ହେଲା ଦୃଶ୍ୟ

ମଲେରକୋଟଲାରେ ଆମ୍ ଆଦମୀ ପାର୍ଟିର ମ୍ୟୁନିସିପାଲିଟି କାଉନସିଲର ମହମ୍ମଦ ଆକବରଙ୍କୁ ଗୁଳି କରି ହତ୍ୟା କରାଯାଇଛି। ସେ ଜିମରେ ଥିବା ବେଳେ ଅଭିଯୁକ୍ତ ତାଙ୍କୁ ଗୁଳି ଚଳାଇଥିଲା।

ଆପ ନେତାଙ୍କୁ ଗୁଳି କରି ହତ୍ୟା (ପ୍ରତୀକାତ୍ମକ ଛବି)

ଆପ ନେତାଙ୍କୁ ଗୁଳି କରି ହତ୍ୟା (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ପଞ୍ଜାବର ମଲେରକୋଟଲାରେ ଆମ୍ ଆଦମୀ ପାର୍ଟିର ମ୍ୟୁନିସିପାଲିଟି କାଉନସିଲର ମହମ୍ମଦ ଆକବରଙ୍କୁ ଗୁଳି କରି ହତ୍ୟା କରାଯାଇଛି। ସେ ଜିମରେ ଥିବା ବେଳେ ଅଭିଯୁକ୍ତ ତାଙ୍କୁ ଗୁଳି ଚଳାଇଥିଲା। ସୂଚନା ଅନୁଯାୟୀ ଆକବରଙ୍କୁ ଅତି ନିକଟରୁ ଗୁଳି କରାଯାଇଛି।

ମଲେରକୋଟଲା ସିନିୟର ପୋଲିସ୍ ଅଧୀକ୍ଷକ ଅବନୀତ କୌର ସିଦ୍ଧୁ କହିଛନ୍ତି ମହମ୍ମଦ ଆକବର ଜିମ୍ ଭିତରେ ଥିବା ସମୟରେ, ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଗୁଳି ବାଜିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା।

ବ୍ୟକ୍ତିଗତ ଶତ୍ରୁତା କାରଣରୁ ଏପରି ହୋଇଛି ବୋଲି ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି। ଏହି ଘଟଣାରେ ସମ୍ପୃକ୍ତ ୨ଜଣ ଫେରାର ହୋଇଯାଇଛନ୍ତି। ପୋଲିସ କ୍ରମାଗତ ଭାବେ ଚଢ଼ାଉ କରୁଛି। ପୁରା ଘଟଣା ସିସିଟିଭି କ୍ୟାମେରାରେ କଏଦ ହୋଇଛି। ମାମଲାର ତଦନ୍ତ ଚାଲିଛି।
Published by:Soumya Das
First published: