ଦିଲ୍ଲୀ ଦଙ୍ଗା: ଆଇ.ବି. କର୍ମଚାରୀ ଅଙ୍କିତ ଶର୍ମାଙ୍କ ହତ୍ୟା ଆରୋପ ଖାରଜ କଲେ ତାହିର ହୁସେନ

ଆପ୍ ନେତା ତାହିର ହୁସେନ କହିଛନ୍ତି ଯେ ୨୪ ଫ୍ରେବୃଆରୀ ରାତିରେ ଦିଲ୍ଲୀ ପୋଲିସର କଣ୍ଟ୍ରୋଲରେ ଥିବା ତାଙ୍କ ଘରେ ପଥର, ଇଟା ଓ ପେଟ୍ରୋଲ ପରି ସାମଗ୍ରୀ ସବୁ କେଉଁଠୁ ଓ କେମିତି ଆସିଲା ସେ ଜାଣିପାରୁନାହାନ୍ତି ।

ଦିଲ୍ଲୀ ଦଙ୍ଗା: ଆଇ.ବି. କର୍ମଚାରୀ ଅଙ୍କିତ ଶର୍ମାଙ୍କ ହତ୍ୟା ଆରୋପ ଖାରଜ କଲେ ତାହିର ହୁସେନ
ତାହିର୍‌ ହୁସେନ ଓ (ବାମ) ଦଙ୍ଗା ପରେ ଦିଲ୍ଲୀର ଏକ ଅଞ୍ଚଳ
  • News18 Odia
  • Last Updated: February 27, 2020, 7:23 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଦିଲ୍ଲୀରେ ଗତ ତିନି ଦିନ ଧରି ଚ଼ାଲିଥିବା ହିଂସାକାଣ୍ଡରେ ମୃତ୍ୟୁ ବରଣ କରିଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ହୋଇ ୩୪ରେ ପହଁଞ୍ଚିଛି । ଉତ୍ତରପୂର୍ବ ଦିଲ୍ଲୀର ଅନେକ ଦଙ୍ଗାଗ୍ରସ୍ତ ଅଞ୍ଚଳରେ ଶାନ୍ତି ଫେରିଆସିବାର ସୂଚନା ମିଳିଛି । ଦିଲ୍ଲୀ ପୋଲିସର କହିବା ଅନୁସାରେ ଏହି ହିଂସାରେ ସାମିଲ ଥିବା ଆରୋପରେ ଏ ପର୍ଯ୍ୟନ୍ତ ୧୦୬ ଜଣଙ୍କୁ ଗିରଫ କରାଯାଇଛି ଏବଂ ୧୮ ଜଣଙ୍କ ନାମରେ ଏତଲା ଜାରି କରାଯାଇଛି ।

ତେବେ ଚ଼ାନ୍ଦ ବାଗରେ ଏକ ନାଳରେ (ଡ୍ରେନ୍) ଜଣେ ଇଣ୍ଟେଲିଜେନ୍ସ ବ୍ୟୁରୋ (IB) କର୍ମଚାରୀଙ୍କ ମୃତ ଦେହ ମିଳିବା ମାମଲାକୁ ନେଇ ଆରୋପ ପ୍ରତ୍ୟାରୋପ ଚ଼ାଲିଛି । ଆପ୍ (AAP) କର୍ପୋରେଟର ତାହିର ହୁସେନ କହିଛନ୍ତି ତାଙ୍କ ବିରୁଦ୍ଧରେ ଆଇ.ବି. କର୍ମଚାରୀ ଅଙ୍କିତ ଶର୍ମାଙ୍କ ହତ୍ୟା କରିଥିବା ଅଭିଯୋଗ ସମ୍ପୁର୍ଣ୍ଣ ଭୂଲ୍ ।

‘‘ମୁ ସେହି କଷ୍ଟ ବୁଝି ପାରୁଝି ଯାହା ଆଇ.ବି. କର୍ମଚାରୀ ଅଙ୍କିତ ଶର୍ମାଙ୍କ ପରିବାର ସହୁଛନ୍ତି । ମୁଁ ତାଙ୍କ ପିତାଙ୍କ ବିଷୟରେ ବେଶୀ କିଛି କହିପାରିବି ନାହିଁ, କିନ୍ତୁ ପୋଲିସ ଘଟଣାର (ଅଙ୍କିତଙ୍କ ହତ୍ୟାର) ତଦନ୍ତ କରୁଛି । ମୁଁ ମଧ୍ୟ ଯେ କୌଣସି ତଦନ୍ତରେ ସାମିଲ ହେବା ପାଇଁ ପ୍ରସ୍ତୁତ ଅଛି,’’ ଆପ୍ କର୍ପୋରେଟର ତାହିର ହୁସେନ କହିଛନ୍ତି ।

ବିଜେପି ନେତା କପିଲ ମିଶ୍ରଙ୍କ ବିଷୟରେ ତାହିର କହିଛନ୍ତି: ‘‘କପିଲ ମିଶ୍ର ଅନ୍ୟ ଦଳକୁ ଯିବା ପୂର୍ବରୁ ତାଙ୍କୁ ମୁଁ ସମର୍ଥନ କରୁଥିଲି । ସେ କ’ଣ କରିଛନ୍ତି ତାହା ଦେଖି ମୁଁ ଆଶ୍ଚର୍ଯ୍ୟ ହେଉଛି ।’’

ତାହିର ହୁସେନ କହିଛନ୍ତି ଯେ ୨୪ ଫ୍ରେବୃୟାରୀ ରାତିରେ ତାଙ୍କ ଘର ଦିଲ୍ଲୀ ପୋଲିସର କଣ୍ଟ୍ରୋଲରେ ଥିଲା ଓ ସେ ଜାଣିନାହାଁନ୍ତି ଯେ ଏହି ପଥର, ଇଟା ଓ ପେଟ୍ରୋଲ ପରି ସାମଗ୍ରୀ ସବୁ ସେଠିକି କେମିତି ଓ କେଉଁଠୁ ଆସିଲା । ‘‘ଯେତେବେଳେ ଆମେ ଘର ଛାଡ଼ି ଚ଼ାଲିଯାଇଥିଲୁ ସେତେବେଳେ ଆମ ଘରେ ତାଲା ପଡ଼ି ନ ଥିଲା… ହଁ, ସେହି ଭିଡ଼ିଓରେ ମୁଁ ହିଁ ଅଛି, କିନ୍ତୁ ଆମେ ଘର ପାଖରେ ଥିବା ଲୋକମାନଙ୍କୁ ହଟାଇବା ସହ ନିଆଁ ଲିଭାଇବା ପାଇଁ ଚେଷ୍ଟା କରୁଥିଲୁ,’’ କହିଛନ୍ତି ହୁସେନ ।

ସେହି ଭିଡିଓ ସମ୍ବନ୍ଧରେ ସେ ପୁଣି କହିଛନ୍ତି, ‘‘ଏହି ଭିଡ଼ିଓ ୨୪ ଫ୍ରେବୃୟାରୀର । ମୁଁ ସେଥିରେ ଫୋନ୍‌ କରି ସାହାଯ୍ୟ ମାଗୁଥିଲି ଓ ନିଜ ଘରକୁ ସୁରକ୍ଷା ଦେବାକୁ ଚେଷ୍ଟା କରୁଥିଲି’’ ।

‘‘ଯେଉଁ ଦିନ ଦଙ୍ଗା ଆରମ୍ଭ ହେଲା ସେଦିନ ମୁଁ ପୋଲିସକୁ ଫୋନ କରିଥିଲି, କିନ୍ତୁ କୌଣସି ଉତ୍ତର ଆସି ନ ଥିଲା । ଯେତେବେଳେ ପୋଲିସ ତରଫରୁ ଉତ୍ତର ଆସିଥିଲା ମୁଁ ଜଣାଇଥିଲି ଯେ ମୋ ଘର ଉପରେ ଆକ୍ରମଣ କରାଯାଉଛି… ଆରମ୍ଭରୁ ମୋତେ ପୋଲିସ ତରଫରୁ କୌଣସି ସହାୟତା ମିଳି ନ ଥିଲା । ଆପ୍ ନେତା ସଞ୍ଜୟ ସିଂଙ୍କ ହସ୍ତକ୍ଷେପ ପରେ ଓ ସେ ଡ଼ିସିପି ସୁର୍ୟଙ୍କ ସହ କଥା ହେବା ପରେ ମୋତେ ସାହାଯ୍ୟ କରିବା ପାଇଁ ଆଶ୍ବାସନା ମିଳିଥିଲା,’’ କହିଛନ୍ତି ହୁସେନ ।

ସେ ପୁଣି କହିଛନ୍ତି ଯେ ପୋଲିସ ତାଙ୍କ ଘରକୁ ଆସିବା ପରେ ସେ ଘର ଛାଡ଼ି ଦେଇଥିଲେ। ‘‘ମୋ ଘରକୁ ପୋଲିସ ନିଜ ଅଧୀନକୁ ନେଇ ତା’ ଭିତରେ ଖୋଜାଖୋଜି ଚ଼ଳାଇଥିଲା । ତା’ପର ଦିନ ମୁଁ ଘରକୁ ଫେରି ସେଠି ଦଙ୍ଗାକାରୀଙ୍କ ଭିଡ଼ ଦେଖିଲି ଓ ପଳାଇ ଆସିଥିଲି,’’ ସେ କହିଛନ୍ତି । ତାହିର କହିଛନ୍ତି ଯେ ତାଙ୍କର ଏକ ମାତ୍ର ଦୋଷ ଏହା ଯେ ତାଙ୍କ ଘର ଦଙ୍ଗା ଘଟିଥିବା ସ୍ଥାନରେ ଅଛି ।
First published: February 27, 2020, 7:23 PM IST