ପଞ୍ଜାବର ମାନ୍ ସରକାର (ଫଟୋ ସୌଜନ୍ଯ: ଇଣ୍ଡିଆନ ଏକ୍ସପ୍ରେସ)
- News18 Odia
- Last Updated :
- Other, India
News18 Odia Digital
ନୂଆ ଦିଲ୍ଲୀ: ଏଥର ଲୋକଙ୍କୁ ମିଳିବ ଶସ୍ତା ଓ ସ୍ବାସ୍ଥ୍ୟକର ମଦ । ଏପରି ଯୋଗାଇ ଦେବା ନେଇ ସୁପ୍ରିମକୋର୍ଟକୁ ଜଣାଇଛନ୍ତି ପଞ୍ଜାବର ମୁଖ୍ଯମନ୍ତ୍ରୀ ଭଗବତ ମାନ । ଆଗାମୀ ଦିନରେ ଲୋକମାନେ ଯେପରି ବିଷାକ୍ତ ମଦ ନ ପିଅନ୍ତି, ସେଥିପାଇଁ ପଦକ୍ଷେପ ନିଆଯାଉଛି ବୋଲି କହିଛନ୍ତି ମୁଖ୍ଯମନ୍ତ୍ରୀ ମାନ। ଏଥି ପାଇଁ ଗୁଇନ୍ଦା ବିଭାଗକୁ ନିୟୋଜିତ କରାଯାଇଛି। ବିହାରର ହୁଚ ଟ୍ରାଜେ଼ଡ଼ି ପରେ ସୁପ୍ରିମକୋର୍ଟ ପଞ୍ଜାବର ଆମ୍ ଆଦମୀ ସରକାରଙ୍କୁ ଚେତାବନୀ ଦେଇଛନ୍ତି।
ସୁପ୍ରିମକୋର୍ଟଙ୍କ ନିକଟରେ ପଞ୍ଜାବର ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି ଯେ ରାଜ୍ୟରେ ବେଆଇନ ମଦଭାଟି ଗୁଡ଼ିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ।ବିଷାକ୍ତ ମଦଭାଟି ଗୁଡ଼ିକ ଜଣାଇଲେ ୫୦ ହଜାରରୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପୁରସ୍କାର ଘୋଷଣା କରାଯାଇଛି ।
ସୂଚନାଯୋଗ୍ୟ ଯେ ବିହାରରେ ବିଷାକ୍ତ ମଦ ମୃତ୍ୟୁ ମାମଲାକୁ ନେଇ ରାଜନୈତିକ ବିବାଦ ଦେଖା ଦେଇଛି । ନୀତିଶ ସରକାରଙ୍କୁ ନେଇ ଟାର୍ଗେଟ କରୁଛନ୍ତି ବିରୋଧୀ । ଏହାରି ଭିତରେ ସହାୟତା ଯୋଗାଇଦେବାକୁ ମନା କରିଦେଇଛନ୍ତି ନୀତିଶ କୁମାର ।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।