ଗୁଜୁରାଟ ନିର୍ବାଚନ: ଇସୁଦାନ ଗାଧ୍ବୀଙ୍କୁ ଗୁଜୁରାଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କଲା AAP

Gujarat Assembly Election: ଗୁଜୁରାଟରେ ମୋଟ ୧୮୨ଟି ବିଧାନସଭା ଆସନ ଅଛି ଏବଂ ସରକାର ଗଠନ ପାଇଁ ୯୨ଟି ସିଟ୍ ଆବଶ୍ୟକ।

ଇସୁଦାନ ଗାଧ୍ବୀଙ୍କୁ ଗୁଜୁରାଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କଲା AAP

ଇସୁଦାନ ଗାଧ୍ବୀଙ୍କୁ ଗୁଜୁରାଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କଲା AAP

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ନୂଆଦିଲ୍ଲୀ: ଗୁଜୁରାଟ ବିଧାନସଭା ନିର୍ବାଚନ ପାଇଁ ଆମ୍ ଆଦମୀ ପାର୍ଟିର ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଛନ୍ତି। ଦଳ ଇସୁଦାନ ଗାଧ୍ବୀଙ୍କୁ ଏହାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ନାମିତ କରିଛି। ଇସୁଦାନ ଜଣେ ପୂର୍ବତନ ସାମ୍ବାଦିକ ଏବଂ ତାଙ୍କର ବହୁତ ପ୍ରଶଂସକ ମଧ୍ୟ ଅଛନ୍ତି।

ଗୁଜୁରାଟରେ ବିଧାନସଭା ନିର୍ବାଚନ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟରେ ଡିସେମ୍ବର ୧ରେ ମତଦାନ ହେବାକୁ ଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟ ଡିସେମ୍ବର ୫ରେ ଅନୁଷ୍ଠିତ ହେବ। ସେହିପରି ହିମାଚଳ ବିଧାନସଭା ସହିତ ଡିସେମ୍ବର ୮ରେ ଭୋଟ ଗଣତି ଅନୁଷ୍ଠିତ ହେବ।

ଅଭିଯାନକୁ ତୀବ୍ର କଲା ଆମ ଆଦମୀ ପାର୍ଟି

ଭାରତର ନିର୍ବାଚନ ଆୟୋଗ (ECI) ଗୁରୁବାର ଗୁଜୁରାଟ ନିର୍ବାଚନର ତାରିଖ ଘୋଷଣା କରିଥିଲେ। ଅନ୍ୟପକ୍ଷରେ ନିର୍ବାଚନ ତାରିଖ ଘୋଷଣା ପରେ ଆମ୍ ଆଦମୀ ପାର୍ଟି ନିଜର ଅଭିଯାନକୁ ଜୋରଦାର କରିଛି। ଦଳ ଶନିବାର ଠାରୁ ରୋଡ ଶୋ ଚଳାଇବା ଆରମ୍ଭ କରିବ ଯେଉଁଥିରେ କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ସହ ଯୋଗଦେବେ। ପାର୍ଟି ସୂତ୍ର ଅନୁଯାୟୀ, ଆପ୍ ପ୍ରତିଦିନ ଦୁଇରୁ ତିନୋଟି ରୋଡ୍ ଶୋ କରିବ।

ବିଜେପି ଏବଂ କଂଗ୍ରେସ ଟକ୍କର ଦେବାକୁ ପ୍ରସ୍ତୁତ ଆମ ଆଦମୀ ପାର୍ଟି

ଦଳ ଅନେକ ଗ୍ୟାରେଣ୍ଟି ଘୋଷଣା କରିବା, ପରିଦର୍ଶନ କରିବା ଏବଂ ଡୋର ଟୁ ଡୋର ଅଭିଯାନ ଚଳାଇ ଜୁନ ମାସରେ ନିର୍ବାଚନ ପ୍ରଚାର ଆରମ୍ଭ କରିଥିଲା। ଆଲୋଚନା ଏବଂ ପ୍ରଚାର ପ୍ରସଙ୍ଗରେ ଦଳ ବିଜେପି ଏବଂ କଂଗ୍ରେସକୁ କଡ଼ା ପ୍ରତିଯୋଗିତା ଦେଉଛି। ଗୁଜୁରାଟରେ ମୋଟ ୧୮୨ଟି ବିଧାନସଭା ଆସନ ଅଛି ଏବଂ ସରକାର ଗଠନ ପାଇଁ ୯୨ଟି ସିଟ୍ ଆବଶ୍ୟକ।
Published by:Lipina Das
First published: