ଛାଡ଼ପତ୍ର ଦେଇଥିବା ଆମିର୍ ଖାନ ଓ କିରଣ ରାଓ ଦୁହେଁ କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ

Divorced couple Aamir Khan and Kiran Rao each own huge assets | କିରଣ ରାଓଙ୍କର ନିଜର ଏକ ବିଳାସପୂର୍ଣ୍ଣ ଘର ଓ ଅନେକ କାର୍ ଅଛି । ଆମିର ଖାନଙ୍କର ମୁମ୍ବାଇରେ ୧୮ କୋଟି ଟଙ୍କାର ଘର ସହିତ ୧୫ କୋଟି ଟଙ୍କା ମୂଲ୍ୟର ନଅଟି ବିଳାସପୂର୍ଣ୍ଣ କାର୍ ଅଛି । ଆମୀର କ୍ୱଚିତ୍ ଫିଲ୍ମ ପାର୍ଟିରେ ଯୋଗ ଦିଅନ୍ତି ।

ସାଥିରେ ଥିବା ବେଳେ ଆମିର୍ ଖାନ୍ ଓ କିରଣ ରାଓ (ଫାଇଲ୍ ଫଟୋ)

ସାଥିରେ ଥିବା ବେଳେ ଆମିର୍ ଖାନ୍ ଓ କିରଣ ରାଓ (ଫାଇଲ୍ ଫଟୋ)

  • Share this:
News18 Odia Digital

ମୁମ୍ବାଇବଲିଉଡ୍‌ ଅଭିନେତା ଆମିର ଖାନ୍‌ (Aamir Khan) ଓ ତାଙ୍କ ଦ୍ୱିତୀୟ ପତ୍ନୀ କିରଣ ରାଓ (Kiran Rao) ପରସ୍ପରଠାରୁ ଅଲଗା ହୋଇଥାଇ ପାରନ୍ତି, କିନ୍ତୁ ଉଭୟ କୋଟି କୋଟି ଟଙ୍କାର ସମ୍ପତ୍ତିର ମାଲିକ । କିରଣ ନିଜେ ଜଣେ ଫିଲ୍ମ ନିର୍ମାତା, ସ୍କ୍ରିନ୍ ରାଇଟର୍ ଓ ନିର୍ଦ୍ଦେଶକ ହେବା ବ୍ୟତୀତ ଅନେକ ଏନ୍‌.ଜି.ଓ. ସହିତ ମଧ୍ୟ ଜଡି଼ତ । ଖବର ଅନୁଯାୟୀ କିରଣଙ୍କ ସମ୍ପତ୍ତିର ମୂଲ୍ୟ ପ୍ରାୟ ୪୦ ନିୟୁତ ଡଲାର ହୋଇଥିବା ବେଳେ ଆମୀର ଖାନ୍‌ ପ୍ରାୟ ୧,୫୩୨ କୋଟି ଟଙ୍କାର ସମ୍ପତ୍ତିର ମାଲିକ (Aamir Khan Kiran Rao Divorce)।

କିରଣ ରାଓଙ୍କର ନିଜର ଏକ ବିଳାସପୂର୍ଣ୍ଣ ଘର ଓ ଅନେକ କାର୍‌ ଅଛି ।ବାସ୍ତବରେ ଏ କଥା ଠିକରେ ଜଣା ନାହିଁ ଯେ କିରଣଙ୍କ ପାଖରେ ମୋ’ଟ କେତୋଟି କାର୍‌ ଓ ଘର ଅଛି । ଆମୀର ଖାନଙ୍କ ପ୍ରତ୍ୟେକ ଫିଲ୍ମ ହିଟ୍ ହୋଇଥାଏ ।ଯେହେତୁ ଆମୀରଙ୍କୁ ‘ମିଷ୍ଟର୍‌ ପରଫେକ୍ସନିଷ୍ଟ’ ଭାବରେ ବିବେଚନା କରାଯାଏ, ସେ ଖୁବ୍‌ କମ୍‌ ଫିଲ୍ମ କରନ୍ତି ।ଅସଲରେ ସେ ବାଛି ବାଛି ଫିଲ୍ମ କରନ୍ତି । ତାଙ୍କର କେବଳ ଗୋଟିଏ ଫିଲ୍ମ ଅନେକ ବଲିଉଡ ଫିଲ୍ମକୁ ପଛରେ ପକାଇ ଦେଇଥାଏ । ଜଣେ ସୁଦକ୍ଷ ଅଭିନେତା ହେବା ବ୍ୟତୀତ ଆମୀର ଜଣେ ଫିଲ୍ମ ନିର୍ମାତା ଓ ନିର୍ଦ୍ଦେଶକ ଭାବେ ବି କାମ କରିଆସୁଛନ୍ତି ।

କିରଣ ରାଓ


ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS | ଗଞ୍ଜାମରେ ବର୍ବରତା: ଗୁଣିଗାରେଡ଼ି ସନ୍ଦେହରେ ଯୁବକଙ୍କୁ ପିଟିଲେ, ଦାନ୍ତ ଭାଙ୍ଗିଲେ, ବିଷ୍ଠା ଖୁଆଇଲେ

‘ସ୍ୱୀକୃତି ଡଟ୍ କମ୍’ର ଏକ ରିପୋର୍ଟ ଅନୁଯାୟୀ ଆମୀର ଖାନଙ୍କ ନେଟ୍‌ ମୂଲ୍ୟ ପ୍ରାୟ ୧,୫୩୨ କୋଟି ଟଙ୍କା ବୋଲି କୁହାଯାଉଛି । ଅଭିନୟ ଓ ଚଳଚ୍ଚିତ୍ର ନିର୍ମାଣ ବ୍ୟତୀତ ସେ ଅନେକ ବ୍ରାଣ୍ଡ୍‌ ଏଣ୍ଡୋର୍ସମେଣ୍ଟରୁ ବି ଟଙ୍କା ରୋଜଗାର କରନ୍ତି ।ଏହି ବ୍ରାଣ୍ଡଗୁଡିକର ଏଣ୍ଡୋର୍ସମେଣ୍ଟ ପାଇଁ ପ୍ରତି ବ୍ରାଣ୍ଡ୍‌ ପାଇଁ ସେ ପ୍ରାୟ ୧୨ କୋଟି ଟଙ୍କା ଚାର୍ଜ କରନ୍ତି ।ମିଡିଆ ରିପୋର୍ଟ ଅନୁଯାୟୀ ଆମୀର ଗୋଟିଏ ଚଳଚ୍ଚିତ୍ରରେ ଅଭିନୟ ପାଇଁ ୮୫ କୋଟି ଟଙ୍କା ନେଇଛନ୍ତି । ଯେଉଁ ପ୍ରୋଜେକ୍ଟରେ ଆମିର କାମ କରନ୍ତି ସେହି ପ୍ରୋଜେକ୍ଟ ସୁନା ଫଳାଇବା ଆରମ୍ଭ କରେ ବୋଲି ବଲିଉଡରେ ବିଶ୍ୱାସ କରାଯାଏ ।

ଆମିର୍‌ ଖାନ୍‌ ଓ ତାଙ୍କ ଦ୍ୱିତୀୟ ପତ୍ନୀ କିରଣ ରାଓ ଜୁନ୍‌ ୩ ତାରିଖ ଦିନ ପରସ୍ପରକୁ ଛାଡ଼ପତ୍ର ଦେଇ ଅଲଗା ହେବେ ବୋଲି ଘୋଷଣା କରିଥିଲେ ।

ଏହା ବି ପଢ଼ନ୍ତୁ | ହାତ କାଟିଲେ ଛାତ୍ରୀ; ଓଡ଼ିଶା ମ୍ୟାଟ୍ରିକ୍ପରୀକ୍ଷା ଫଳକୁ ନେଇ ବଢ଼ିଲା ଅସନ୍ତୋଷ; ରାସ୍ତାକୁ ଓହ୍ଲାଇଲେ ପିଲାମାନେ

ଆମିର ଖାନ ମୁମ୍ବାଇରେ ପ୍ରାୟ ୧୮ କୋଟି ଟଙ୍କାର ଏକ ବିଳାସପୂର୍ଣ୍ଣ ଘରର ମାଲିକ । ଏହା ବ୍ୟତୀତ ଦେଶର ଅନେକ ସ୍ଥାନରେ ତାଙ୍କର ସମ୍ପତ୍ତି ଅଛି ବୋଲି ମଧ୍ୟ କୁହାଯାଏ । ବୋଧହୁଏ ବହୁତ କମ୍ ଲୋକ ଜାଣନ୍ତି ଯେ ଆମୀର କାରକୁ ଭଲ ପାଆନ୍ତି ।ତାଙ୍କ ପାଖରେ ୧୫ କୋଟି ଟଙ୍କା ମୂଲ୍ୟର ନଅଟି ବିଳାସପୂର୍ଣ୍ଣ କାର୍‌ ଅଛି ।ସେଥିରେ ଫୋର୍ଡ଼, ମର୍ସିଡେସ୍‌ ବେଞ୍ଜ୍ ଓ ଅଡି ପରି ଅନେକ ଦାମୀ ଓ ବିଦେଶୀ ବ୍ରାଣ୍ଡର କାର୍‌ ସାମିଲ୍‌ ଅଛନ୍ତି ।

ଆମିର୍‌ ଖାନ୍‌


ଏହା ବି ପଢ଼ନ୍ତୁ | କେନ୍ଦ୍ରାପଡ଼ାରେ ରାସ୍ତା କଡ଼ରେ ମହିଳାଙ୍କ ଗଳାକଟା ଶବ ତାପାଖରେ ରକ୍ତାକ୍ତ ଜୀବିତ ଶିଶୁ ପୁତ୍ର ମିଳିଲା

ଗତାନୁଗତିକ ଧାରାରୁ ଅଲଗା ହୋଇ ଚଳଚ୍ଚିତ୍ର ନିର୍ମାଣ କରୁଥିବା ଆମୀର ଖାନଙ୍କ ଫିଲ୍ମଗୁଡ଼ିକ ବହୁତ ରୋଜଗାର କରିଛି ।ଏକ ରିପୋର୍ଟ ଅନୁଯାୟୀ ‘ଦଙ୍ଗଲ’ ଫିଲ୍ମ ଏକା ପ୍ରାୟ ଦୁଇ ହଜାର କୋଟି ଟଙ୍କାର ରୋଜଗାର କରିଛି । ଆମୀର ଖାନ୍‌ ‘ଥ୍ରୀ ଇଡିଅଟ୍ସ’, ‘ଲଗାନ’, ‘ପିପଲି ଲାଇଭ’, ‘ତାରେ ଜମିନ୍‌ ପର୍‌’ ଓ ‘ପି.କେ.’ ଭଳି ଅନେକ ଖୁବ୍‌ ପ୍ରସିଦ୍ଧ ଫିଲ୍ମ କରିଛନ୍ତି । ପ୍ରତ୍ୟେକ ଭୂମିକା ପାଇଁ ନିଜକୁ ସିଦ୍ଧତାର ସର୍ବୋଚ୍ଚ ସ୍ତରକୁ ନେଇଯାଉଥିବା ଆମିରଙ୍କ ପ୍ରତ୍ୟେକ ଫିଲ୍ମ ଭିନ୍ନ ବିଷୟବସ୍ତୁ ଉପରେ ଆଧାରିତ ହୋଇଥାଏ ।



ଆମୀର ଖାନ୍‌ କ୍ୱଚିତ୍ ଫିଲ୍ମ ପାର୍ଟିମାନଙ୍କରେ ଯୋଗ ଦିଅନ୍ତି । ସେ ପୁରସ୍କାର ବିତରଣ ଉତ୍ସବକୁ ମଧ୍ୟ ଯାଆନ୍ତି ନାହିଁ ।ତାଙ୍କୁ ଅଭିନୟ ପାଇଁ ଚାରି ଥର ଜାତୀୟ ପୁରସ୍କାର ମିଳିସାରିଛି । ତାଙ୍କୁ ପଦ୍ମଶ୍ରୀ ଓ ପଦ୍ମ ଭୂଷଣ ସମ୍ମାନରେ ବି ସମ୍ମାନିତ କରାଯାଇଛି ।
Published by:Anand S.T. Das
First published: