VIDEO: ୧୫ତମ ବିବାହ ବାର୍ଷିକୀରେ ଆମୀର୍ ଖାନ୍ ରୋମାଣ୍ଟିକ୍ ହେଲେ, ପତ୍ନୀଙ୍କ ପାଇଁ ଗୀତ ଗାଇଲେ…

ଆମୀର୍ ଖାନ୍ ଓ କିରଣ ରାଓଙ୍କ ଏହି ଉତ୍ସବରେ ଉଭୟଙ୍କ ପରିବାର ଓ କିଛି ଘନିଷ୍ଠ ବନ୍ଧୁଙ୍କୁ ଦେଖିବାକୁ ମିଳିଥିଲା ।ଏହି ଉତ୍ସବରେ ବହୁତ ମଜା ହୋଇଥିଲା । ଏହି ବିଶେଷ ଦିନରେ ଆମୀର ମଧ୍ୟ କିରଣଙ୍କ ପାଇଁ ଏକ ଗୀତ ଗାଇଥିଲେ ।

VIDEO: ୧୫ତମ ବିବାହ ବାର୍ଷିକୀରେ ଆମୀର୍ ଖାନ୍ ରୋମାଣ୍ଟିକ୍ ହେଲେ, ପତ୍ନୀଙ୍କ ପାଇଁ ଗୀତ ଗାଇଲେ…
ଆମୀର ଖାନ ଓ କିରଣ ରାଓ (ଫାଇଲ୍ ଫଟୋ)
  • News18 Odia
  • Last Updated: December 30, 2020, 11:46 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ବାଇ: ବଲିଉଡର ‘ମିଷ୍ଟର୍‌ ପରଫେକ୍ସନିଷ୍ଟ’ ଆମୀର ଖାନ (Aamir Khan) ଓ ତାଙ୍କ ଚଳଚ୍ଚିତ୍ର ନିର୍ମାତ୍ରୀ ପତ୍ନୀ କିରଣ ରାଓ (Kiran Rao) ନିଜ ବିବାହର ୧୫ ବର୍ଷ ପୂରଣ କରିଛନ୍ତି । ଦୁହେଁ ନିଜ ବିବାହ ବାର୍ଷିକୀକୁ (Wedding Anniversary) ଚମତ୍କାର ଭାବରେ ପାଳନ କରିଛନ୍ତି ।

ଆମୀର୍‌ ଓ କିରଣଙ୍କ ଏହି ଉତ୍ସବରେ ଉଭୟଙ୍କ ପରିବାର ଓ କିଛି ଘନିଷ୍ଠ ବନ୍ଧୁଙ୍କୁ ଦେଖିବାକୁ ମିଳିଥିଲା ।ଏହି ଉତ୍ସବରେ ବହୁତ ମଜା ହୋଇଥିଲା । ଆମୀର ଓ କିରଣ ନିଜ ବିବାହ ବାର୍ଷିକୀ ଗିର ନ୍ୟାସନାଲ ପାର୍କରେ ପାଳନ କରିଥିଲେ। ଏହି ଉତ୍ସବରେ ତାଙ୍କ ପୁଅ ଆଜାଦ ଓ ଝିଅ ଇରା ଖାନ (Ira Khan) ବି ଉପସ୍ଥିତ ଥିଲେ।

ଏହା ବି ପଢ଼ନ୍ତୁ | ପରୀକୁ ଗଳା ଚିପି ହତ୍ୟା କରିବା ପରେ ତା ସହ ଦୁଷ୍କର୍ମ ଉଦ୍ୟମ କରିଥିଲା ସରୋଜ: ଅରୁଣ ବୋଥ୍ରା

ଆମୀର୍‌ ଓ କିରଣ କେକ୍ କାଟି ପରିବାର ସହିତ ବହୁତ ଉପଭୋଗ କରିଥିଲେ । କେବଳ ଏତିକି ନୁହେଁ ଆମୀର ଖାନଙ୍କ ଏକ ପ୍ରଶଂସକ କ୍ଲବ୍‌ ଦାବି କରିଛି ଯେ ଏହି ବିଶେଷ ଦିନରେ ଆମୀର ମଧ୍ୟ କିରଣଙ୍କ ପାଇଁ ଏକ ଗୀତ ଗାଇଥିଲେ ।

ଆମୀର ଖାନ ଓ କିରଣ ରାଓ (ଫାଇଲ୍ ଫଟୋ)


ଆମୀର ଖାନ ଓ କିରଣ ରାଓଙ୍କ ବିବାହ ବାର୍ଷିକୀର ଅନେକ ଫଟୋ ଓ ଭିଡିଓ ବାହାରକୁ ଆସିଛି । ସେଥିରେ ଦୁହେଁ ପରିବାର ଓ କିଛି ପ୍ରଶଂସକଙ୍କ ସହିତ ମଜା କରୁଥିବାର ଦେଖାଯାଇଛି । ଏହି ଫଟୋଗୁଡ଼ିକରେ ଦେଖାଯାଉଛି ଯେ ଆମୀର ଓ କିରଣଙ୍କ ସହ ଆଜାଦ ମଧ୍ୟ କେକ୍ କାଟିବାରେ ଯୋଗ ଦେଉଛନ୍ତି ।




ଆମୀରଙ୍କ ନାମର ପ୍ରଥମ ଅକ୍ଷର ଓ କିରଣଙ୍କ ନାମର ପ୍ରଥମ ଅକ୍ଷର କେକ୍ ଉପରେ ଲେଖାଯାଇଥିବା ଦେଖାଯାଇଥିଲା । ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଏହି ଉତ୍ସବରେ ଆମୀରଙ୍କ ପୁତୁରା ଇମ୍ରାନ ଖାନ ଓ ତାଙ୍କ ଝିଅ ଇମାରା ମଧ୍ୟ ଅଂଶଗ୍ରହଣ କରିଥିଲେ ।




ଏହା ବ୍ୟତୀତ ଏହି ଉତ୍ସବର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଏହି ଭିଡିଓରେ ଆମୀର ଖାନ ଏକ ଗୀତ ଗାଉଥିବା ଦେଖାଯାଇଛନ୍ତି । ଲାଗୁଛି ଯେ ଆମୀର ଖାନ ତାଙ୍କ ପତ୍ନୀ କିରଣଙ୍କ ପାଇଁ ଏହି ଗୀତ ଗାଉଛନ୍ତି । ଗୀତଟି ହେଉଛି କିଶୋର୍‌ କୁମାରଙ୍କ ପ୍ରସିଦ୍ଧ ଗୀତ ‘ତୁମ୍ ବିନ୍ ଜାଉଁ କହାଁ’ ।



ଆମୀର ଖାନଙ୍କ ନିକଟରେ ଅନେକ ଲୋକ ବସିଥିବା ନଜର ଆସିଛନ୍ତି । ସେମାନେ ଏହି ସଙ୍ଗୀତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।
Published by: Anand Shankar Thankur Das
First published: December 30, 2020, 11:46 PM IST
corona virus btn
corona virus btn
Loading