ଏହି ନିଷ୍ପତ୍ତି ଉପରେ ପୁନର୍ବାର ବିଚାର କରିବାକୁ ସିନ୍ଦେଙ୍କୁ ଅନୁରୋଧ କଲେ ଠାକରେ

ମୁମ୍ବାଇର ବିବାଦୀୟ ମେଟ୍ରୋ କାର ସେଡ଼ ପ୍ରକଳ୍ପ ବିଷୟରେ ପୁନର୍ବିଚାର କରିବା ଲାଗି ଆଜି ପୂର୍ବତନ ମନ୍ତ୍ରୀ ଆଦିତ୍ୟ ଠାକରେ ସିନ୍ଦେ ସରକାରଙ୍କୁ ଅନୁରୋଧ କରିଛନ୍ତି।

ଆଦିତ୍ୟ ଠାକରେ ଓ ଏକନାଥ ସିନ୍ଦେ (ପ୍ରତୀକାତ୍ମକ ଛବି)

ଆଦିତ୍ୟ ଠାକରେ ଓ ଏକନାଥ ସିନ୍ଦେ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ମୁମ୍ବାଇର ବିବାଦୀୟ ‘ମେଟ୍ରୋ କାର ସେଡ଼’ ପ୍ରକଳ୍ପ ବିଷୟରେ ପୁନର୍ବିଚାର କରିବା ଲାଗି ଆଜି ପୂର୍ବତନ ମନ୍ତ୍ରୀ ଆଦିତ୍ୟ ଠାକରେ ମହାରାଷ୍ଟ୍ରର ଏକନାଥ ସିନ୍ଦେ ସରକାରଙ୍କୁ ଅନୁରୋଧ କରିଛନ୍ତି।

ଠାକରେ ଲେଖିଛନ୍ତି,"ନିଜ ନିଷ୍ପତ୍ତିକୁ ପୁନର୍ବିଚାର କରିବା ଲାଗି ମୁଁ ନୂଆ ସରକାରଙ୍କୁ ସବିନୟ ଅନୁରୋଧ କରୁଛି। ଆମ ପ୍ରତି ଥିବା ଘୃଣା ପ୍ରିୟ ମୁମ୍ବାଇ ଉପରେ ସାରନ୍ତୁ ନାହିଁ। ଆଜି ବିଧାନସଭାରେ ବାଚସ୍ପତି ନିର୍ବାଚନରେ ଭୋଟ ଦେବାକୁ ଯାଉଥିବାରୁ ‘ଆରେ’ ଅରଣ୍ୟ ଓ ‘ଏମଏମଆରସିଏଲ ଜମି’ ନିମନ୍ତେ ଚାଲିଥିବା ପ୍ରତିବାଦ ସ୍ଥଳୀକୁ କରିପାରିବେ ନାହିଁ।

ସେ କହିଛନ୍ତି ଯେ ମୁମ୍ବାଇର ଶ୍ୟାମଳ ଫୁସଫୁସ ବୋଲି ଅନେକେ କହୁଥିବା ନଗରାଞ୍ଚଳ ଅରଣ୍ୟ ‘ଆରେ ଅରଣ୍ୟ’ର ସୁରକ୍ଷା କେବଳ ୨,୭୦୦ ବୃକ୍ଷର ସୁରକ୍ଷା ନୁହେଁ। ଏହା ହେଉଛି ମୁମ୍ବାଇର ଜୈବବିବିଧତାର ସୁରକ୍ଷା। ‘କାର ସେଡ’ ଓ ତା’ ଚାରପଟେ ଦୈନିକ କଲରାପତ୍ରିଆ ଓ ଅନ୍ୟାନ୍ୟ ଜୀବଜନ୍ତୁ ଦେଖାଯାଉଛନ୍ତି।

'ମେଟ୍ରୋ କାର ସେଡ଼ ପ୍ରକଳ୍ପ’ର ସ୍ଥାନ ପରିବର୍ତ୍ତନ ଯୋଗୁଁ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆଦିତ୍ୟଙ୍କ ବାପା ଉଦ୍ଧବ ଠାକରେ ଭୀଷଣ ଅସନ୍ତୋଷ ବ୍ୟକ୍ତ କରିବା ପରେ ସେ ଉପରୋକ୍ତ ଅନୁରୋଧ କରିଛନ୍ତି।
Published by:Soumya Das
First published: