News18 Odia Digital
Aditya Thackeray and CM Shinde: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ (Maharashtra CM) ଏକନାଥ ସିନ୍ଦେ(Eknath Shinde)ଙ୍କୁ ବର୍ଲି ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଶିବସେନା(Shivsena)ନେତା ଆଦିତ୍ୟ ଠାକରେ(Aditya Thackeray)ଚ୍ୟାଲେଞ୍ଜ କରିଛନ୍ତି। ଶୁକ୍ରବାର ଦିନ ବର୍ଲି ବିଧାୟକ ଆଦିତ୍ୟ ଠାକରେ ଅନ୍ୟ ଶିବସେନା ବିଧାୟକ ତଥା ସାଂସଦମାନଙ୍କୁ ଚ୍ୟାଲେଞ୍ଜ କରିଥିଲେ ଯେଉଁମାନେ ତାଙ୍କ ପିତା ଉଦ୍ଧବ ଠାକରେ(Uddhav Thackeray)ଙ୍କ ବିରୁଦ୍ଧରେ ବିଦ୍ରୋହ କରିଥିଲେ।
'ସାଂସଦ ହେବା ପରଠୁ ହେଉଛି ଅତ୍ୟାଚାର'; ଦୌଡ଼ ରାଣୀ ପିଟି ଉଷାଙ୍କ ବଡ଼ ଅଭିଯୋଗଆଦିତ୍ୟ ଠାକରେ କହିଛନ୍ତି, 'ମୁଁ ଏହି ଅସାମ୍ବିଧାନିକ ମୁଖ୍ୟମନ୍ତ୍ରୀଙ୍କୁ ଚ୍ୟାଲେଞ୍ଜ ଦେଉଛି ଯେ ମୁଁ ବର୍ଲିରୁ ବିଧାୟକ ପଦରୁ ଇସ୍ତଫା ଦେଇ ଦେବି ଓ ଆପଣ ମୋ ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରନ୍ତୁ। ଦେଖିବା ଆପଣ ବର୍ଲିରୁ କିପରି ଜିତୁଛନ୍ତି?
ଆଦିତ୍ୟ ଠାକରେ କହିଛନ୍ତି ଯେ ମୁଁ ମଧ୍ୟ ୧୩ ସାଂସଦ ଓ ୪୦ ଜଣ ବିଧାୟକଙ୍କୁ ଇସ୍ତଫା ଦେବା ସହ ପୁନର୍ବାର ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚ୍ୟାଲେଞ୍ଜ କରୁଛି ଓ ସେମାନେ ନିର୍ବାଚିତ ହୋଇପାରିବେ କି ନାହିଁ ତାହା ଦେଖାଯିବ।
ADANI GROUP: ଆଦାନୀଙ୍କ ସଙ୍କଟ ନେଇ ଏହି ବ୍ୟକ୍ତି କରିଥିଲେ ଭବିଷ୍ୟବାଣୀ!ଜୁନ୍ ୨୦୨୨ ରେ ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ମହା ବିକାଶ ଅଗାଡ଼ି (MVA) ସରକାରକୁ ଭାଙ୍ଗିବା ପରେ ସିନ୍ଦେ ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏହା ପରେ ଗୋଟିଏ ପରେ ଗୋଟିଏ ଶିବସେନା ନେତା ଉଦ୍ଧବ ଠାକରେଙ୍କ ଦଳ ଛାଡି ସିନ୍ଦେଙ୍କ ସହ ମିଶିଥିଲେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।