ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»ଅର୍ଥନୀତି ଉନ୍ନତି ମଧ୍ୟରେ ଆଧାର କାର୍ଡ଼ର ନୂଆ ରେକର୍ଡ; ଅଗଷ୍ଟରେ ୧୪୬ କୋଟି ଲୋକ କରିଛନ୍ତି ବ୍ୟବହାର

ଅର୍ଥନୀତି ଉନ୍ନତି ମଧ୍ୟରେ ଆଧାର କାର୍ଡ଼ର ନୂଆ ରେକର୍ଡ; ଅଗଷ୍ଟରେ ୧୪୬ କୋଟି ଲୋକ କରିଛନ୍ତି ବ୍ୟବହାର

ଆକଳନ ଅନୁଯାୟୀ ଅଗଷ୍ଟରେ ୧୪୬ କୋଟି ଆଧାର ଆଧାରିତ ପ୍ରାମାଣିକିକରଣ କରାଯାଇଥିଲା । ଆଜି ପର୍ଯ୍ୟନ୍ତ ଏହା ହେଉଛି ରେକର୍ଡ ସଂଖ୍ୟା । ଏହା ଭାରତର ୧୩୦ କୋଟି ଜନସଂଖ୍ୟାଠାରୁ ଅଧିକ ।

ଅର୍ଥନୀତି ଉନ୍ନତି ମଧ୍ୟରେ ଆଧାର କାର୍ଡ଼ର ନୂଆ ରେକର୍ଡ; ଅଗଷ୍ଟରେ ୧୪୬ କୋଟି ଲୋକ କରିଛନ୍ତି ବ୍ୟବହାର
ଅର୍ଥନୀତି ଉନ୍ନତି ମଧ୍ୟରେ ଆଧାର କାର୍ଡ଼ର ନୂଆ ରେକର୍ଡ
  • News18 Odia
  • Last Updated: September 6, 2021, 10:33 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଧିରେ ଧିରେ କରୋନା ମହାମାରୀର ଦ୍ୱିତୀୟ ଲହରରୁ ଦେଶ ବାହାରକୁ ଆସୁଛି । ଅନ୍ୟପକ୍ଷରେ ଅର୍ଥନୀତିରେ ଉନ୍ନତିର ଆଉ ଏକ ସକରାତ୍ମକ ସଙ୍କେତ ମଧ୍ୟ ଦେଖିବାକୁ ମିଳୁଛି । ଗତ ମାସରେ, ସରକାରୀ ଯୋଜନାର ଲାଭ ଉଠାଇବା ପାଇଁ ଲୋକେ ରେକର୍ଡ ନମ୍ବରରେ ଆଧାର କାର୍ଡ ବ୍ୟବହାର କରିଥିଲେ ।

ନ୍ୟୁଜ୍ ୧୮ ଆଧାର କାର୍ଡ଼ ବ୍ୟବହାର ତଥ୍ୟ ସମୀକ୍ଷା କରିଛି । ଏହି ଆକଳନ ଅନୁଯାୟୀ ଅଗଷ୍ଟରେ ୧୪୬ କୋଟି ଆଧାର ଆଧାରିତ ପ୍ରାମାଣିକିକରଣ କରାଯାଇଥିଲା । ଆଜି ପର୍ଯ୍ୟନ୍ତ ଏହା ହେଉଛି ରେକର୍ଡ ସଂଖ୍ୟା । ଏହା ଭାରତର ୧୩୦ କୋଟି ଜନସଂଖ୍ୟାଠାରୁ ଅଧିକ । ଏହା ପ୍ରମାଣ କରେ ଯେ ଯେଉଁମାନଙ୍କର ଆଧାର କାର୍ଡ଼ ଅଛି ସେମାନେ ସରକାରୀ ଯୋଜନାର ଲାଭ ଉଠାଇବା ପାଇଁ ଏହାକୁ ଏକାଧିକ ଥର ବ୍ୟବହାର କରିଛନ୍ତି ।

ଯଦି ଆମେ ଆଧାର କାର୍ଡ଼ର ତଥ୍ୟକୁ ଦେଖିବା, ତେବେ ଏପ୍ରିଲ ଓ ମେ ମାସ ତୁଳନାରେ ଅଗଷ୍ଟରେ ଏହାର ବ୍ୟବହାରରେ ପ୍ରାୟ ୫୦ ପ୍ରତିଶତ ବୃଦ୍ଧି ହୋଇଛି । ଏପ୍ରିଲ ଓ ମେ ମାସରେ, ଦେଶ କରୋନା ଦ୍ୱିତୀୟ ଲହରର କବଳରେ ଥିଲା । ଏହି ଦୁଇ ମାସ ମଧ୍ୟରେ କେବଳ ୯୬୬ ନିୟୁତ ପ୍ରାମାଣିକିକରଣ କରାଯାଇଥିଲା । ଚଳିତ ବର୍ଷ ଜୁଲାଇରେ ଏହି ସଂଖ୍ୟା ୧୩୭ କୋଟିକୁ ବୃଦ୍ଧି ପାଇଥିଲା । ଏହା ପୂର୍ବରୁ ୨୦୨୦ ମେରେ ୧୨୦ କୋଟି ପ୍ରାମାଣିକିକରଣ କରାଯାଇଥିଲା, କିନ୍ତୁ ଅଗଷ୍ଟ ମାସରୁ ନେଇ ଏ ପର୍ଯ୍ୟନ୍ତ ସମସ୍ତ ରେକର୍ଡ ଭାଙ୍ଗିଛି ।

ଅର୍ଥନୀତି ପାଇଁ ଭଲ ସଙ୍କେତ

ଜଣେ ବରିଷ୍ଠ ସରକାରୀ ଅଧିକାରୀ ନ୍ୟୁଜ୍ ୧୫କୁ କହିଛନ୍ତି, ‘‘ଏହି ତଥ୍ୟ ପ୍ରମାଣ କରୁଛି ଯେ ଦେଶ କରୋନା ମହାମାରୀର ଦ୍ୱିତୀୟ ଲହରରୁ ସୁସ୍ଥ ହେଉଛି ଓ ଲୋକେ ବହୁ ସଂଖ୍ୟାରେ ଆଧାର କାର୍ଡ଼ ବ୍ୟବହାର କରୁଛନ୍ତି । ଏହି ତଥ୍ୟ ଇ-KYC ଆଧାରିତ ପ୍ରାମାଣିକିକରଣକୁ ମଧ୍ୟ ଦର୍ଶାଏ, ଯେଉଁଥିରେ ନାଗରିକ କାଗଜପତ୍ର ଦେଖାଇବା ଆବଶ୍ୟକ କରନ୍ତି ନାହିଁ । ଇ-KYC ପ୍ରାମାଣିକିକରଣ ମଧ୍ୟ ଅଗଷ୍ଟରେ ୧୬.୩ ନିୟୁତ ରେକର୍ଡରେ ପହଞ୍ଚିଛି, ଯାହା ମେ ମାସରେ ୫.୩ ନିୟୁତ ଠାରୁ ପ୍ରାୟ ତିନି ଗୁଣ ଅଧିକ । ଲୋକେ କରୋନା ଟିକା ପାଇବା ପାଇଁ ଆଧାର କାର୍ଡ଼ ମଧ୍ୟ ବ୍ୟବହାର କରୁଛନ୍ତି । ଏପରିକି ଏହି ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି ।’’

ଆଧାର ପ୍ରାମାଣିକରଣର ଅର୍ଥ କ’ଣ?

ଗତ କିଛି ବର୍ଷ ମଧ୍ୟରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଏହାର ସମସ୍ତ କଲ୍ୟାଣ ଯୋଜନାକୁ ଆଧାର ସହିତ ଯୋଡିଛନ୍ତି । ତାହା ହେଉଛି, ଯେକୌଣସି ଯୋଜନାର ଲାଭ ଉଠାଇବା ପାଇଁ, ଆଧାର କାର୍ଡ଼ ସଂଖ୍ୟା ଦେବା ଆବଶ୍ୟକ । ୫୪ଟି ମନ୍ତ୍ରଣାଳୟର ପ୍ରାୟ ୩୧୧ଟି କେନ୍ଦ୍ରୀୟ କଲ୍ୟାଣ ଯୋଜନା ଆଧାର କାର୍ଡ଼ ସହିତ ସଂଯୁକ୍ତ । ଏହି ସମସ୍ତ ପ୍ରତ୍ୟକ୍ଷ ଲାଭ ଡି.ବି.ଟି (DBT) ପ୍ଲାଟଫର୍ମ ଅଧୀନରେ ଆସେ । ଅର୍ଥାତ୍ ଯେକୌଣସି ଯୋଜନା ଅଧୀନରେ ଦିଆଯାଇଥିବା ଟଙ୍କା ସିଧାସଳଖ ଲୋକଙ୍କ ଆକାଉଣ୍ଟକୁ ସ୍ଥାନାନ୍ତରିତ ହୁଏ । କୃଷକମାନଙ୍କ ପାଇଁ ପିଏମ କିଶାନ ନିଧି ଯୋଜନା ଆଧାର ପ୍ଲାଟଫର୍ମ ଉପରେ ଆଧାରିତ ଯେଉଁଥିରେ ପ୍ରତି ଚାରି ମାସ ପରେ ପ୍ରାୟ ୧୦ କୋଟି ଚାଷୀଙ୍କୁ ୨,୦୦୦ ଟଙ୍କା ଟ୍ରାନ୍ସଫର କରାଯାଉଛି । ଏହା ବ୍ୟତୀତ ପ୍ରଧାନ ମନ୍ତ୍ରୀ ଉଜ୍ବଳା ଯୋଜନା ଓ ପ୍ରଧାନ ମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା, ଯେଉଁଥିରେ ଗରିବ ଲୋକଙ୍କୁ ମାଗଣା ଖାଦ୍ୟ ଶସ୍ୟ ବଣ୍ଟନ କରାଯାଉଛି, ସମସ୍ତେ ଆଧାର କାର୍ଡ଼ ସହିତ ଜଡ଼ିତ ।

DBT ଏକ ଗେମ୍ ଚେଞ୍ଜର ବୋଲି ପ୍ରମାଣ କରୁଛି

ଆଧାର ପ୍ରାମାଣିକରଣର ଅର୍ଥ ହେଉଛି ଯେ ଏକ ଯୋଜନାର ହିତାଧିକାରୀଙ୍କୁ ସଠିକ୍ ଭାବରେ ଚିହ୍ନଟ କରିବା ପାଇଁ ଆଧାର ନମ୍ବର ବ୍ୟବହାର କରାଯାଉଛି । ଏହା ସହିତ, ଏହା ମଧ୍ୟ ସୁନିଶ୍ଚିତ ହୋଇଛି ଯେ ଟଙ୍କା ଇଲେକ୍ଟ୍ରୋନିକ୍ ଭାବରେ ଲୋକଙ୍କ ଆକାଉଣ୍ଟରେ ପହଞ୍ଚୁଛି । ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଅନେକ ସମୟରେ ଆଧାର ଭିତ୍ତିକ ଡି.ବି.ଟି. ଯୋଜନାକୁ ଦୁର୍ନୀତି ଦୂର କରିବା ତଥା କରୋନାର ଲକଡାଉନ ସମୟରେ ମଧ୍ୟ ଲୋକଙ୍କ ସୁବିଧା ସୁନିଶ୍ଚିତ କରିବା ପାଇଁ ଗେମ ଚେଞ୍ଜର ବୋଲି କହିଛନ୍ତି । ୨୦୧୧ରୁ ଡି.ବି.ଟି.ଆଧାର ପ୍ଲାଟଫର୍ମ ମାଧ୍ୟମରେ ଏହା ୧,୭୮,୩୯୬ କୋଟି ଟଙ୍କା ସଞ୍ଚୟ କରିଛି ବୋଲି ସରକାର ଦାବି କରିଛନ୍ତି ।
Published by: Lipina Das
First published: September 6, 2021, 10:33 AM IST