ଆଧାର ଜନିତ ସମସ୍ଯାର ସମାଧାନ କରିବ FaceRD App; ଜାଣନ୍ତୁ ଏହାର ବ୍ଯବହାର

UIDAI ଏକ ଆପ୍ ଲଞ୍ଚ କରିଛି ଯାହାର ନାମ ରହିଛି FaceRD App । ଏହି ଆପ୍ ମାଧ୍ଯମରେ ଆପଣ ଘରେ ବସି ଆପଣଙ୍କର ଆଧାର ଜନିତ ସମସ୍ଯା ଦୂର କରିପାରିବେ ।

Face RD App (ଫଟୋ ସୌଜନ୍ୟ: UIDAI)

Face RD App (ଫଟୋ ସୌଜନ୍ୟ: UIDAI)

  • Share this:
News18 Odia Digital

ଆଧାର କାର୍ଡ଼ଧାରୀମାନେ ବର୍ତ୍ତମାନ ଫେସ ପ୍ରାମାଣିକରଣ ମାଧ୍ୟମରେ ସେମାନଙ୍କର ପରିଚୟ ନିଶ୍ଚିତ କରିପାରିବେ। ଏଥିପାଇଁ ଏକ ଆପ୍ ଲଞ୍ଚ କରାଯାଇଛି। କମ୍ପାନୀ ଏହାକୁ ଆଧାର FaceRD ନାମରେ ନାମିତ କରିଛି। ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ (UIDAI) ଦ୍ୱାରା ଏହାକୁ ଲଞ୍ଚ କରାଯାଇଛି।

ଗୁଗୁଲ୍ ପ୍ଲେ ଷ୍ଟୋରରୁ ଆଣ୍ଡ୍ରଏଡ୍ ବ୍ୟବହାରକାରୀମାନେ ଏହି ଆପ୍ ଡାଉନଲୋଡ୍ କରିପାରିବେ। ରିପୋର୍ଟ ଅନୁଯାୟୀ, ଫେସ୍ ପ୍ରାମାଣିକିକରଣ ଟେକ୍ନୋଲୋଜି ସାହାଯ୍ୟରେ ଏହି ଆପ୍ ଆଧାର ପ୍ରାମାଣିକିକରଣ ପାଇଁ ଜଣେ ବ୍ୟକ୍ତିଙ୍କ ମୁହଁର ଲାଇଭ୍ କ୍ୟାପଚର କରିଥାଏ।

ଜୀବନ ପ୍ରମାଣ, ରେସନ ବଣ୍ଟନ (PDS), କୋୱିନ୍ ଟୀକାକରଣ ଆପ୍, ସ୍କଲାରସିପ୍ ସ୍କିମ୍, କୃଷକ କଲ୍ୟାଣ ଯୋଜନା ପରି ଅନେକ ଆଧାର ପ୍ରାମାଣିକିକରଣ ଆପ୍ ପାଇଁ ଫେସ୍ ପ୍ରାମାଣିକିକରଣ ବ୍ୟବହାର କରାଯାଇପାରିବ। UIDAI ଜୁଲାଇ ୧୨ ରେ ଏହାକୁ ଟୁଇଟ୍ କରିଥିଲା ।



ଟ୍ୱିଟ୍‌ରେ କୁହାଯାଇଛି ଯେ UIDAI RD ଆପ୍ ମାଧ୍ୟମରେ ଆଧାର ଫେସ୍ ପ୍ରାମାଣିକିକରଣ ବୈଶିଷ୍ଟ୍ୟ ବ୍ୟବହାର କରାଯାଇପାରିବ। ଏହା ଅନେକ ଆଧାର ପ୍ରାମାଣିକିକରଣ ଆପ୍ ପାଇଁ ବ୍ୟବହୃତ ହୋଇପାରେ।

ଲାଇଭମିଣ୍ଟର ଏକ ରିପୋର୍ଟ ଅନୁଯାୟୀ, ଏହି ଆପ୍ ସହିତ ଆଧାର ଧାରକମାନେ ଲୋକେସନ ଆଧାର ନାମଲେଖା କେନ୍ଦ୍ର ପରିଦର୍ଶନ କରି ଶାରୀରିକ ପରିଚୟ ପାଇଁ ଆଇରିସ୍ ଓ ଫିଙ୍ଗର ପ୍ରିଣ୍ଟ ସ୍କାନ କରିବାକୁ ପଡିବ ନାହିଁ। ଏହି ଯାଞ୍ଚ ଆଧାର ଧାରକଙ୍କ ପ୍ରକୃତ ପରିଚୟକୁ ବୈଧ କରେ।

ଏହାକୁ ବ୍ୟବହାର କରିବାକୁ, ଆପଣଙ୍କୁ ଗୁଗୁଲ୍ ପ୍ଲେ ଷ୍ଟୋରରୁ ଆଧାର FaceRD ଡାଉନଲୋଡ୍ କରିବାକୁ ପଡିବ। ଏହା ପରେ, ଆପରେ କୁହାଯାଇଥିବା ଗାଇଡ୍ ଅନୁସରଣ କରନ୍ତୁ ଓ next ଉପରେ କ୍ଲିକ୍ କରନ୍ତୁ।  ଚେହେରା ପ୍ରାମାଣିକରଣ ପାଇଁ, ଆପଣଙ୍କ ଚେହେରା ଉପରେ ଲାଇଟି ଥିବା ଉଚିତ ଓ ଆପଣଙ୍କର ବେକ ଗ୍ରାଉଣ୍ଡ ସ୍ପଷ୍ଟ ହେବା ଉଚିତ।
Published by:Soumya Das
First published: