ମହିଳାଙ୍କ ମଧ୍ୟରେ ଶାଢ଼ୀ ପିନ୍ଧି ସାବିତ୍ରୀ ପୂଜା କଲେ ଯୁବକ, ଆଉ ତାପରେ...

ଆପଣ ଜାଣନ୍ତି ସାବିତ୍ରୀ ବ୍ରତ ମହିଳାମାନେ ପାଳନ କରନ୍ତି, କିନ୍ତୁ ବର୍ତ୍ତମାନ ସୋସିଆଲ ମିଡିଆରେ ଯେଉଁ ପୋଷ୍ଟ ଭାଇରାଲ୍ ହେଉଛି ତାହା ଆପଣଙ୍କୁ ଚକିତ କରିଦେବ ।

ମହିଳାଙ୍କ ମଧ୍ୟରେ ଶାଢ଼ୀ ପିନ୍ଧି ସାବିତ୍ରୀ ପୂଜା କଲେ ଯୁବକ, ଆଉ ତାପରେ...

ମହିଳାଙ୍କ ମଧ୍ୟରେ ଶାଢ଼ୀ ପିନ୍ଧି ସାବିତ୍ରୀ ପୂଜା କଲେ ଯୁବକ, ଆଉ ତାପରେ...

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ନୂଆଦିଲ୍ଲୀ: ୧୯ ମେ'ରେ ସାରା ଦେଶରେ ବଟ ସାବିତ୍ରୀ ଉପବାସ ପାଳନ କରାଯାଇଥିଲା । ଏହି ଦିନ ମହିଳାମାନେ ନିଜ ସ୍ୱାମୀଙ୍କ ଦୀର୍ଘ ଜୀବନ ପାଇଁ ଉପବାସ ରଖନ୍ତି ଓ ବଟ ବୃକ୍ଷକୁ ପୂଜା କରନ୍ତି । ଏହି ପୂଜା ଦେଶର ପ୍ରତ୍ୟେକ କୋଣ ଅନୁକୋଣରେ କରାଯାଇଥିଲା। ଏହି ସମୟରେ, ଏହି ଉପବାସ ସହ ଜଡିତ ଏକ ଆଶ୍ଚର୍ଯ୍ୟଜନକ ଘଟଣା ବିହାରର ବଙ୍କା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି।

ବାସ୍ତବରେ, ଜିଲ୍ଲାର ବାନ୍ଧୁଆ କୁରାୱା ପୋଲିସ୍ ଷ୍ଟେସନ ଅଞ୍ଚଳର ମାନିଆରପୁର ଚକ୍ ଠାରେ ଜଣେ ବାଳକ ନିଜ ପୁରୁଷ ବନ୍ଧୁଙ୍କ ପାଇଁ ପତ୍ନୀ ବେଶରେ ଶାଢ଼ୀ ପରିଧାନ କରି ବଟ ସାବିତ୍ରୀଙ୍କୁ ପୂଜା କରୁଥିବା ଦେଖିବାକୁ ମିଳିଥିଲା। ଏହା ଦେଖି ବଟ ତଳେ ପୂଜା କରୁଥିବା ମହିଳାମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଉକ୍ତ ସ୍ଥାନରେ କିଛି ସମୟ ମଧ୍ୟରେ, ବିରାଟ ଜନସମାଗମ ହୋଇ ଯାଇଥିଲା।

ବଟ ତଳେ ପୁରୁଷ ବନ୍ଧୁଙ୍କ ପାଇଁ ପତ୍ନୀ ପରି ପୂଜା କରୁଥିବା ବ୍ୟକ୍ତି ଜଣଙ୍କ କପିଲଦେବ ମଣ୍ଡଳ ବୋଲି ଜଣାପଡିଛି। ଶାଢ଼ୀ ପିନ୍ଧି ନିଜକୁ ସଜାଇ ସେ ନିୟମ ଅନୁଯାୟୀ ନିଜ ବନ୍ଧୁ ନୀତେଶଙ୍କ ପାଇଁ ପୂଜା କରିଥିଲେ । ଘଟଣାଟି ସେଠାରେ ଉପସ୍ଥିତ ଥିବା ଲୋକମାନେ କ୍ୟାମେରାରେ କଏଦ କରିଥିଲେ।

ଏହିପରି ପୂଜାପାଠ ପାଈଁ ଯୁବକ ଜଣକ କ’ଣ କହିଲେ ଜାଣନ୍ତୁ

ତାଙ୍କ ଭିଡିଓ ସୋସିଆଲ ମିଡିଆରେ ଅଧିକ ଭାଇରାଲ ହେବାରେ ଲାଗିଲା। ଆଶ୍ଚର୍ଯ୍ୟର କଥା ହେଉଛି ଜଣେ ମହିଳା ଭାବରେ ଛଦ୍ମନାମରେ ନିଜ ବନ୍ଧୁଙ୍କ ପାଇଁ ପୂଜା କରୁଥିବା ମଣ୍ଡଳ ୬ ବର୍ଷ ପୂର୍ବେ ଜଣେ ମହିଳାଙ୍କୁ ବିବାହ କରିଥିଲେ। ଅନ୍ୟପକ୍ଷରେ, ଯେଉଁ ଯୁବକ ପାଇଁ ସେ ବଟ ସାବିତ୍ରୀ ପୂଜା କରିଛନ୍ତି, ସେ ଅବିବାହିତ।

ଜଣେ ମହିଳା ପରି ପୋଷାକ ପିନ୍ଧିଥିବା ଏହି ଯୁବକଙ୍କ ପୂଜାପାଠକୁ ନେଇ ଅନେକ ଚର୍ଚ୍ଚା ଚାଲିଛି। ଏହି ପରିପ୍ରେକ୍ଷୀରେ ସେ ଫୋନରେ କହିଛନ୍ତି ଯେ ସେ ପ୍ରଥମ ଥର ବଟ ସାବିତ୍ରୀଙ୍କୁ ପୂଜା କରିଛନ୍ତି। ମହିଳାମାନେ ଏହି ପୂଜା କରୁଥିବା ଦେଖିଥିଲେ । ଏହା ପରେ ସେ ମହିଳାଙ୍କ ପରି ପୂଜା କରି ନିଜ ବନ୍ଧୁଙ୍କ ପାଇଁ ପୂଜା କରିବାର ଅନୁଭବ କରିବାକୁ ଚାହୁଁଥିଲେ।

ଏହି ଖବର ପଢ଼ନ୍ତୁ - ୪୮୦ କିମି ଯାଏଁ ରେଞ୍ଜ୍ ! ୧୮ ମିନିଟରେ ଚାର୍ଜିଂ, ପ୍ରଥମ ୨ ସପ୍ତାହରେ ୬୫୦ ବୁକିଂ
Published by:Soubhagya Mishra
First published: