News 18 Odia Digital
ନୂଆଦିଲ୍ଲୀ; କଥାରେ ଅଛି, ପ୍ରେମରେ (Love) ପଡିଲେ ମଣିଷ ସବୁକିଛି ଭୁଲିଯାଏ । ଅନେକ ସମୟରେ ପ୍ରେମ ଜନିତ କିଛି ଘଟଣା ସାମ୍ନାକୁ ଆସିଥାଏ । ଯାହାକୁ ନେଇ ଖୁବ୍ ଚର୍ଚ୍ଚା ଆଲୋଚନା ମଧ୍ୟ ହୁଏ । ବର୍ତ୍ତମାନ ସୋସିଆଲ (Social Media) ମିଡିଆର ଯୁଗ ହୋଇଥିବାରୁ କୌଣସି ଘଟଣା ଗୋଟିଏ ସ୍ଥାନରେ ଅଟକି ରହିବା ଆଉ ସମ୍ଭବ ହେଉନି । ସୋସିଆଲ ମିଡିଆରେ ଭାଇରାଲ୍ ହୋଇ ଭିଡିଓ ପହଞ୍ଚିଯାଉଛି ପ୍ରତିଟି ଦେଶରେ ।
ଏହି ଖବର ପଢ଼ନ୍ତୁ -
http://ଦୁଲୁକୁଛି ଯାଜପୁର ବାଳାଶ୍ରମ ପଡିଆ; ବଲିଉଡ କଳାକାରଙ୍କ ନୃତ୍ୟ, ସଂଗୀତରେ ଦର୍ଶକ ମତୁଆଲାସେପରି ଏକ ଘଟଣା ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଭିଡିଓରେ ଦେଖିବାକୁ ମିଳିଛି ଯେ, ଜଣେ ଯୁବକଙ୍କୁ ଜଣେ ବିବାହିତ ମହିଳା ମାଡ ମାରୁଛନ୍ତି । ଏପରି କି ଚପଲରେ ମଧ୍ୟ ପିଟୁଛନ୍ତି । ମହିଳାଙ୍କ ସପକ୍ଷରେ ଥିବା ଜଣେ ସ୍ଥାନୀୟ ବ୍ୟକ୍ତି ମଧ୍ୟ ଯୁବକଙ୍କୁ ମାଡ ମାରୁଥିବା ଦେଖିବାକୁ ମିଳିଛି । ମାଡ ମାରିବାର କାରଣ ସମ୍ପର୍କରେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ । କୁହାଯାଉଛି ଯେ, କମ ବୟସର ଜଣେ ଯୁବକ ନିଜଠୁ ଖୁବ ଅଧିକ ବୟସର ଜଣେ ମହିଳାଙ୍କୁ ପ୍ରପୋଜ କରିଥିଲେ । ଯାହା ଫଳରେ ମହିଳା ଜଣଙ୍କ ରାଗିଯାଇଥିଲେ । ରାସ୍ତା ମଝିରେ ଯୁବକଙ୍କୁ ମାଡ ମାରିଥିଲେ । ମାଡ ମାରିବା ସମୟରେ ଯୁବକ କ୍ଷମା ପ୍ରାର୍ଥନା କରିବା ସହ ମାଉସୀ ବୋଲି ସମ୍ୱୋଧନ କରିଥିଲେ କିନ୍ତୁ ତାପରେ ମଧ୍ୟ ତାଙ୍କୁ ମାଡ ମାରିଥିଲେ ମହିଳା । ଏହି ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଥିବାବେଳେ ଜଣେ ବ୍ୟକ୍ତି ଏହି ଦୃଶ୍ୟକୁ କ୍ୟାମେରାରେ ଉତ୍ତୋଳନ କରି ଟ୍ୱିଟରରେ ଅପଲୋଡ କରିଥିଲେ ।
ଏହି ଖବର ପଢ଼ନ୍ତୁ -
http://ଫେବୃଆରୀରୁ ତାତୁଛି ଭୁବନେଶ୍ୱର... ଆଗକୁ ଜଳିବ ସାରା ରାଜ୍ୟମହିଳା ଜଣଙ୍କ ପ୍ରତିକ୍ରିୟାରେ କହିଥିଲେ ଯେ, ସେ ଯୁବକର ବ୍ୟବହାର ଅତି କଦର୍ଯ୍ୟ ଥିଲା । ତା ବୟସ ତୁଳନାରେ ମୋ ବୟସ ଖୁବ ଅଧିକ । କିନ୍ତୁ ସେ ମତେ ପ୍ରପୋଜ କରି ଯେଉଁ କଥା କହିଛି ତାହାକୁ ମୁଁ ପ୍ରକାଶ କରିବାକୁ ଲଜ୍ୟା ଅନୁଭବ କରୁଛି ।
ସୂଚନାଯୋଗ୍ୟ, ବର୍ତ୍ତମାନ ଭାଲେଣ୍ଟାଇନ୍ ସପ୍ତାହ ପାଳନ କରାଯାଉଛି । ପ୍ରେମୀ ଯୁଗଳ ଏହି ସପ୍ତାହକୁ ଖୁବ ଉତ୍ସାହରେ ପାଳନ କରୁଥିବା ସମୟରେ ଅନେକ ସ୍ଥାନରୁ ଏ ସମ୍ପର୍କିତ ଖବର ମଧ୍ୟ ଚର୍ଚ୍ଚାକୁ ଆସୁଛି । ଯାହା ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । କିଛି ବ୍ୟକ୍ତି ଭାଲେଣ୍ଟାଇନ ସପ୍ତାହକୁ ବିରୋଧ କରୁଥିବା ମଧ୍ୟ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି ।
ଦେଖନ୍ତୁ ଭିଡିଓ-
https://twitter.com/gharkekaleshh/status/1622998362139267073?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1622998362139267073%7Ctwgr%5E2fd0fee6e6a9ece90c1053aaec2c056e6bb7d7df%7Ctwcon%5Es1_&ref_url=https%3A%2F%2Fotvkhabar.in%2Fnews%2Fsocial-media%2Fcollege-boy-proposes-to-woman-gets-thrashed-with-slippers-video-goes-viral%2F104969
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।