SSC Scam: ପାର୍ଥ ଚାଟାର୍ଜୀଙ୍କ ଉପକୁ ଚପଲ ପିଙ୍ଗିଲେ ଜଣେ ମହିଳା

West Bengal SSC Scam: ଜଣେ ମହିଳା ରାଗରେ ପୂର୍ବତନ ରାଜ୍ୟ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଉପରକୁ ଚପଲ ଫିଙ୍ଗିଥିଲେ, ଯାହାକୁ ନେଇ ବର୍ତ୍ତମାନ ଚର୍ଚ୍ଚା। ଏହି ଘଟଣାଟି ସେହି ସମୟରେ ଘଟିଥିଲା ଯେତେବେଳେ ପାର୍ଥ ଚେକଅପ୍ କରି ଡାକ୍ତରଖାନା ଫେରୁଥିଲେ।

ପାର୍ଥ ଚାଟାର୍ଜୀଙ୍କ ଉପକୁ ଚପଲ ପିଙ୍ଗିଲେ ଜଣେ ମହିଳା

ପାର୍ଥ ଚାଟାର୍ଜୀଙ୍କ ଉପକୁ ଚପଲ ପିଙ୍ଗିଲେ ଜଣେ ମହିଳା

  • Share this:
News18 Odia Digital

West Bengal SSC Scam: ପଶ୍ଚିମବଙ୍ଗ ସ୍କୁଲ ଶିକ୍ଷକ ନିଯୁକ୍ତି ସ୍କାମରେ ଇଡି ତଦନ୍ତର ସମ୍ମୁଖୀନ ହେଉଥିବା ପୂର୍ବତନ ରାଜ୍ୟ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଉପରେ ଜଣେ ମହିଳା କ୍ରୋଧିତ ହୋଇ ଚପଲ ଫିଙ୍ଗିଛନ୍ତି। ଏଏହି ଘଟଣାଟି ସେହି ସମୟରେ ଘଟିଥିଲା ଯେତେବେଳେ ପାର୍ଥ ଚେକଅପ୍ କରି ଡାକ୍ତରଖାନା ଫେରୁଥିଲେ।

ଚପଲ ଫିଙ୍ଗିଥିବା ମହିଳା ESI, ଜୋକା ହସ୍ପିଟାଲକୁ ଚିକିତ୍ସା ପାଇଁ ଆସିଥିଲେ। ପାର୍ଥଙ୍କ ଉପରୁ ଚପଲ ପିଙ୍ଗିବା ପରେ ସେ ଖାଲି ପାଦରେ ଫେରିଥିଲେ। କ୍ରୋଧିତ ମହିଳା କହିଛନ୍ତି ଯେ ସେ ଯାହା କରିଥିଲେ ସେ ସମ୍ପୂର୍ଣ୍ଣ ଠିକ୍ କରିଛନ୍ତି।

ଅନ୍ୟପକ୍ଷରେ ଗିରଫ ପଶ୍ଚିମବଙ୍ଗର ମନ୍ତ୍ରୀ ପାର୍ଥ ଚାଟାର୍ଜୀ ପଚରାଉଚରା ବେଳେ ଇଡି ସହିତ ସହଯୋଗ କରୁନାହାଁନ୍ତି ବୋଲି ଇଡି ଅଧିକାରୀ କହିଛନ୍ତି। ସେ କହିଛନ୍ତି ଯେ ସ୍କୁଲ ନିଯୁକ୍ତି ସ୍କାମର ଯାଞ୍ଚ ସମ୍ପର୍କରେ ଅଧିକାଂଶ ଇଡିକ ପ୍ରଶ୍ନର ଉତ୍ତର ଦେଇ ନାହାଁନ୍ତି।

ଜଣେ ଇଡି ଅଧିକାରୀଙ୍କ ଅନୁଯାୟୀ, ତ୍ରିନାଥ କଂଗ୍ରେସରୁ ନିଲମ୍ବିତ ହୋଇଥିବା ଚାଟାର୍ଜୀ ପଚରାଉଚରା ବେଳେ ଅଧିକାଂଶ ସମୟ ଚୁପ୍ ରହିଥିଲେ। ନିଜକୁ ନିଲମ୍ବନ କରିବାକୁ ଟିଏମସିର ନିଷ୍ପତ୍ତିକୁ ନେଇ ସେ ଅସନ୍ତୋଷ ବ୍ୟକ୍ତ କରିଥିଲେ।

ଇଡି ଅଧିକାରୀ ପିଟିଆଇକୁ କହିଛନ୍ତି ଯେ ଗିରଫ ହେବା ପରଠାରୁ ସେ ଆମ ସହ ସହଯୋଗ କରି ନାହାଁନ୍ତି। ସେ ଅନେକ ସମୟରେ ଥକାପଣର ଅଭିଯୋଗ କରୁଛନ୍ତି ଓ ଆମର ପ୍ରଶ୍ନର ଉତ୍ତର ଦେବାକୁ ଏଡ଼ାଉଛନ୍ତି। ଇଡିର ଚଢ଼ାଉରେ ଜବତ ହୋଇଥିବା ନଗଦ ଟଙ୍କା ତାଙ୍କର ନୁହେଁ ବୋଲି ଚାଟାର୍ଜୀ କହିଛନ୍ତି। ଏହି ଅର୍ଥର ଉତ୍ସ ଜାଣିବାକୁ ତଦନ୍ତ କରୁଛି ଇଡି।
Published by:Lipina Das
First published: