ବାଂଲାଦେଶ ରାଜଧାନୀ ଢାକାରେ ଭୟଙ୍କର ବିସ୍ଫୋରଣ: ୧୭ ମୃତ୍ୟୁ, ଶତାଧିକ ଆହତ

ବିସ୍ଫୋରଣ ବେଳେ ଭୟଙ୍କର ଶବ୍ଦ ହେବା ସହ କୋଠା ଜଳିଥିଲା । ନିଆଁ ଲିଭାଇବାକୁ ୧୧ଟି ଦମକଳ ଗାଡ଼ି ଲାଗିଥିଲା ।

ବାଂଲାଦେଶ ରାଜଧାନୀ ଢାକାରେ ଭୟଙ୍କର ବିସ୍ଫୋରଣ: ୧୭ ମୃତ୍ୟୁ, ଶତାଧିକ ଆହତ

ବାଂଲାଦେଶ ରାଜଧାନୀ ଢାକାରେ ଭୟଙ୍କର ବିସ୍ଫୋରଣ: ୧୭ ମୃତ୍ୟୁ, ଶତାଧିକ ଆହତ

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ନୂଆଦିଲ୍ଲୀ: ବାଂଲାଦେଶ ରାଜଧାନୀ ଢାକାରେ ଭୟଙ୍କର ବିସ୍ଫୋରଣ (blast) । ଢାକା ଗୁଲିସ୍ତାନରେ ଥିବା ରାଜ୍ୟ ପରିବହନ ନିଗମର ବହୁତଳ ଅଫିସରେ ହୋଇଛି ବିସ୍ଫୋରଣ । ଏଥିରେ ବର୍ତ୍ତମାନ ସୁଦ୍ଧା ୧୭ ଜଣଙ୍କର ମୃତ୍ୟୁ (death) ହୋଇଥିବା ବେଳେ ଶତାଧିକ ଆହତ (injured) ହୋଇଛନ୍ତି ।

ବିସ୍ଫୋରଣ ବେଳେ ଭୟଙ୍କର ଶବ୍ଦ ହେବା ସହ କୋଠା ଜଳିଥିଲା । ନିଆଁ ଲିଭାଇବାକୁ ୧୧ଟି ଦମକଳ ଗାଡ଼ି ଲାଗିଥିଲା । ଆହତଙ୍କୁ ଢାକା ମେଡିକାଲ୍ କଲେଜ ଏବଂ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁସଂଖ୍ୟା ଆହୁରି ବଢ଼ିବା ସମ୍ଭାବନା ରହିଛି ।

ଏହି ଖବର ପଢ଼ନ୍ତୁ - http://Holi celebration: ହୋଲି ରଙ୍ଗରେ ରଙ୍ଗୀନ ହେଲେ ଭାରତୀୟ କ୍ରିକେଟର

ପ୍ରାଥମିକ ତଦନ୍ତରୁ ବିସ୍ଫୋରଣ ପଛରେ ଆତଙ୍କବାଦୀ ଆକ୍ରମଣ ଥିବା ସମ୍ଭାବନା କ୍ଷୀଣ । ତଥାପି ବାଂଲାଦେଶ ପୋଲିସ ବୋମା ନିଷ୍କ୍ରିୟକାରୀ ଟିମ୍ ଘଟଣାସ୍ଥଳରେ ତଦନ୍ତ ଚଳାଇଛି । ଗତ ରବିବାର ଢାକାରେ ଗ୍ୟାସ୍ ବିସ୍ଫୋରଣ ହୋଇଥିଲା ।
Published by:Soubhagya Mishra
First published: