ମଧ୍ୟାହ୍ନ ଭୋଜନ ନା ବିଷ ? ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନରୁ ବାହାରିଲା ସାପ

ମଧ୍ୟାହ୍ନ ଭୋଜନରୁ ବାହାରିଲା ସାପ । ଖାଦ୍ୟ ଖାଇବା ପରେ ବାନ୍ତି ହେବା କାରଣରୁ ଡାକ୍ତରଖାନାରେ ୩୨ରୁ ଅଧିକ ଛାତ୍ରଛାତ୍ରୀ ।

ମଧ୍ୟାହ୍ନ ଭୋଜନ ନା ବିଷ ? ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନରୁ ବାହାରିଲା ସାପ

ମଧ୍ୟାହ୍ନ ଭୋଜନ ନା ବିଷ ? ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନରୁ ବାହାରିଲା ସାପ

  • News18 Odia
  • Last Updated :
  • Kolkata, India
  • Share this:
News 18 Odia Digital

କୋଲକାତା; ମଧ୍ୟାହ୍ନ ଭୋଜନର ( Mid day meal ) ମାନକୁ ନେଇ ଆପଣ ଅନେକ ଖବର ଦେଖିଥିବେ । ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ଖବର ସ୍କୁଲ ( School ) ରେ ପାଠ ପଢୁଥିବା ପିଲାଙ୍କ ମଧ୍ୟାହ୍ନ ଭୋଜନ ସମ୍ପର୍କରେ ଆମେ ଆପଣଙ୍କୁ ଆଗରୁ ମଧ୍ୟ ଦେଖାଇଛୁ । କେତେବେଳେ ମଧ୍ୟାହ୍ନ ଭୋଜନରୁ ଝିଟିପିଟି, ଅସରପା, ମୂଷା ବାହାରେ ପୁଣି କେତେବେଳେ ମଧ୍ୟାହ୍ନ ଭୋଜନରେ ଗୋଡି, ପୋକ ତଥା ଖାଦ୍ୟ ଖୁବ୍ ନିମ୍ନମାନର ହୋଇଥାଏ । କିନ୍ତୁ ଏଥରର ଚିତ୍ର ଖୁବ୍ ଭିନ୍ନ । କାରଣ ମଧ୍ୟାହ୍ନ ଭୋଜନରୁ ବାହାରିଛି ଏକ ସାପ ( Snake ) ।

ଘଟଣାଟି ବୀରଭୂମୀ ଅଞ୍ଚଳରେ ଥିବା ମୟୂରେଶ୍ୱର ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି । ଗୋଟିଏ ୟୁପି ସ୍କୁଲ ( UP school ) ର ମଧ୍ୟାହ୍ନ ଭୋଜନରେ ସାପ ପଡିଥିବା ଚିତ୍ର ସାମ୍ନାକୁ ଆସିଛି । ମଧ୍ୟାହ୍ନ ଭୋଜନ ଖାଇ ୩୨ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡିଥିଲେ । ଫଳରେ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ତୁରନ୍ତ ଅସୁସ୍ଥ ପିଲାଙ୍କୁ ଚିକିତ୍ସା ଆରମ୍ଭ କରିଦେଇଥିଲେ । ଫଳରେ ଏକ ବଡ ବିପଦରୁ ଅଳ୍ପକେ ରକ୍ଷା ମିଳିଥିଲା ।

ତେବେ ରୋଷେୟା ଜଣକ କହିଛନ୍ତି ଯେ, ନିର୍ଦ୍ଦିଷ୍ଟ ସମୟ ପୂର୍ବରୁ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ ହୋଇଥାଏ । ପ୍ରତିଦିନ ପରି ଉକ୍ତ ଦିନ ମଧ୍ୟ ଭୋଜନ ପ୍ରସ୍ତୁତ ହୋଇସାରିଥିଲା । କିନ୍ତୁ ଅଜାଣତରେ ଡାଲି ରଖାଯାଇଥିବା ହାଣ୍ଡିରେ ସାପଟିଏ କିପରି ପଡିଥିଲା ତାହା କାହାକୁ ଜଣାନଥିଲା । ଜଣା ନପଡିବା କାରଣରୁ ସବୁଦିନ ପରି ସେଦିନ ମଧ୍ୟ ଛାତ୍ରଛାତ୍ରୀଙ୍କୁ ତାହା ଖାଇବାକୁ ଦିଆଯାଇଥିଲା । କିନ୍ତୁ ଖାଦ୍ୟ ଖାଇବା ପରେ କିଛି ଛାତ୍ରଛାତ୍ରୀଙ୍କ ( Student ) ବାନ୍ତି ହେବା ଆରମ୍ଭ ହୋଇଗଲା । ଏହାପରେ ଦେଖିବାକୁ ମିଳିଥିଲା ଯେ ଡାଲି ରହିଥିବା ପାତ୍ରରେ ସାପଟିଏ ପଡିଛି । ପରେ ତୁରନ୍ତ ଛାତ୍ରଛାତ୍ରୀଙ୍କୁ ଡାକ୍ତରଖାନା ( Hospital ) ନିଆଯାଇଥିଲା ।

ଛାତ୍ରଛାତ୍ରୀଙ୍କ ଅଭିଭାବକମାନେ ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ଅଟକ ରଖିବା ସହ ସ୍କୁଲ ପରିସରରେ ହୋହଲ୍ଲା କରିଥିଲେ । ଏହା ସହ ଉତ୍ୟକ୍ତ ହୋଇ ପ୍ରଧାନ ଶିକ୍ଷକଙ୍କ ଗାଡିକୁ ମଧ୍ୟ ଭଙ୍ଗାରୁଜା କରିଥିଲେ । ଖବର ପାଇବା ପରେ ଘଟଣାସ୍ଥଳରେ ପୋଲିସ ( Police ) ପହଞ୍ଚି ଲୋକଙ୍କୁ ବୁଝାଇଥିଲା । ଅଭିଯୋଗ ପାଇବା ପରେ ବିଡିଓ ( BDO ) ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଏ ବିଷୟରେ ଅବଗତ କରାଯାଇଛି । ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ସମସ୍ତ ଛାତ୍ରଛାତ୍ରୀ ବର୍ତ୍ତମାନ ସୁସ୍ଥ ଅଛନ୍ତି ।

ସୂଚନାଯୋଗ୍ୟ, ପଶ୍ଚିମବଙ୍ଗରେ (West Bengal ) ଏପରି ଖବର ଆଗରୁ ମଧ୍ୟ ଆସିଛି । ତେବେ ଖାଦ୍ୟରୁ ସାପ ବାହାରିବା ଖବର ପ୍ରଥମ । ପଶ୍ଚିମବଙ୍ଗର ରାଜ୍ୟ ସରକାର ମମତା ବାନାର୍ଜୀ ସ୍କୁଲ ପିଲାଙ୍କ ମଧ୍ୟାହ୍ନ ଭୋଜନରେ ପରିବର୍ତ୍ତନ କରିଛନ୍ତି । ପିଲାଙ୍କୁ ମଧ୍ୟାହ୍ନ ଭୋଜନରେ ବିଭିନ୍ନ ପ୍ରକାର ଫଳ ସହ ଚିକେନ ମଧ୍ୟ ଦିଆଯିବ  ବୋଲି ଚର୍ଚ୍ଚା ହେଉଛି । କେବଳ ନିର୍ବାଚନକୁ ଦୃଷ୍ଟିରେ ରଖି ଏପରି ବ୍ୟବସ୍ଥାକୁ ରାଜ୍ୟ ସରକାର ହାତକୁ ନେଉଛନ୍ତି ବୋଲି ବିରୋଧୀ ସ୍ୱର ଉଠାଇଥିଲେ ।

https://odia.news18.com/news/odisha/collector-vs-mla-in-balangir-4srm-120123-srm-147673.html
Published by:Soubhagya Mishra
First published: