ହ୍ୱାଟ୍ସଆପ୍ ବ୍ୟବହାର କରୁଛନ୍ତି ତ ଜାଣି ରଖନ୍ତୁ: ଏଇ ଛୋଟ ଉପାୟ କଲେ ଆପଣଙ୍କ ଫୋନ୍‌ ହ୍ୟାକ୍‌ ହେବନି

ବିଶ୍ୱରେ ହ୍ୱାଟ୍ସଆପର ୧.୩ ବିଲିଅନ୍ ବ୍ୟବହାରକାରୀଙ୍କ ପାଇଁ ସର୍ବଦା ଫୋନ୍ ହ୍ୟାକ୍ ହେବାର ବିପଦ ରହିଛି । ଆପଣଙ୍କ ଫୋନ୍ ପାଇଁ ବି ଏ ବିପଦ ଅଛି । ଜାଣନ୍ତୁ ନିଜ ହ୍ୱାଟ୍ସଆପରେ କ’ଣ ପରିବର୍ତ୍ତନ କରି ଆପଣ ଏ ବିପଦରୁ ରକ୍ଷା ପାଇ ପାରିବେ । ଆପଣ ନିଶ୍ଚୟ ଏ ପର୍ଯ୍ୟନ୍ତ ସେ ଉପାୟ କରି ନାହାନ୍ତି । ହେଲେ ଏବେ କରନ୍ତୁ ।

ହ୍ୱାଟ୍ସଆପ୍ ବ୍ୟବହାର କରୁଛନ୍ତି ତ ଜାଣି ରଖନ୍ତୁ: ଏଇ ଛୋଟ ଉପାୟ କଲେ ଆପଣଙ୍କ ଫୋନ୍‌ ହ୍ୟାକ୍‌ ହେବନି
ହ୍ୱାଟ୍ସଆପକୁ ସର୍ବଦା ଥାଏ ହ୍ୟାକିଂର ଡର ।
  • News18 Odia
  • Last Updated: January 27, 2020, 7:00 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଆମାଜନ କମ୍ପାନୀର ଆରବପତି ମାଲିକ ଜେଫ ବେଜୋସ୍‌ ଓ ସାଉଦି ଆରବର କ୍ରାଉନ୍‌ ପ୍ରିନ୍ସ ମହମ୍ମଦ ବିନ୍‌ ସଲମନ୍‌ ଏବେ ହ୍ୱାଟ୍ସଆପ୍‌କୁ ନେଇ ଖବରର ଶୀର୍ଷରେ ଅଛନ୍ତି । ବେଜୋସଙ୍କ ଫୋନ୍‌ ହ୍ୟାକିଂ କରିଥିବା ବ୍ୟକ୍ତି ସଲମନ୍‌ ହେଇଥାଆନ୍ତୁ ବା ନାହିଁ, ଫେସବୁକର ମାଲିକାନାରେ ଥିବା ହ୍ୱାଟ୍ସଆପରେ କିନ୍ତୁ ଗୋପନୀୟତା ଓ ସୁରକ୍ଷାକୁ ନେଇ ରହିଛି କିଛି ଗମ୍ଭୀର ସମସ୍ୟା ।

ଏହି ସବୁ ସମସ୍ୟା ଯୋଗୁଁ ଗଲା ବର୍ଷେ ଭିତରେ ଏମିତି ଅନେକ ଅଭିଯୋଗ ବିଭିନ୍ନ ଦେଶରୁ ଆସିଛି । ହ୍ୱାଟ୍ସଆପର ୧.୩ ବିଲିଅନ୍‌ ବ୍ୟବହାରକାରୀଙ୍କ ପାଇଁ ସର୍ବଦା ଫୋନ୍‌ ହ୍ୟାକ୍‌ ହେବାର ବିପଦ ବନି ରହିଥାଏ । ଆପଣଙ୍କ ଫୋନ୍‌ ପାଇଁ ବି ଏ ବିପଦ ଅଛି । ଏବେ ଜାଣନ୍ତୁ ନିଜ ହ୍ୱାଟ୍ସଆପରେ କ’ଣ ପରିବର୍ତ୍ତନ କରି ଆପଣ ଏ ବିପଦରୁ ରକ୍ଷା ପାଇ ପାରିବେ । ଆମେ ଜାଣୁ ଆପଣ ଏ ପର୍ଯ୍ୟନ୍ତ ସେ ଉପାୟ କରି ନାହାନ୍ତି । ହେଲେ ଏବେ କରନ୍ତୁ ।

ନିଜ ହ୍ୱାଟ୍ସଆପ ଖୋଲି ପ୍ରଥମେ ସେଟିଂ (Setting) କୁ ଯାଆନ୍ତୁ । ସେଠୁ ଯାଆନ୍ତୁ ଏକାଉଣ୍ଟସ (Accounts) କୁ । ସେଠି ଆପଣ ଦେଖିବେ Two Steps Verification । ତାକୁ ଏନାବଲ୍‌ କରି ଦିଅନ୍ତୁ । ଏବେ ଆପଣ ଗୋଟେ ଛଅ ଅଙ୍କ ବିଶିଷ୍ଟ କୋଡ୍‌ (ପିନ୍‌) ବନେଇବାର ସୁଯୋଗ ପାଇବେ । ଯେକୌଣସି ଫୋନରେ ହ୍ୱାଟ୍ସଆପ ଖୋଲି ସେଟ୍‌-ଅପ୍‌ କଲା ବେଳେ ଆପଣ ଏଇ ପିନଟିକୁ ବ୍ୟବହାର କରିପାରିବେ ।

କୌଣସି ଫୋନରେ ପ୍ରଥମକରି ହ୍ୱାଟ୍ସଆପ ଖୋଲିବା ବେଳେ ଆପଣଙ୍କୁ ଏସଏମଏସ୍‌ ଦ୍ୱାରା ଯେଉଁ ଭେରିଫିକେଶନ୍‌ କୋଡ଼ଟି ମିଳେ, ଏଇ ପିନଟି ତା’ ଠାରୁ ଅଲଗା । ବର୍ତ୍ତମାନ ଯେଉଁ ପିନ ଆପଣ ସେଟ୍‌ କଲେ, ତାହା କରିବା ପରେ ଆପଣ ନିଜ ଇମେଲ୍‌ ଆଡ୍ରେସ୍‌ ବି ସେଠି ଦେଇ ପାରିବେ, ଯାହା ଫଳରେ ଆପଣ ଯଦି କେବେ ନିଜ ପିନ୍‌ ଭୁଲିଯାଆନ୍ତି ତାହେଲେ ହ୍ୱାଟ୍ସଆପ୍‌ ଆପଣଙ୍କୁ ଇମେଲ୍‌ ଦ୍ୱାରା ଭେରିଫିକେଶନ ଲିଙ୍କ୍‌ ପଠେଇବ ।

ଏବେ ଜାଣନ୍ତୁ କାହିଁକି ଆପଣଙ୍କୁ ଏ ସବୁ କରିବାକୁ ପଡ଼ୁଛି । କୌଣସି ଲୋକର ହ୍ୱାଟ୍ସଆପ ଏକାଉଣ୍ଟ୍‌ ଉପରେ ନିୟନ୍ତ୍ରଣ ପାଇବା ପାଇଁ ଓ ସେହି ଏକାଉଣ୍ଟରେ ଥିବା ସବୁ କଣ୍ଟାକ୍ଟରେ ସେହି ପଦ୍ଧତିରେ ନିୟନ୍ତ୍ରଣ ପାଇବା ପାଇଁ ହ୍ୟାକର ଆଗ ନିଜର ଗୋଟେ ଫୋନରେ ଅନ୍ୟ ବ୍ୟବହାରକାରୀଙ୍କ ହ୍ୱାଟ୍ସଆପ୍କୁ ସତ୍ୟାପନ (ଅଥେଣ୍ଟିକେଟ୍‌) କରେ । ସେହି ସମୟରେ ଗୋଟେ ଭେରିଫିକେଶନ୍‌ ପିନ୍‌ ଆପଣଙ୍କ ହ୍ୱାଟ୍ସଆପ ଫ୍ରେଣ୍ଡ ଲିଷ୍ଟରେ ଥିବା କୌଣସି ବି ଲୋକ ଠାରୁ ଆସେ, ଯେଉଁଟା ବାସ୍ତବରେ ହ୍ୟାକର୍‌ ହିଁ ପଠେଇଥାଏ । ଆପଣଙ୍କ ବନ୍ଧୁଙ୍କୁ ତ ଏ କଥା ଆଦୌ ଜଣା ହିଁ ନ ଥାଏ ।

ତେବେ ଆପଣ ସେହି ଛଅ ଅଙ୍କ ବିଶିଷ୍ଟ କୋଡ୍‌ (ପିନ୍‌) ବନେଇବା ପରେ କେବେ ବି ଏହି ସମସ୍ୟାର ସାମନା କରିବେ ନାହିଁ, କାରଣ କୌଣସି ହ୍ୟାକର ଆଉ ଆପଣଙ୍କ ହ୍ୱାଟ୍ସଆପ ଉପରେ ନିୟନ୍ତ୍ରଣ ପାଇପାରିବ ନାହିଁ ।
First published: January 27, 2020, 7:00 PM IST