ଜଣେ ରେଳ ଟିଟିଆଇ ବିନା ଟିକେଟ ଯାତ୍ରୀଙ୍କ ଠାରୁ ଆଦାୟ କଲେ ଦେଢ଼ କୋଟି ଟଙ୍କାର ଫାଇନ୍‌

ଟ୍ରାଭେଲିଂ ଟିଟିଆଇମାନେ ଲୋକାଲ ଏବଂ ଦୂରଗାମୀ ଟ୍ରେନ ଗୁଡ଼ିକରେ ବିନା ଟିକେଟରେ ଯାତ୍ରା କରୁଥିବା ଯାତ୍ରୀଙ୍କଠାରୁ ଜରିମାନା ଆଦାୟ କରିପାରିବେ । ବିନା ଟିକେଟରେ ଯାତ୍ରା ନକରିବା ପାଇଁ ପ୍ରତିବର୍ଷ ସଚେତନତା ଅଭିଯାନ ହେଉଥିବା ବେଳେ ଏହି ସଂଖ୍ୟା କମୁନାହିଁ ।

ଜଣେ ରେଳ ଟିଟିଆଇ ବିନା ଟିକେଟ ଯାତ୍ରୀଙ୍କ ଠାରୁ ଆଦାୟ କଲେ ଦେଢ଼ କୋଟି ଟଙ୍କାର ଫାଇନ୍‌
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: January 24, 2020, 2:42 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ବାଇ: ଜଣେ ରେଲଓ୍ବ ଟିଟିଆଇ ୨୦୧୯ରେ ବିନା ଟିକେଟରେ ଟ୍ରେନରେ ଯାତ୍ରା କରୁଥିବା ୨୨,୬୮୦ ଜଣଙ୍କୁ ଧରିବା ସହ ସେମାନଙ୍କଠାରୁ ୧.୫୧ କୋଟି ଟଙ୍କାର ଫାଇନ ଆଦାୟ କରିଥିବା ଜଣେ ଅଧିକାରୀ ସୂଚନା ପ୍ରଦାନ କରଛନ୍ତି । ଏହି ଟିଟିଆଇ ଜଣକ ହେଲେ ଏସ୍.ବି.ଗଲାନ୍ଦେ ।

ସେଣ୍ଟ୍ରାଲ ରେଲଓ୍ବେର ଫ୍ଲାଇଂ ସ୍କ୍ବାଡରେ ରହିଥିବା ଗଲାନ୍ଦେ ଗତ ବର୍ଷ ସେଣ୍ଟ୍ରାଲ ରେଲଓ୍ବେ ପାଇଁ ସର୍ବାଧିକ ରେଭିନ୍ୟୁ କଲେକସନ୍ କରିବାରେ ସଫଳ ହୋଇଥିଲେ ବୋଲି ସେଠାକାର ଜଣେ ଅଧିକାରୀ କହିଛନ୍ତି । ଏହି ସ୍କ୍ବାଡ଼ରେ ଏମ୍.ଏମ୍.ସିନ୍ଧେ ଏବଂ ଡି.କୁମାର ରହିଥିବାବେଳେ ରବି କୁମାର ଜି ମୁଖ୍ୟ ଟିକେଟ ଇନସ୍ପେକ୍ଟର ଭାବେ ମୁମ୍ବାଇ ଡିଭିଜନରେ କାର୍ଯ୍ୟକରୁଥିଲେ । ଗଲାନ୍ଦେ, ସିନ୍ଧେ ଏବଂ ଡି.କୁମାର ଦୂରଗାମୀ ଟ୍ରେନ ଗୁଡ଼ିକରୁ ଫାଇନ ସଂଗ୍ରହ କରିଥିବାବେଳେ ରବିକୁମାର ମୁମ୍ବାଇ ଲୋକଲରେ ଏହି କାମ କରିଥିଲେ ବୋଲି ଅଧିକାରୀ ଜଣଙ୍କ କହିଛନ୍ତି । ଟ୍ରାଭେଲିଂ ଟିକେଟ କଲେକ୍ଟରମାନେ ଉଭୟ ଦୂରଗାମୀ ଏବଂ ଲୋକଲ ଟ୍ରେନରେ ବିନା ଟିକେଟରେ ଯାତ୍ରା କରୁଥିବା ପାସେଞ୍ଜରମାନଙ୍କଠାରୁ ଫାଇନ ଆଦାୟ କରିପାରିବେ ।

ସିନ୍ଧେ ୧୬,୦୩୫ ବିନା ଟିକେଟରେ ଯାତ୍ରା କରୁଥିବା ଲୋକଙ୍କଠାରୁ ୧.୦୭ କୋଟି ଟଙ୍କା ଆଦାୟ କରିଥିବାବେଳେ ଡି.କୁମାର ୧୫,୨୩୪ ଯାତ୍ରୀଙ୍କଠାରୁ ୧.୦୨ କୋଟି ଏବଂ ରବି କୁମାର ୨୦,୬୫୭ ଯାତ୍ରୀଙ୍କଠୁ ୧.୪୫କୋଟିର ଫାଇନ ଆଦାୟ କରିବାରେ ସଫଳ ହୋଇଛନ୍ତି ।

ଏଭଳି କାର୍ଯ୍ୟଯୋଗୁ ସେଣ୍ଟ୍ରାଲ ରେଲଓ୍ବ ପକ୍ଷରୁ ସେମାନଙ୍କୁ ଅର୍ଥରାଶି ଏବଂ ସାର୍ଟିଫିକେଟ ଦିଆଯାଇ ପୁରସ୍କୃତ କରାଯାଇଥିବା ସେଣ୍ଟ୍ରାଲ ରେଲଓ୍ବର ମୁଖ୍ୟ ଲୋକସମ୍ପର୍କ ଅଧିକାରୀ ଶିବାଜୀ ସୁତାର କହିଛନ୍ତି ।

୨୦୧୯ରେ ସେଣ୍ଟ୍ରାଲ ରେଲଓ୍ବ ୧୯୨.୫୧ କୋଟି ଟଙ୍କା ୩୭.୬୪ ଲକ୍ଷ ବିନା ଟିକେଟଧାରୀ ଲୋକଙ୍କ ଠାରୁ ଆଦାୟ କରିଥିବାବେଳେ ୨୦୧୮ରେ ଏହି ସଂଖ୍ୟା ୩୪.୦୯ ଥିବାବେଳେ ୧୬୮.୩୦ କୋଟି ଟଙ୍କା ଆଦାୟ କରିଥିଲା । ତେଣୁ ୨୦୧୮ ତୁଳନାରେ ଏହି ସଂଖ୍ୟା ୧୪.୩୯ ପ୍ରତିଶତକୁ ବୃଦ୍ଧି ପାଇଛି । ସେହିପରି ବିନା ଟିକେଟରେ ଯାତ୍ରା କରୁଥିବା ଲୋକଙ୍କ ସଂଖ୍ୟା ୧୦.୪୧ ପ୍ରତିଶତ ବଢ଼ିଛି ।

ରେଲଓ୍ବେ ପକ୍ଷରୁ ବାରମ୍ବାର ଟିକେଟ ନେଇ ଯାତ୍ରା କରିବାକୁ କହୁାଯାଉଥିଲେ ବି ଯାତ୍ରୀମାନଙ୍କ ଉପରେ ଏନେଇ କୌଣସି ପ୍ରଭାବ ପକାଉନାହିଁ । ପ୍ରତିବର୍ଷ ବିନା ଟିକେଟରେ ଯାତ୍ରା କରୁଥିବା ଲୋକଙ୍କ ସଂଖ୍ୟାରେ ବୃଦ୍ଧି ଘଟୁଥିବା ଜଣେ ଅଧିକାରୀ ସୂଚନା ଦେଇଛନ୍ତି ।
First published: January 24, 2020, 1:56 PM IST
corona virus btn
corona virus btn
Loading