ଗୁପଚୁପ୍ ଖାଇଲେ ମିଳିବ ଇନାମ; ଆପଣ ଯଦି ଏହି ଚାଲେଞ୍ଜ ଜିତିଲେ ପାଇବେ ୫ଶହ ଟଙ୍କା

ଗୁପଚୁପ୍ ଦୋକାନରେ ଏହି ଖାଦ୍ୟ ଚ୍ୟାଲେଞ୍ଜ ଆରମ୍ଭ ହୋଇଛି । ଯଦି ଆପଣ ଏହି ଚ୍ୟାଲେଞ୍ଜକୁ ସଂପୂର୍ଣ୍ଣ କରୁଛନ୍ତି, ତେବେ ଆପଣଙ୍କୁ ତୁରନ୍ତ ପାଞ୍ଚ ଶହ ଟଙ୍କା ମିଳିବ ।

ଗୁପଚୁପ୍ ଖାଇଲେ ମିଳିବ ଇନାମ; ଆପଣ ଯଦି ଏହି ଚାଲେଞ୍ଜ ଜିତିଲେ ପାଇବେ ୫ଶହ ଟଙ୍କା

ଗୁପଚୁପ୍ ଖାଇଲେ ମିଳିବ ଇନାମ; ଆପଣ ଯଦି ଏହି ଚାଲେଞ୍ଜ ଜିତିଲେ ପାଇବେ ୫ଶହ ଟଙ୍କା

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ନୂଆଦିଲ୍ଲୀ; ଆଜିକାଲି ସୋସିଆଲ ମିଡିଆରେ ଅନେକ ପ୍ରକାରର ଖାଦ୍ୟ ଭିଡିଓ ଦେଖିବାକୁ ମିଳୁଛି । କିଛି ଲୋକ ଖାଦ୍ୟ ବ୍ଲଗ୍ ସୃଷ୍ଟି କରି ପ୍ରସିଦ୍ଧ ହେଉଥିବା ବେଳେ ଆଉ କିଛି ଲୋକ ସୁସ୍ବାଦୁ ଖାଦ୍ୟ ଲୋକଙ୍କ ସାମ୍ନାକୁ ଆଣିଥାନ୍ତି । ଅନେକ ପ୍ରକାରର ଖାଦ୍ୟ ଚ୍ୟାଲେଞ୍ଜ ମଧ୍ୟ ଭାଇରାଲ୍ ହୁଏ । ଇଣ୍ଟରନେଟରେ ଏଭଳି ଏକ ନିଆରା ଖାଦ୍ୟ ଚ୍ୟାଲେଞ୍ଜ ଭାଇରାଲ ହେଉଛି । ଶଲସ ନାମକ ଜଣେ ଗୁପଚୁପ୍ ବିକାଳୀ ଏହାକୁ ଆରମ୍ଭ କରିଛନ୍ତି । ଯଦି ଆପଣ ଏହି ଚ୍ୟାଲେଞ୍ଜକୁ ସଂପୂର୍ଣ୍ଣ କରୁଛନ୍ତି, ତେବେ ଆପଣଙ୍କୁ ତୁରନ୍ତ ପାଞ୍ଚ ଶହ ଟଙ୍କା ମିଳିବ ।

ଆଗ୍ରା-ଫିରୋଜାବାଦ ରାଜପଥ ତଳେ ଏକ ଗୁପଚୁପ୍ ଦୋକାନରେ ଏହି ଖାଦ୍ୟ ଚ୍ୟାଲେଞ୍ଜ ଆରମ୍ଭ ହୋଇଛି । ଏହି ଚ୍ୟାଲେଞ୍ଜରେ ଶଲସ ତାଙ୍କ ଷ୍ଟଲରୁ ଗୁପଚୁପ୍ ଖାଇବାକୁ ଲୋକମାନଙ୍କୁ କହୁଛନ୍ତି । ଏହି ଗୁପଚୁପ୍ ଆକାରରେ ବହୁତ ବଡ । ଏଥିରେ ଆଳୁ ମସାଲା, ବୁଟ ଓ ଖଟା ମିଠା ପାଣି ମିଶ୍ରିତ ହୋଇଥାଏ । ଯଦି ଆପଣ ମିଠା ପସନ୍ଦ କରନ୍ତି, ତେବେ ଆପଣ ଏଥିରେ ମିଠା ଚଟଣୀ ମଧ୍ୟ ପକାଇ ପାରିବେ । ତେବେ ୫୦୦ ଟଙ୍କା ଜିତିବାକୁ ହେଲେ ଆପଣଙ୍କୁ କେବଳ ଗୋଟିଏ ସର୍ତ୍ତ ପୂରଣ କରିବାକୁ ପଡିବ । ଏହି ସର୍ତ୍ତ ପୂରଣ ହେବା ମାତ୍ରେ ଆପଣ ତୁରନ୍ତ ୫୦୦ ଟଙ୍କା ପାଇପାରିବେ । ସର୍ତ୍ତଟି ହେଉଛି ଆପଣଙ୍କୁ ଏକା ଥରକରେ ଗୁପଚୁପ ଖାଇବାକୁ ପଡିବ ।



ଯଦି ଏହାକୁ ଖାଇବା ସମୟରେ ଆପଣଙ୍କ ପାଟିରୁ ଗୋଟିଏ ବୁନ୍ଦା ପାଣି ମଧ୍ୟ ଖସିଯାଏ, ତେବେ ଆପଣ ଏହି ଚ୍ୟାଲେଞ୍ଜ ପୂରଣ କରିବାରେ ବିଫଳ ହେବେ । ତେବେ ଏଥିରେ ବିଫଳ ହେଲେ ଗୋଟିଏ ଗୁପଚୁପ୍ ପାଇଁ ଆପଣଙ୍କୁ ୧୦୦ ଟଙ୍କା ଦେବାକୁ ପଡିବ । ଲୋକମାନେ ଏହି ଚ୍ୟାଲେଞ୍ଜ ଗ୍ରହଣ କରିବାକୁ ଦୂରଦୂରାନ୍ତରୁ ଆସୁଛନ୍ତି । ସମସ୍ତେ ଏହି ଚ୍ୟାଲେଞ୍ଜକୁ ସମ୍ପୂର୍ଣ୍ଣ କରିବାକୁ ଚେଷ୍ଟା କରନ୍ତି କିନ୍ତୁ କେହି ଏପର୍ଯ୍ୟନ୍ତ କେହି ବି ଏହି ଚ୍ୟାଲେଞ୍ଜରେ ସଫଳ ହୋଇନାହାନ୍ତି ।
Published by:Soubhagya Mishra
First published: