News 18 Odia Digital
Pregnant Woman In Gym: ଯେତେବେଳେ ବି ଜଣେ ମହିଳା ଗର୍ଭବତୀ ହୁଅନ୍ତି, ସେ ପ୍ରଥମ ସପ୍ତାହରେ ନିଜେ ଯତ୍ନର ସହ କାମ କରିବା ଆରମ୍ଭ କରନ୍ତି ଯାହା ଦ୍ବାରା କୌଣସି ଭୁଲ ଯେପରି ପିଲା ଉପରେ କୌଣସି ପ୍ରଭାବ ପକାଇବ ନାହିଁ । ଯଦି ମହିଳା ଭଲ ତାଲିମ ନିଅନ୍ତି ଓ ଉତ୍ତମ ଖାଦ୍ୟ ଅନୁସରଣ କରନ୍ତି, ତେବେ ପିଲାଟି ଉପରେ କୌଣସି ପ୍ରଭାବ ପଡେ ନାହିଁ । ଆଜିର ଯୁଗରେ, ଅସ୍ତ୍ରୋପଚାର ମାଧ୍ୟମରେ ଏକ ସନ୍ତାନ ପ୍ରସବ କରିବା ଏକ ସାଧାରଣ କଥା ହୋଇଗଲାଣି ଏବଂ ବହୁତ କମ୍ ଲୋକ ନର୍ମାଲ ପ୍ରସବ କରନ୍ତି । ଅନେକ ଲୋକ ଅଛନ୍ତି ଯେଉଁମାନେ ଡାକ୍ତରଙ୍କ ପରାମର୍ଶକୁ ଅନୁସରଣ କରନ୍ତି ଏବଂ ସାଧାରଣ ପ୍ରସବ ପାଇଁ ବହୁତ ବ୍ୟାୟାମ କରନ୍ତି । ସୋସିଆଲ ମିଡିଆରେ ଏଭଳି ଭିଡିଓ ଭାଇରାଲ ହେବାରେ ଲାଗିଛି, ଯାହା ଦେଖି ଆପଣଙ୍କର ମଧ୍ୟ ହୋସ ଉଡ଼ିଯିବ ।
ଗର୍ଭବତୀ ଜିମରେ କଲେ ଏପରି ବିପଜ୍ଜନକ ବ୍ୟାୟାମଇଣ୍ଟରନେଟରେ ଭାଇରାଲ ହେଉଥିବା ଏକ ଭିଡିଓରେ, ଆପଣ ଜଣେ ଗର୍ଭବତୀଙ୍କୁ ଜିମ୍ ଯାଇ ଏପରି ବ୍ୟାୟାମ କରୁଥିବା ଦେଖିପାରିବେ, ଯାହା ବିଶ୍ବାସ କରିବା ଅସମ୍ଭବ । ଭିଡିଓରେ, ଜଣେ ଗର୍ଭବତୀ ନିଜ ବେବିବମ୍ପକୁ ଦେଖାଇଥିଲେ , ଆଉ ତା’ପରେ ଦୁଇ ଗୋଡକୁ ଉପରକୁ ଓ ଦୁଇ ହାତକୁ ଭୂମିରେ ରଖି କିଛି ସମୟ ପାଇଁ ବାଲାନସ କରିଥିଲେ । ଏହି ଭିଡିଓ ଦେଖି ଲୋକଙ୍କର ଝାଳ ବହି ଆସିଲା । ସେମାନେ ଭାବିବା ଆରମ୍ଭ କଲେ ଯେ ଏହା କିପରି ସମ୍ଭବ? ଭିଡିଓ ସେୟାର କରି landra.elisabeth ନାମକ ଏକ ଇନଷ୍ଟାଗ୍ରାମ ବ୍ୟବହାରକାରୀ ସୂଚନା ଦେଇଛନ୍ତି ଯେ, ମହିଳା ଜଣକ ୩୮ ମାସରୁ ଅଧିକ ସମୟ ଗର୍ଭବତୀ ଅଛନ୍ତି ଏବଂ ବର୍ତ୍ତମାନ ମାତ୍ର ଦେଢ଼ ସପ୍ତାହ ବାକି ଅଛି । ଅର୍ଥାତ୍ ପ୍ରାୟ ୯ ମାସର ଜଣେ ଗର୍ଭବତୀ ଏପରି ବିପଜ୍ଜନକ ବ୍ୟାୟାମ କରିଥିଲେ ।
ଭିଡିଓ ଦେଖିବା ପରେ ଅନେକ ଉପଭୋକ୍ତା ଆଶ୍ଚର୍ଯ୍ୟ ହୋଇଯାଇଥିଲେଏହି ଭିଡିଓ ଦେଖିବା ପରେ ଅନେକ ମହିଳା କହିଥିଲେ, ଗର୍ଭବତୀ ସାବଧାନ ରୁହନ୍ତୁ । ଜଣେ ଉପଭୋକ୍ତା ଭିଡିଓ ଦେଖିବା ପରେ କହିଛନ୍ତି, 'ଏହା ହୋଇପାରେ ଯେ ପେଟ ଭିତରେ ଶିଶୁର ଅଙ୍ଗ ଏବଂ ବେକରେ ଗର୍ଭ ନାଳି ଗୁଡ଼ାଇ ହୋଇଯାଇଥିବ । ଏହିପରି ବ୍ୟାୟାମ କରିବା ସମୟରେ ସାବଧାନ ରୁହନ୍ତୁ । ଏହି ଭିଡିଓକୁ ଏପର୍ଯ୍ୟନ୍ତ ୧ ଲକ୍ଷ ୫୦ ହଜାରରୁ ଅଧିକ ଲୋକ ପସନ୍ଦ କରିଛନ୍ତି । ଅନ୍ୟ ଜଣେ ଉପଭୋକ୍ତା ଲେଖିଛନ୍ତି, 'ଆପଣ ଗର୍ଭବତୀ ନଥିଲେ ବି , ଏହି ବ୍ୟାୟାମର ଗୋଟିଏ ଭୁଲ ମଧ୍ୟ କ୍ଷତି ଘଟାଇପାରେ । ଏହା କେବଳ ପିଲାଙ୍କ ପାଇଁ ନୁହେଁ, ମହିଳାଙ୍କ ପାଇଁ ମଧ୍ୟ ବିପଦଜନକ ଅଟେ। ଏହି ବିଷୟରେ ଭଲ ଚିନ୍ତା କରିବା ଉଚିତ୍ । ଏହି ଭିଡିଓ ଉପରେ ଅନେକ ଲୋକ ମଧ୍ୟ ନିଜର ମତ ଦେଇଛନ୍ତି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।