ଯୁବକଙ୍କ ପ୍ରେମରେ ପଡ଼ିଲେ ୧୦ଟି ସନ୍ତାନର ମା': ଉପହାର ଦେଇ ବିବାହ କରାଇଲେ ଗ୍ରାମବାସୀ

୧୦ ପିଲା ଥିବା ମହିଳାଙ୍କୁ ପ୍ରେମ ବିବାହ କଲେ ଯୁବକ । ଖବରଟି ପ୍ରଚାରିତ ହେବା ପରେ ଚାରିଆଡୁ ମିଳୁଛି ଶୁଭେଚ୍ଛା ।

ଯୁବକଙ୍କ ପ୍ରେମରେ ପଡ଼ିଲେ ୧୦ଟି ସନ୍ତାନର ମା': ଉପହାର ଦେଇ ବିବାହ କରାଇଲେ ଗ୍ରାମବାସୀ

ଯୁବକଙ୍କ ପ୍ରେମରେ ପଡ଼ିଲେ ୧୦ଟି ସନ୍ତାନର ମା': ଉପହାର ଦେଇ ବିବାହ କରାଇଲେ ଗ୍ରାମବାସୀ

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ନୂଆଦିଲ୍ଲୀ: ବିବାହ (marriage)ର ଋତୁ ପୁଣି ଥରେ ଆରମ୍ଭ ହୋଇଛି । ଏହି ସମୟରେ ଉତ୍ତରପ୍ରଦେଶର ଗୋରଖପୁରରୁ ଏକ ନିଆରା ବିବାହ ମାମଲା ସାମ୍ନାକୁ ଆସିଛି। ବାସ୍ତବରେ ଗୋରଖପୁରର ଦାଦ୍ରି ଗ୍ରାମରେ ଗ୍ରାମବାସୀ ଜଣେ ୪୨ ବର୍ଷୀୟା ମହିଳାଙ୍କୁ ତାଙ୍କ ପ୍ରେମିକ ସହିତ ଦ୍ୱିତୀୟ ଥର ବିବାହ କରିଥିଲେ । ଉଲ୍ଲେଖନୀୟ କଥା ହେଉଛି, ମହିଳାଙ୍କର ପ୍ରଥମ ସ୍ୱାମୀ ଅସୁସ୍ଥତା କାରଣରୁ ମୃତ୍ୟୁବରଣ କରିଛନ୍ତି । ଏହି ମହିଳାଙ୍କର ପ୍ରଥମ ସ୍ୱାମୀଙ୍କ ଠାରୁ ମୋଟ ୧୦ ସନ୍ତାନ ଥିଲେ । ସେମଧ୍ୟରେ ଅଛନ୍ତି ୪ ଝିଅ ଓ ୬ ପୁଅ ।

ବାଦଲଗଞ୍ଜ ଜିଲ୍ଲାର ଦାଦ୍ରି ଗାଁର ୪୨ ବର୍ଷିୟ ସୋନି ଦେବୀଙ୍କ ସ୍ୱାମୀ ବିଜୟ ଶର୍ମାଙ୍କର ୬ ବର୍ଷ ପୂର୍ବେ ଦେହାନ୍ତ ହୋଇଛି। ସ୍ୱାମୀଙ୍କ ମୃତ୍ୟୁ ପରେ ସୋନି ଦେବୀଙ୍କ କାନ୍ଧରେ ୧୦ ପିଲାଙ୍କର ଦାୟିତ୍ୱ ପଡ଼ିଲା । ତାଙ୍କର ୪ ଝିଅ ଓ ୬ ପୁଅ ଅଛନ୍ତି । ସୋନି ଦେବୀଙ୍କ ବଡ ଝିଅର ବୟସ ୨୨ ବର୍ଷ । ସ୍ବାମୀ (husband)ଙ୍କ ମୃତ୍ୟୁ ପରେ ବିଧବା ସୋନି ଦେବୀ କୌଣସି ପ୍ରକାରେ ସ୍ଥାନୀୟ ଗୁରୁକୂଳ ପିଜି କଲେଜ (college)ରେ ଛୋଟମୋଟ କାର୍ଯ୍ୟ କରି ନିଜ ପରିବାର (family) ପ୍ରତିପୋଷଣ କରୁଥିଲେ ।

ଏହି ସମୟରେ, ଦେଓରିଆ ଜିଲ୍ଲାର ନାକାଇଲ ଗାଁର ବାସିନ୍ଦା ବାଲେନ୍ଦ୍ର ଛଦ୍ମନାମ ବାଲାଇ (୪୦ ବର୍ଷ) ସୋନି ଦେବୀଙ୍କୁ ଭେଟିଥିଲେ। ବୟସର ଏହି ପର୍ଯ୍ୟାୟରେ, ଉଭୟଙ୍କ ମଧ୍ୟରେ ଘନିଷ୍ଠତା ବୃଦ୍ଧି ପାଇବାରେ ଲାଗିଲା ଓ ଗତ ୫ ବର୍ଷ ମଧ୍ୟରେ ପରସ୍ପର ଦେଖା ସାକ୍ଷାତ ଚାଲିଥିଲା ।

ଏହା ପରେ କିଛି ଲୋକ ସେମାନଙ୍କ ସମ୍ପର୍କ (relation)କୁ ବିରୋଧ କରିଥିଲେ, ତା’ପରେ ଗ୍ରାମବାସୀ ଏକ ପଞ୍ଚାୟତ ଡାକିଥିଲେ। ଯେଉଁଥିରେ ସ୍ଥିର ହୋଇଥିଲା ଯେ ଏହି ଦୁଇଜଣଙ୍କର ବିବାହ କରି ଦିଆଯାଉ। ଯାହା ଦ୍ଵାରା ସେମାନଙ୍କ ସହିତ, ୧୦ ଅନାଥ ପିଲା ମଧ୍ୟ ନିଜ ପିତାଙ୍କ ପ୍ରେମ (love) ଏବଂ ସୁରକ୍ଷା ପାଇପାରିବେ । ସର୍ବସମ୍ମତି କ୍ରମେ ଗ୍ରାମବାସୀ ଉଭୟଙ୍କୁ ଆଇନ ଅନୁଯାୟୀ ବିବାହ କରିଥିଲେ। ବର୍ତ୍ତମାନ ଏହି ସମଗ୍ର ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ଏଥି ସହିତ ଲୋକମାନେ ଏହି ଉତ୍ତମ କାର୍ଯ୍ୟ ପାଇଁ ଗ୍ରାମବାସୀଙ୍କୁ ପ୍ରଶଂସା ମଧ୍ୟ କରୁଛନ୍ତି।

ସୋନି ଓ ବାଲେନ୍ଦ୍ର ଶୁକ୍ରବାର ଦିନ ଶିବ ମନ୍ଦିର (temple)ରେ ବିବାହ କରିଥିଲେ। ଏହା ସହିତ ସେମାନଙ୍କୁ ବିଦାୟୀରେ ଗ୍ରାମବାସୀ ଉପହାର ମଧ୍ୟ ଦେଇଥିଲେ।

ପିଲାଙ୍କୁ ଛାଡି ମହିଳା ଜଣକ ପଳାଇ ଯାଇଥିଲେ

ଏହାପୂର୍ବରୁ ମହିଳା ଜଣକ ନିଜ ପ୍ରେମିକ ସହିତ ପିଲାମାନଙ୍କୁ ଛାଡି ପଳାଇ ଯାଇଥିଲେ। ସେ କିଛି କାମ ପାଇଁ ଗାଁକୁ ଫେରିବା ପରେ ଗ୍ରାମବାସୀ ତାଙ୍କୁ ଅଟକାଇ ଆଇନ ଅନୁଯାୟୀ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ।

ଏହି ଖବର ପଢ଼ନ୍ତୁ -  PonniyinSelvan2 ୨ ଦିନରେ ଶହେ କୋଟି ପାର: ଆମରିକାରେ ଜୋରଦାର କଲେକ୍ସନ
Published by:Soubhagya Mishra
First published: