ହାଇଦ୍ରାବାଦର ଏକ କବାଡିଆ ଗୋଦାମ ଘରେ ଅଗ୍ନିକାଣ୍ଡ; ୧୧ ଜଣ ଶ୍ରମିକଙ୍କ ମୃତ ଦେହ ଉଦ୍ଧାର

ନିଆଁ ଲିଭାଇବା ପାଇଁ ଅଗ୍ନିଶମର ୮ଟି ଦମକଳ ଘଟଣାସ୍ଥଳରେ ପହଞ୍ଚିଛି। ଅଗ୍ନିଶମ ବିଭାଗର ଜଣେ ଅଧିକାରୀଙ୍କ ଅନୁଯାୟୀ, ଏପର୍ଯ୍ୟନ୍ତ ୧୧ ଜଣଙ୍କ ମୃତ ଦେହ ଉଦ୍ଧାର କରାଯାଇଛି।

ହାଇଦ୍ରାବାଦର ଏକ କବାଡିଆ ଗୋଦାମ ଘରେ ଅଗ୍ନିକାଣ୍ଡ

ହାଇଦ୍ରାବାଦର ଏକ କବାଡିଆ ଗୋଦାମ ଘରେ ଅଗ୍ନିକାଣ୍ଡ

  • Share this:
News18 Odia Digital

ହାଇଦ୍ରାବାଦ: ହାଇଦ୍ରାବାଦର ଭୋଇଗୁଡା ଆଦିର ଏକ କବାଡିଆ ଗୋଦାମରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ପ୍ରାୟ ୧୨ ଜଣ ଲୋକ ଫସି ରହିଥିବା ବେଳେ ଏପର୍ଯ୍ୟନ୍ତ ୧୧ ଜଣଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଏହି ଲୋକମାନେ ଘଟଣା ସମୟରେ ଗୋଦାମ ଭିତରେ ଶୋଇଥିଲେ। ପ୍ରବଳ ଅଗ୍ନିକାଣ୍ଡ ହେତୁ ଏକ କାନ୍ଥ ଭୁଶୁଡ଼ି ପଡ଼ିଲା, ଯେଉଁ କାରଣରୁ ସେଠାରେ ଫସି ରହିଥିବା ଲୋକମାନେ ବାହାରକୁ ଯାଇ ପାରିନଥିଲେ। ବର୍ତ୍ତମାନ ଜଣେ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇଛି, ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ନିଆଁ ଲିଭାଇବା ପାଇଁ ଅଗ୍ନିଶମର ୮ଟି ଦମକଳ ଘଟଣାସ୍ଥଳରେ ପହଞ୍ଚିଛି। ଅଗ୍ନିଶମ ବିଭାଗର ଜଣେ ଅଧିକାରୀଙ୍କ ଅନୁଯାୟୀ, ଏପର୍ଯ୍ୟନ୍ତ ୧୧ ଜଣଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ଜଣେ ଅଗ୍ନିଶମ ଅଧିକାରୀ କହିଛନ୍ତି ଯେ ନିଆଁ ଏତେ ଭୟଙ୍କର ଥିଲା ଯେ ଏହାକୁ ନିୟନ୍ତ୍ରଣକୁ ଆଣିବାକୁ ସମୟ ଲାଗିଥିଲା। ତେବେ ନିଆଁ ଲିଭାଇ ଦିଆଯାଇଛି। ଏହା କୁହାଯାଉଛି ଯେ କବାଡିଆ ଗୋଦାମରେ କାର୍ଯ୍ୟ କରୁଥିବା ସମସ୍ତ ଶ୍ରମିକ ବିହାରର ବାସିନ୍ଦା ଥିଲେ।

ସକାଳ ୩ଟାରେ ନିଆଁ ଲାଗିଥିଲା

ସକାଳ ୩ଟାରେ ଏହି ଘଟଣା ସମ୍ପର୍କରେ ସୂଚନା ପାଇଥିବା ପୋଲିସ କହିଛି। ସେ କହିଛନ୍ତି ଯେ ଏହି ଗୋଦାମର ପ୍ରଥମ ମହଲାରେ ୧୨ ଜଣ ଶ୍ରମିକ ଶୋଇଥିଲେ। ହଠାତ୍ ତଳ ମହଲାରେ ନିଆଁ ଲାଗିଯାଇଥିଲା ଓ ଶୋଇଥିବା ଲୋକଙ୍କ ପାଇଁ ଏକମାତ୍ର ବାଟ ବନ୍ଦ ହୋଇଯାଇଥିଲା। ବର୍ତ୍ତମାନ ୧୧ ଜଣଙ୍କ ମୃତ ଦେହ ଉଦ୍ଧାର କରାଯାଇଛି।

ପୋଲିସର ସୂଚନାନୁସାରେ ଏହି ଦୁର୍ଘଟଣାରେ ଆହତମାନଙ୍କୁ ଡାକ୍ତରଖାନା ନିଆଯାଇଛି। ପୋଲିସ କହିଛି ଯେ ଗୋଡାଉନରେ ଥିବା ଫାଇବର କେବୁଲରେ ନିଆଁ ଲାଗିଯାଇଥିଲା ଯେଉଁଥିପାଇଁ ଘନ ଧୂଆଁ ବିସ୍ତାର ହୋଇଥିଲା। ଖାଲି ମଦ ବୋତଲ, କାଗଜ, ପ୍ଲାଷ୍ଟିକ ଓ ଅନ୍ୟାନ୍ୟ କେବୁଲ ମଧ୍ୟ ସେହି ସମୟରେ ଗୋଡାଉନରେ ରଖାଯାଇଥିଲା।
Published by:Lipina Das
First published: