ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»ଡିନର ପରେ ବିଲ୍ ଦେଖି ଉଡ଼ିଗଲା ହୋସ୍; ଗୋଟିଏ ରାତିରେ ଆକାଉଣ୍ଟରୁ ଚାଲ ଯାଇଥିଲା ସବୁ ଟଙ୍କା

ଡିନର ପରେ ବିଲ୍ ଦେଖି ଉଡ଼ିଗଲା ହୋସ୍; ଗୋଟିଏ ରାତିରେ ଆକାଉଣ୍ଟରୁ ଚାଲ ଯାଇଥିଲା ସବୁ ଟଙ୍କା

ଲଣ୍ଡନର ଏକ ରେଷ୍ଟୁରାଣ୍ଟରେ ରାତ୍ରୀ ଭୋଜନ କରିବା ପରେ ଯେତେବେଳେ ଜଣେ ବ୍ୟକ୍ତିଙ୍କ ସାମ୍ନାରେ ବିଲ୍ ଆସିଲା ସେତେବେଳେ ସେ ଚେତାଶୂନ୍ୟ ହୋଇଯାଇଥିଲେ। ସୋସିଆଲ ମିଡ଼ିଆ ୟୁଜର୍ସ ମଧ୍ୟ ଏହି ବିଲର କପି ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ଡିନର ପରେ ବିଲ୍ ଦେଖି ଉଡ଼ିଗଲା ହୋସ୍; ଗୋଟିଏ ରାତିରେ ଆକାଉଣ୍ଟରୁ ଚାଲ ଯାଇଥିଲା ସବୁ ଟଙ୍କା
ଡିନର ପରେ ବିଲ୍ ଦେଖି ଉଡ଼ିଗଲା ହୋସ୍
  • News18 Odia
  • Last Updated: October 8, 2021, 12:28 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଲଣ୍ଡନ: ଅନେକ ଥର ଏହା ଘଟେ, ଯେତେବେଳେ ଆମେ ଏକ ଭଲ ରେଷ୍ଟୁରାଣ୍ଟରେ ଖାଦ୍ୟ ଖାଇବାକୁ ପହଞ୍ଚିଥାଉ, ଖାଦ୍ୟ ସାମଗ୍ରୀର ମୂଲ୍ୟ ନ ଦେଖି ଆମେ ଅର୍ଡର ଦେଇଥାଉ । ଆଉ ବିଲ୍ ଦେଖିବା ପରେ ଆଶ୍ଚର୍ଯ୍ୟ ମଧ୍ୟ ଲାଗେ। ଏମିତି ଏକ ଘଟଣା ଘଟିଛି ବ୍ରିଟେନର ଜଣେ ବ୍ୟକ୍ତିଙ୍କ ସହିତ । ଯେତେବେଳେ ସେହି ବ୍ୟକ୍ତି ଜଣ ଲଣ୍ଡନର ସବୁଠାରୁ ଦାମୀ ରେଷ୍ଟୁରାଣ୍ଟରେ ରାତ୍ରୀ ଭୋଜନ କରିବା ପରେ ବିଲ୍ ଦେଖିଲେ, ସେତେବେଳେ ତାଙ୍କ ହୃଦୟ ଭାଙ୍ଗିଗଲା । ଏହି ବିଲ୍ ସେତିକି ଟଙ୍କାର ଆସିଥିଲା ଯେତିକି ତାଙ୍କ ଆକାଉଣ୍ଟରେ ଟଙ୍କା ଥିଲା।

ନିକଟରେ ଏହି ବ୍ୟକ୍ତି ଲଣ୍ଡନର ନୁସର-ଏଟ ଷ୍ଟିକହାଉସ( Nusr-Et Steakhouse) ନାମକ ଏକ ରେଷ୍ଟୁରାଣ୍ଟରେ ଖାଦ୍ୟ ଖାଇବାକୁ ଆସିଥିଲେ। ତାଙ୍କ ସହିତ ତାଙ୍କର ସାଙ୍ଗମାନେ ମଧ୍ୟ ଥିଲେ। ଡେଲି ମେଲ ରିପୋର୍ଟ ଅନୁଯାୟୀ, Salt Bae ନାମକ ଜଣେ ପ୍ରସିଦ୍ଧ ରୋଷେୟାଙ୍କ ରେଷ୍ଟୁରାଣ୍ଟରେ ରାତ୍ରୀ ଭୋଜନ ପାଇଁ ଆସିଥିବା ଜମିଲ ଅମିନ (Jamil Amin) ସୋସିଆଲ ମିଡ଼ିଆରେ ନିଜର ଦୁଃଖ ବାଣ୍ଟିବା ସହ ବିଲର ଏକ କପି ମଧ୍ୟ ଶେୟାର କରିଥିଲେ।

ବିଲ୍ ଦେଖି ଆଶ୍ଚର୍ଯ୍ୟ

ଜମିଲ ସୋସିଆଲ ମିଡ଼ିଆରେ ବିଲର ଏକ କପି ଶେୟାର କରିଛନ୍ତି ଯାହା ନୁସର-ଏଟ ଷ୍ଟିକହାଉସରେ ଚାରି ଜଣଙ୍କ ପାଇଁ ରାତ୍ରୀ ଭୋଜନ ପରେ ଆସିଥିଲା। ୧ ଲକ୍ଷ ୮୨ ହଜାରରୁ ଅଧିକ ବିଲ୍ ତାଙ୍କୁ ଦିଆଯାଇଥିଲା । କୌତୁହଳର ବିଷୟ ହେଉଛି ଏହି ବିଲରେ କେବଳ ଗୋଟିଏ ଖାଦ୍ୟ ସାମଗ୍ରୀର ମୂଲ୍ୟ ୬୩ ହଜାରରୁ ଅଧିକ ଟଙ୍କା ଥିଲା । ଚାରୋଟି ଏନର୍ଜି ଡ୍ରିଙ୍କ୍ ରେଡ୍ ବୁଲର ମୂଲ୍ୟ ମଧ୍ୟ ସାଧାରଣ ଅପେକ୍ଷା ୪୪ ବ୍ରିଟିଶ୍ ପାଉଣ୍ଡ ଥିଲା । ଏସବୁ ପରେ ରେଷ୍ଟୁରାଣ୍ଟ ମଧ୍ୟ ନିଜର ସେବା ଚାର୍ଜ ଯୋଡ଼ିଥିଲା । ଏହି ସେବା ଚାର୍ଜ ପ୍ରାୟ ୨୪,୦୦୦ ଟଙ୍କା ଥିଲା । ଜମିଲ ତାଙ୍କ ପୋଷ୍ଟ ସହିତ ଲେଖିଥିଲେ, ‘‘ମୋର ପୁରା ବ୍ୟାଙ୍କ ବାଲାନ୍ସ ଗୋଟିଏ ରାତିରେ ଖର୍ଚ୍ଚ ହୋଇଗଲା।’’

ସୋସିଆଲ ମିଡ଼ିଆ ୟୁଜର୍ସ ବିଲ୍ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ

ଜମିଲ ଏହି ବିଲର ଏକ କପି ଟ୍ୱିଟର ଓ ଅନ୍ୟାନ୍ୟ ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ପୋଷ୍ଟ କରିବା ମାତ୍ରେ ଏହା ଖୁବ୍ ଭାଇରାଲ୍ ହୋଇଥିଲା । ୟୁଜର୍ସ ତାଙ୍କୁ ଏପରି ରେଷ୍ଟୁରାଣ୍ଟକୁ ନେି ନିରାଶ ପ୍ରକାଶ କରିଥିଲେ । ବାସ୍ତବରେ ଏହି ବିଲ୍ ୨୦୧୭ରେ ନୁସର-ଏଟ ଷ୍ଟିକହାଉସ ଏକ ରେଷ୍ଟୁରାଣ୍ଟରେ କରାଯାଇଥିଲା । ଏହି ପୋଷ୍ଟକୁ ବର୍ତ୍ତମାନ ପର୍ଯ୍ୟନ୍ତ ୧୦ ହଜାରରୁ ଅଧିକ ଲାଇକ୍ ମିଳିସାରିଛି ଓ ଲୋକେ କହିଥିଲେ ଯେ ଏହା ପ୍ରକୃତରେ ଏକ ଆଶ୍ଚର୍ଯ୍ୟଜନକ ବିଲ୍ ।
Published by: Lipina Das
First published: October 8, 2021, 12:23 PM IST