News 18 Odia Digital
ନୂଆଦିଲ୍ଲୀ; ପ୍ରାକୃତିକ ଭାବରେ ମହିଳାମାନଙ୍କ ଗର୍ଭରୁ ସନ୍ତାନ (Child) ସୃଷ୍ଟି ହେଉଥିବା କଥା ସମସ୍ତେ ଜାଣନ୍ତି । ଜନ୍ମ ହେବା ପରେ ସନ୍ତାନକୁ ଅମୃତ ତୁଲ୍ୟ କ୍ଷୀର ପିଆଇ ବଡ଼ କରିଥାନ୍ତି ମହିଳା (Women) । ଲାଳଳ ପାଳନ ମଧ୍ୟ ମାଆ କରିଥାନ୍ତି । ଶିଶୁ ପାଇଁ ମାଆର ଭୂମିକା ଥାଏ ବେଶ୍ ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ଏବେ ଯେଉଁ ଚିତ୍ର ସାମ୍ନାକୁ ଆସିଛି ତାହା ଖୁବ୍ ଆଶ୍ଚର୍ଯ୍ୟଜନକ । କାରଣ ମାଆ ନୁହେଁ ବରଂ ବାପା ଜନ୍ମ ଦେଇଛନ୍ତି ଜଣେ ଶିଶୁ କନ୍ୟାକୁ । ଆହୁରୀ ଆଶ୍ଚର୍ଯ୍ୟର କଥା ହେଉଛି ଜନ୍ମ ଦେବା ପରେ ଶିଶୁ କନ୍ୟାକୁ ନିଜ ବକ୍ଷରୁ କ୍ଷୀର ଦେଇ ବଡ଼ କରିଛନ୍ତି ।
ସୂଚନା ମୁତାବକ, ଫ୍ଲୋରିଡା ସହରର ଟାନିୟସ ନାମକ ଜଣେ ପୁରୁଷଙ୍କ କ୍ଷେତ୍ରରେ ଏହା ଦେଖିବାକୁ ମିଳିଛି । କିନ୍ତୁ ସେ କହିବାନୁସାରେ ସେ ସନ୍ତାନ ଜନ୍ମ କରିବା ଏବଂ ଶିଶୁ କନ୍ୟାକୁ କ୍ଷୀର ପିଆଇ ବଡ଼ କରିବା କାରଣରୁ ଅନେକ ଲୋକ ଟାନିୟସଙ୍କୁ ଅସମ୍ମାନ କରୁଛନ୍ତି । କିନ୍ତୁ ସେ କାହାରି କଥା ନଶୁଣି ନିଜ ପିଲାର ଉପଯୁକ୍ତ ଯନ୍ତ୍ର ନେଉଥିବା କଥା କହିଛନ୍ତି ।
ଟାନିୟସ ମହିଳାଙ୍କ ପରି ମାଆ ବନିବାକୁ ଚାହୁଁଥିଲେ । ସେଥିପାଇଁ ସେ ଅପରେସନ କରି ନିଜ ଶରୀରର ପରିବର୍ତ୍ତନ କରାଇଥିଲେ । ଫଳରେ ପୁରୁଷ ଶରୀରରେ ଗର୍ଭ ଧାରଣ କରିବା ସମ୍ଭବପର ହୋଇପାରିଲା । ଏଥିସହ ସେ ସଫଳତାର ସହ ଗୋଟିଏ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ । କିନ୍ତୁ ଏଥିପାଇଁ ଟାନିୟସଙ୍କୁ ଖୁବ କଷ୍ଟ ସହିବାକୁ ପଡିଛି । ପ୍ରାୟ ୬ ବର୍ଷ ତଳେ ପେଟ ଫୁଲିବା କାରଣରୁ ସେ ପରୀକ୍ଷା କରାଇଥିଲେ । ପରୀକ୍ଷାରୁ ଜଣାପଡିଥିଲା ତାଙ୍କ ଗର୍ଭରେ ଭୃଣ ରହିଛି । ଗର୍ଭ ଧାରଣ ସମୟରେ ଅନେକ ସମୟରେ ଅସୁସ୍ଥ ହୋଇପଡିଥିଲେ ଟାନିୟସ । କିନ୍ତୁ ଉପଯୁକ୍ତ ଡାକ୍ତରୀ ଚିକିତ୍ସା କରାଇଥିଲେ ସେ । ଅନେକ ବାଧା ବିଘ୍ନ ପରେ ସେ ନିଜର ସ୍ୱପ୍ନକୁ ପୂରଣ କରିପାରିଛନ୍ତି । ଏବେ ତାଙ୍କ ଝିଅ ୬ ବର୍ଷ ବୟସରେ ପାଦ ଦେଇଛି ।
ପୁରା ଘଟଣାକୁ ଭିଡିଓ ମାଧ୍ୟମରେ ଉତ୍ତୋଳନ କରି ୟୁଟୁବ ଚ୍ୟାନେଲରେ ଅପଲୋଡ କରିଥିଲେ ଟାନିୟସ । ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହୋଇ ଦେଶର କୋଣ ଅନୁକୋଣରେ ପହଞ୍ଚିଯାଇଥିଲା । ବିଭିନ୍ନ ଦେଶର ଲୋକମାନେ ନିଜ ବ୍ୟକ୍ତିଗତ ମତ କମେଣ୍ଟ ମାଧ୍ୟମରେ ରଖିଥିଲେ । ଏପରିକି କିଛି ବ୍ୟକ୍ତି ଟାନିୟସଙ୍କୁ ଏଲିୟନ ସହ ତୁଳନା କରିଥିଲେ । କିନ୍ତୁ ଟାନିୟସ କହିଥିଲେ ମୁଁ ଆପଣଙ୍କ ପରି ଜଣେ ମଣିଷ ଏବଂ ମୋର ମଧ୍ୟ ଆପଣଙ୍କ ପରି ହୃଦୟ ଅଛି ।
ବର୍ତ୍ତମାନ ଟାନିୟସ ନିଜ ଝିଅର ଉପଯୁକ୍ତ ଯତ୍ନ ନେଉଛନ୍ତି । ଦୁହେଁ ଖୁବ ଖୁସିରେ ଅଛନ୍ତି । ଅନେକ ସମୟରେ ନିଜ ଝିଅକୁ ସାଥିରେ ନେଇ ବିଭିନ୍ନ ସ୍ଥାନକୁ ବୁଲିବାକୁ ଯାଆନ୍ତି ଟାନିୟସ ।
ଦେଖନ୍ତୁ ଭିଡିଓ - https://www.youtube.com/watch?v=FgFdwKIeVsQ&t=16s
ଏହି ଖବର ପଢ଼ନ୍ତୁ -
http://ଏଥର କେନ୍ଦ୍ରୀୟ ବଜେଟ୍ରେ ଆମଦାନୀ ଶୁଳ୍କ ବୃଦ୍ଧି ଉପରେ ସରକାର ଗୁରୁତ୍ୱ ଦେଇପାରନ୍ତିPublished by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।