କ୍ଯାନସର ଔଷଧ (ପ୍ରତୀକାତ୍ମକ ଛବି)
News18 Odia Digital
କର୍କଟ ଏକ ଏପରି ରୋଗ ଯାହା ଅନ୍ଯ ଆଖିରେ ଲୁହ ଆଣିଦିଏ । ଏକ ସାଙ୍ଘାତିକ ରୋଗ ଭାବେ ପରିଚିତ ଏହି ରୋଗ ଆରୋଗ୍ୟସାଧ୍ଯ ନୁହେଁ ବୋଲି ପ୍ରମାଣ ହୋଇଆସିଛି । କିନ୍ତୁ ବର୍ତ୍ତମାନର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ଯା ବଳରେ ଏହା ମଧ୍ଯ ସମ୍ଭବ ହୋଇପାରିଛି । ବୈଜ୍ଞାନିକମାନେ ୧୮ ଜଣ ମଳାଶୟ କର୍କଟ ରୋଗୀଙ୍କଠାରେ ଏକ ନୂତନ ଔଷଧର ପରୀକ୍ଷଣ କରିଛନ୍ତି ଯାହା ସଫଳ ହୋଇଛି । ୬ ମାସରେ ସେମାନେ ସମସ୍ତେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଉଠିଛନ୍ତି। କ୍ଲିନିକାଲ ଟ୍ରାଏଲ ପାଇଁ ଦୋସ୍ତରଲିମାବ ନାମକ ଔଷଧକୁ ୧୮ ଜଣ କଲନ କର୍କଟ ରୋଗୀଙ୍କୁ ଦିଆଯାଇଥିଲା। ସେମାନଙ୍କୁ ୬ ମାସ ଏହି ଔଷଧ ଦେବା ପରେ ଦେଖାଗଲା ସମସ୍ତଙ୍କର କର୍କଟ ଭଲ ହୋଇଯାଇଛି।
ଦୋସ୍ତରଲିମାବ ହେଉଛି ଏକ ଔଷଧ ଯେଉଁଥିରେ ବିଜ୍ଞାନାଗାରରେ ପ୍ରସ୍ତୁତ ଅଣୁ ରହିଛି। ଏହି ଅଣୁ ମଣିଷ ଶରୀରରେ ଆଣ୍ଟିବଡିର ବିକଳ୍ପ ଭାବେ କାମ କରେ। ରୋଗୀଙ୍କ ଶରୀରରେ ପ୍ରବେଶ କରାଇବା ପରେ ସେମାନଙ୍କର ଏଣ୍ଡୋସ୍କୋପି, ପିଇଟି ସ୍କାନ ବା ଏମ୍ଆର୍ଆଇ ସ୍କାନ ଆଦି ଯେତେ ପ୍ରକାର ପରୀକ୍ଷା କରାଯାଇଥିଲା । କିନ୍ତୁ କୌଣସି ରୋଗୀଙ୍କଠାରେ କର୍କଟର ଚିହ୍ନବର୍ଣ୍ଣ ମିଳିଲା ନାହିଁ। ଇତିହାସରେ ଏହା ପ୍ରଥମ ଘଟଣା ବୋଲି ନ୍ୟୁୟର୍କର ମେମୋରିଆଲ ସ୍ଲୋନ କେଟରିଂ କ୍ୟାନସର ସେଣ୍ଟରର ଡ. ଲୁଇସ୍ ଏ. ଡିଆଜ୍ ଜେ. କହିଛନ୍ତି। ଏହି ଔଷଧ ଯୋଗୁ କାହାରିଠାରେ କୌଣସି ପାର୍ଶ୍ବପ୍ରତିକ୍ରିୟା ବି ଦେଖିବାକୁ ମିଳିନାହିଁ। ସମସ୍ତଙ୍କ ଶରୀରରେ ଏହି ଔଷଧ କାମ ଦେଉଛି କି ନାହିଁ ଏନେଇ ଅଧିକ ପରୀକ୍ଷା କରାଯିବ ।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।