ସକଳ ଶକ୍ତିର ଆଧାରରେ ଆସିବ କି ବାଧା? ସୂର୍ଯ୍ୟଙ୍କ ଦେହରେ ବିରାଟ ଛିଦ୍ର

ସକଳ ଶକ୍ତିର ଆଧାରରେ ଆସିବ କି ବାଧା ? । ସୂର୍ଯ୍ୟଙ୍କ ଦେହରେ ବିରାଟ ଛିଦ୍ର । ଛିଦ୍ରର ଆକାର ପୃଥିବୀଠାରୁ ୨୦ ଗୁଣ ବଡ଼ ।

ସୂର୍ଯ୍ୟ ପୃଷ୍ଠରେ ବିରାଟ ଗର୍ତ୍ତ: ପୃଥିବୀ ଠାରୁ କୋଡିଏ ଗୁଣ ବଡ ଏହାର ଆକାର

ସୂର୍ଯ୍ୟ ପୃଷ୍ଠରେ ବିରାଟ ଗର୍ତ୍ତ: ପୃଥିବୀ ଠାରୁ କୋଡିଏ ଗୁଣ ବଡ ଏହାର ଆକାର

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ନୂଆଦିଲ୍ଲୀ: ମହାକାଶରେ ଅନେକ ତାରା ଏବଂ ଗ୍ରହ ରହିଛନ୍ତି। ପ୍ରତି ସେକେଣ୍ଡରେ ଏଠାରେ ତାରା, ଗ୍ରହ ଓ ଉପଗ୍ରହମାନଙ୍କର କିଛି ନା କିଛି ଗତିବିଧି ଚାଲିଥାଏ। ଏଥିମଧ୍ୟରୁ କିଛି ଗତିବିଧି ସାମ୍ନାକୁ ମଧ୍ୟ ଆସେ ନାହିଁ। କିନ୍ତୁ ମହାକାଶରେ ଏହିପରି କିଛି ଘଟଣା ଘଟେ, ଯାହା ପୃଥିବୀକୁ ସିଧାସଳଖ (directly) ଭାବରେ ପ୍ରଭାବିତ କରିଥାଏ। ବ୍ଲାକ୍ ହୋଲ୍ (black hole) ଠାରୁ ଆରମ୍ଭ କରି ଓଜୋନ୍ ସ୍ତର ହ୍ରାସ ପର୍ଯ୍ୟନ୍ତ, ଏପରି କିଛି ଘଟଣାର ଉଦାହରଣ ରହିଛି। ଏହା ମାଧ୍ୟମରେ ପୃଥିବୀ ମଧ୍ୟ କ୍ଷତିଗ୍ରସ୍ତ ହୁଏ। ବିଶେଷଜ୍ଞମାନେ ଏକ ସୂଚନା ଦେଇଛନ୍ତି ଯେ, ପୃଥିବୀଠାରୁ କୋଡ଼ିଏ ଗୁଣ ବଡ଼ ଏକ ଗର୍ତ୍ତ ସୂର୍ଯ୍ୟରେ ସୃଷ୍ଟି ହୋଇଛି। ତେବେ କଣ ରହିଛି ଏହି ଗର୍ତ୍ତର ପ୍ରଭାବ, ଆସନ୍ତୁ ଜାଣିବା

ସୂର୍ଯ୍ୟରେ ସୃଷ୍ଟି ହୋଇଥିବା ଏହି ବଡ଼ ଗର୍ତ୍ତ କାରଣରୁ ଆସନ୍ତା ସପ୍ତାହରେ ପୃଥିବୀ ପୃଷ୍ଠର ବହୁତ କ୍ଷତି ହୋଇପାରେ। ଏହି ଗର୍ତ୍ତରୁ ଘଣ୍ଟା ପ୍ରତି 1.8 ମିଲିୟନ ବେଗରେ ଝଡ ପରି ପବନ ବାହାରୁଛି। ତେବେ ଏହି ପବନ ଖୁବ୍ ଶୀଘ୍ର ପୃଥିବୀକୁ କ୍ଷତି ପହଞ୍ଚାଇପାରେ। ଏହି ଗର୍ତ୍ତଟିର ନାମ ହେଉଛି କୋରନାଲ୍ ଗର୍ତ୍ତ ଏବଂ ଏହା ପୃଥିବୀଠାରୁ କୋଡ଼ିଏ ଗୁଣ ବଡ଼ ଅଟେ। ଏପର୍ଯ୍ୟନ୍ତ ସୂର୍ଯ୍ୟରରେ ଏହା ହେଉଛି ଦ୍ୱିତୀୟ ବୃହତ୍ତମ ଗର୍ତ୍ତ। ବିଶେଷଜ୍ଞଙ୍କ ଅନୁଯାୟୀ ଏହି ଗର୍ତ୍ତରୁ ବାହାରୁଥିବା ପବନ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପୃଥିବୀ ପୃଷ୍ଠରେ ପହଞ୍ଚିପାରେ। ବୈଜ୍ଞାନିକମାନଙ୍କ କହିବା ଅନୁଯାୟୀ ଏହା ପୃଥିବୀର ଚୁମ୍ବକୀୟ କ୍ଷେତ୍ର, ଉପଗ୍ରହ ଓ ପ୍ରଯୁକ୍ତିବିଦ୍ୟା ଉପରେ ଅଧିକ ପ୍ରଭାବ ପକାଇବ।

ଯଦି ବୈଜ୍ଞାନିକମାନଙ୍କୁ କଥାକୁ ବିଶ୍ୱାସ କରାଯାଏ, ତେବେ ଆଗାମୀ ଚବିଶ ଘଣ୍ଟା ମଧ୍ୟରେ ପୃଥିବୀର ଅନେକ ସ୍ଥାନରେ ବିଦ୍ୟୁତ କାଟ ହୋଇପାରେ। ବିଶେଷଜ୍ଞମାନଙ୍କ ଦ୍ୱରା ଏପର୍ଯ୍ୟନ୍ତ ସୂର୍ଯ୍ୟରେ ଦୁଇଟି ଗର୍ତ୍ତର ସନ୍ଧାନ କରାଯାଇଛି । ଏହି ଦୁଇଟି ମଧ୍ୟରୁ ପ୍ରଥମେ ହୋଇଥିବା ଗର୍ତ୍ତର ଆକାର ପୃଥିବୀଠାରୁ ତିରିଶ ଗୁଣ ବଡ଼ ଅଟେ। ଏହି ପ୍ରଥମ ଗର୍ତ୍ତର ପ୍ରଭାବରେ ଆମେରିକାର ଆରିଜୋନାରେ ରାତିରେ ଆକାଶରେ ବାଇଗଣୀ ଓ ସବୁଜ ରଙ୍ଗର ଆଲୋକ ଦେଖିବାକୁ ମିଳିଥିଲା। ଏହି କାରଣରୁ ସୋଲାର G3 ସ୍ଟୋର୍ମ ଆସିଥିଲା। ଏହା ଦ୍ୱାରା କିଛି ମହାକାଶଯାନ କାର୍ଯ୍ୟ ପ୍ରଭାବିତ ହୋଇଥିଲା। ବର୍ତ୍ତମାନ ସୂର୍ଯ୍ୟରେ ମିଳିଥିବା ଏହି ଦ୍ୱିତୀୟ ଗର୍ତ୍ତ ପୃଥିବୀଠାରୁ କୋଡ଼ିଏ ଗୁଣ ଅଧିକ ବଡ଼।

ଏହି ଦୁଇଟି ଗର୍ତ୍ତକୁ ନାସାର ସୋଲାର ଡାଇନାମିକ୍ ଅବଜରଭେଟୋରୀଙ୍କ ଦ୍ୱାରା ସନ୍ଧାନ କରାଯାଇଛି । ସେମାନଙ୍କର କାମ ହେଉଛି ସୂର୍ଯ୍ୟ ବିଷୟରେ ଅଧ୍ୟୟନ କରିବା। ଏଠାରୁ ସୂର୍ଯ୍ୟର ଅଧିକାଂଶ କାର୍ଯ୍ୟକଳାପ ବିଷୟରେ ସୂଚନା ମିଳିଥାଏ। ଯେଉଁଠାରେ ଏହି ଗର୍ତ୍ତଗୁଡିକ ଦେଖିବାକୁ ମିଳି ଥାଏ, ସେଠାରେ ତାପମାତ୍ରା ସାମାନ୍ୟ କମ୍ ରହିଥାଏ। କିନ୍ତୁ ଦ୍ୱିତୀୟ ଗର୍ତ୍ତ ସୂର୍ଯ୍ୟର ଇକ୍ୟୁଏଟରରେ ଅଛି। ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି ଯେ ଏହି ସପ୍ତାହର ଶେଷ ସୁଦ୍ଧା ଏହି ଗର୍ତ୍ତର ପ୍ରଭାବ ପୃଥିବୀ ପୃଷ୍ଠ ଉପରେ ପଡିପାରେ। ଯଦି ସୂର୍ଯ୍ୟଙ୍କ ଉତପ୍ତ ପବନ ପୃଥିବୀ ପୃଷ୍ଠରେ ପଡିବ, ତେବେ ଏହାର ପ୍ରଭାବରେ ପୃଥିବୀ ପୃଷ୍ଠରେ ଅନେକ କ୍ଷତି ହୋଇପାରେ।

ସୂର୍ଯ୍ୟରେ ଛିଦ୍ର ହେଲେ କ’ଣ ହୁଏ ?

ବୈଜ୍ଞାନିକଙ୍କ (scientist) ଅନୁସାରେ, ସୂର୍ଯ୍ୟରେ ସୃଷ୍ଟି ଛିଦ୍ରରୁ କୋରୋନାଲ ମାସ୍ ଇଞ୍ଜେକ୍ସନ ହୋଇଥାଏ । ଅର୍ଥାତ୍ ସୂର୍ଯ୍ୟ ପୃଷ୍ଠରେ ଏକ ପ୍ରକାର ବିସ୍ଫୋରଣ (blast) ହୁଏ । ଯାହା ଫଳରେ ଅନ୍ତରୀକ୍ଷରେ ଏକ ଅରବ ଟନର ଚାର୍ଜ ହୋଇଥିବା କଣିକା ଘଣ୍ଟା ପ୍ରତି ଲକ୍ଷ ଲକ୍ଷ କିଲୋମିଟର ବେଗରେ ଗତି କରିଥାନ୍ତି । ଆଉ ଯେତେବେଳେ ଏହି କଣିକା ସବୁ ପୃଥିବୀରେ ସାଟେଲାଇଟ୍ ନେଟୱର୍କ, ସାଟେଲାଇଟ୍ ଟିଭି ସହ ମାଡ଼ ହୁଅନ୍ତି ତ ଯୋଗାଯୋଗ ଛିନ୍ନ ହୋଇଯାଏ । ଯେତେବେଳେ ସୂର୍ଯ୍ୟଙ୍କ ଗୋଟିଏ ପ୍ରାନ୍ତ ତୁଳନାରେ ଗରମ କମ୍ ହୁଏ ତ ସେଠି ଛିଦ୍ର ସୃଷ୍ଟି ହୋଇଥାଏ । ଏହା ଛୋଟ ବଡ଼ ହୋଇ କଳା ଓ ବାଦାମୀ ରଙ୍ଗର ହୋଇଥାଏ । ଆଉ ଏହି ଛିଦ୍ର କିଛି ଘଣ୍ଟା ଅବା କିଛି ସପ୍ତାହ ଧରି ଦେଖାଯାଏ । ସୂର୍ଯ୍ୟରେ ଦେଖା ଯାଉଥିବା ଏହି ଅଧିକ କଳା ଛିଦ୍ରକୁ ଅମ୍ବ୍ରା କୁହାଯାଉଥିବା ବେଳେ ବାହାର ଅଂଶକୁ ପେନ୍ ଅମ୍ବ୍ରା କୁହାଯାଏ । ତେବେ ଏବେ ସୂର୍ଯ୍ୟରେ ସୃଷ୍ଟି ଛିଦ୍ର ପରେ ମାଡ଼ି ଆସିବ ସୌର ଝଡ଼ ।

Published by:Soubhagya Mishra
First published: