ପାକିସ୍ତାନର ଏକ ମଦ୍ରାସାରେ ଭୟଙ୍କର ବିସ୍ଫୋରଣ; ୭ ଜଣଙ୍କର ମୃତ୍ୟୁ ସମେତ ୭୦ ଆହତ; ଅଧିକାଂଶ ଶିଶୁ

Peshawar blast: ପାକିସ୍ଥାନର ପେଶୱାରର ଏକ ମଦ୍ରାସା ଠାରେ ଭୟଙ୍କର ବିସ୍ଫୋରଣ ଯୋଗୁଁ ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଆହତମାନଙ୍କ ମଧ୍ୟରୁ ଅଧିକାଂଶ ଶିଶୁ ।

ପାକିସ୍ତାନର ଏକ ମଦ୍ରାସାରେ ଭୟଙ୍କର ବିସ୍ଫୋରଣ; ୭ ଜଣଙ୍କର ମୃତ୍ୟୁ ସମେତ ୭୦ ଆହତ; ଅଧିକାଂଶ ଶିଶୁ
ପାକିସ୍ତାନର ଏକ ମଦ୍ରାସାରେ ଭୟଙ୍କର ବିସ୍ଫୋରଣ
  • News18 Odia
  • Last Updated: October 27, 2020, 11:20 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ଇସଲାମାବାଦ: ପାକିସ୍ତାନର ପେଶୱାରରେ ଏକ ମଦ୍ରାସା ବିସ୍ଫୋରଣରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭୦ ରୁ ଅଧିକ ଆହତ ହୋଇଥିବା ଜଣାପଡିଛି । ଏହି ମଦ୍ରାସା ପେଶୱାରର ଦିଶ କଲୋନୀ (Peshawar's Dir Colony) ନିକଟରେ ଅବସ୍ଥିତ ବୋଲି କୁହାଯାଉଛି । ବିସ୍ଫୋରଣର କାରଣ କାରଣ କଣ ତାହା ଜାଣିବା ପାଇଁ ଅନୁସନ୍ଧାନ କରାଯାଉଛି । ଆହତମାନଙ୍କ ମଧ୍ୟରୁ ଅଧିକାଂଶ ଶିଶୁ ବୋଲି କୁହାଯାଉଛି ।

ଡନ୍‌ ମିଡ଼ିଆ ସହ କଥାବାର୍ତ୍ତା କରି ପେଶୱାରର ବରିଷ୍ଠ ପୋଲିସ ଅଧୀକ୍ଷକ ମସୁର ଅମାନ କହିଛନ୍ତି ଯେ ବିସ୍ଫୋରଣର କାରଣ ଜଣାପଡି ନାହିଁ କିନ୍ତୁ ପ୍ରାଥମିକ ଅନୁସନ୍ଧାନରେ ଏହାର ଗ୍ୟାସ ବିସ୍ଫୋରଣ ହେବାର କୌଣସି ପ୍ରମାଣ ମିଳି ନାହିଁ । ଆହତମାନଙ୍କୁ ଲେଡି ରିଡିଂ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଡାକ୍ତରଖାନା ମୁଖପାତ୍ର ମହମ୍ମଦ ଅସୀମ କହିଛନ୍ତି ଯେ ୭୦ ଜଣରୁ ଅଧିକ ଆହତଙ୍କୁ ଅଣାଯାଇଛି ଯେଉଁମାନଙ୍କ ମଧ୍ୟରେ ଅଧିକାଂଶ ଶିଶୁ । କିଛି ଶିଶୁଙ୍କ ଅବସ୍ଥା ମଧ୍ୟ ଗୁରୁତର ରହିଛି ।



ମସୁରଙ୍କ ଅନୁଯାୟୀ, ପ୍ରାରମ୍ଭିକ ଅନୁସନ୍ଧାନରେ ଏହା IED ବିସ୍ଫୋରଣ ପରି ଦେଖାଯାଉଛି ଯାହା ପ୍ରାୟ ୫ କିଲୋଗ୍ରାମ ବିସ୍ଫୋରକ ବ୍ୟବହାର କରି କରାଯାଇଛି । ବର୍ତ୍ତମାନ ପୋଲିସ ସମଗ୍ର ଅଞ୍ଚଳ ତଥା ମଦ୍ରାସାକୁ ଆସୁଥିବା ଲୋକଙ୍କୁ ପଚରାଉଚରା କରୁଛି । ପୋଲିସ କହିଛି ଯେ ଯେତେବେଳେ ଏହି ବିସ୍ଫୋରଣ ଘଟିଥିଲା ​​ସେତେବେଳେ ମଦ୍ରାସାଠାରେ ଶିଶୁମାନଙ୍କ କୁରାନ କ୍ଲାସ ଚାଲିଥିଲା । ଜଣେ ଅଜ୍ଞାତ ବ୍ୟକ୍ତି ମଦ୍ରାସାରେ ଏକ ବ୍ୟାଗ ରଖିଥିଲେ । ଆହତଙ୍କ ମଧ୍ୟରେ ଅନେକ ମଦ୍ରାସା ଶିକ୍ଷକ ମଧ୍ୟ ଅଛନ୍ତି ।
Published by: Jagdish Barik
First published: October 27, 2020, 11:09 AM IST
corona virus btn
corona virus btn
Loading