News18 Odia Digital
ନୂଆଦିଲ୍ଲୀ : ସମୁଦ୍ରରେ ବିଶାଳ ଗର୍ତ୍ତ । ଗର୍ତ୍ତ ପାଲଟିବ ବଡ଼ ଭୂମିକମ୍ପର କାରଣ । ଆମେରିକାର ଓରେଗନ୍ ଉପକୂଳର ମହାସମୁଦ୍ରରେ ଭୟଙ୍କର ଗର୍ତ୍ତ । ଏହାକୁ ନେଇ ସୃଷ୍ଟି ହୋଇଛି ବଡ଼ ଆଶଙ୍କା । ଏଥିଯୋଗୁଁ ଆସିପାରେ ବଡ଼ ଭୂମିକମ୍ପ । ଏନେଇ ସୂଚନା ଦେଇଛନ୍ତି ୱାଶିଂଟନ୍ ୟୁନିଭରସିଟିର ଏକ ଗବେଷକ ଦଳ।
ଗତ କିଛି ଦିନ ଧରି ଚଳାଇଥିବା ଗବେଷଣାରୁ ଏମାନେ ଜାଣିବାକୁ ପାଇଛନ୍ତି ଯେ, ପ୍ରଶାନ୍ତ ମହାସାଗରର ଉତ୍ତର-ପଶ୍ଚିମ ସମୁଦ୍ର ଚଟାଣରେ ଏକ ବିଶାଳ ଗର୍ତ୍ତ ଏବେ ବଡ଼ ବିପଦକୁ ଆହ୍ବାନ ଦେଇଛି । କାରଣ ଏହି ଗର୍ତ୍ତରୁ ଲଗାତର ବାହାରୁଛି ଗରମ ତରଳ ପଦାର୍ଥ । ଏଥିରୁ ମିଥେନ ବବୁଲ ବା ପାଣି ଫୋଟକା ଭଳି ଜିନିଷ ଲଗାତର ବାହାରିବାରେ ଲାଗିଛି ।
ପଢନ୍ତୁ ଏହି ଖବର :
୧୨ ଭଉଣୀଙ୍କର ଗୋଟିଏ ଭାଇ; ଗର୍ଭଧାରଣ ପାଇଁ ପସନ୍ଦ କରୁଥିଲେ ତାଙ୍କ ମାଆସାମୁଦ୍ରିକ ଭୂବିଜ୍ଞାନ ବିଶେଷଜ୍ଞ ମାନେ କହିଛନ୍ତି, ପୂର୍ବରୁ ଏମିତି କେବେ କେବେ ସେମାନେ ଦେଖିନାହାଁନ୍ତି। ଆହୁରି ମଧ୍ୟ ଏହି ଲିକେଜ୍ ବା ଗର୍ତ୍ତ ଭୂକମ୍ପ ପାଇଁ ଏକ ଭଲ ସଙ୍କେତ ହୋଇ ନ ପାରେ । କାରଣ ଏଥିରୁ ଟେକ୍ଟୋନିକ ଲୁବ୍ରିକାଣ୍ଟ ଉତ୍ପନ୍ନ ହୋଇଥାଇପାରେ । ଅର୍ଥାତ୍ ଦୁଇ ଟେକ୍ଟୋନିକ ପ୍ଲେଟ୍ ମଧ୍ୟରେ ବଡ଼ ଖାଇ ଥିବା କଥା ସ୍ପଷ୍ଟ ହୋଇଛି ।
ପଢନ୍ତୁ ଏହି ଖବର :
BSNL ଆଣିଲା ଦମ୍ଦାର ପ୍ଲାନ୍; ୧୦୭ ଟଙ୍କାରେ ୮୪ ଦିନର ଭ୍ୟାଲିଡିଟିସେହିପରି ବାହାରୁଥିବା ତରଳ ପଦାର୍ଥ ଓ ସାମୁଦ୍ରିକ ତରଳ ପଦାର୍ଥ ମଧ୍ୟରେ ତାପମାତ୍ରାରେ ବଡ଼ ତାରତମ୍ୟ ରହିଛି । ଏପରି ଘଟଣା ପ୍ରାୟ ୧ କିଲୋମିଟରରୁ ଅଧିକ ଦୀର୍ଘ ଅଞ୍ଚଳରେ ଦେଖିବାକୁ ମିଳୁଛି । ମହାସମୁଦ୍ରର ନିମ୍ନ ଭାଗରେ ଥିବା ଏହି ଗର୍ତ୍ତ ଯୋଗୁଁ ପ୍ରଶାନ୍ତ ଉତ୍ତର-ପଶ୍ଚିମ ଦିଗରେ ବଡ଼ ଭୂମିକମ୍ପ ହୋଇପାରେ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।