ଗୁପଚୁପ୍ ବିକ୍ରେତାଙ୍କ ଘରେ ଜନ୍ମ ହେଲା ଝିଅ; ମାଗଣାରେ ଖାଇବାକୁ ଦେଲେ ୪ ହଜାର ଗୁପଚୁପ୍

ଜଣେ ଗୁପଚୂପ ବିକ୍ରେତାଙ୍କର ଘରେ ଜନ୍ମ ହେଲା ଝିଅ । ଏଥିରେ ଖୁସି ହୋଇ ସେ ମାଗଣାରେ ୪ହଜାର ଗୁପଚୁପ ଖାଇବାକୁ ଦେଲେ । ଏଥିପାଇଁ ସେ ମାଗଣାରେ ଗୁପଚୁପ୍ ଖାଇବାର ଏକ ପୋଷ୍ଟର ଲଗାଇଥିଲେ।

ଗୁପଚୁପ୍ ବିକ୍ରେତାଙ୍କ ଘରେ ଜନ୍ମ ହେଲା ଝିଅ; ମାଗଣାରେ ଖାଇବାକୁ ଦେଲେ ୪ ହଜାର ଗୁପଚୁପ୍

ଗୁପଚୁପ୍ ବିକ୍ରେତାଙ୍କ ଘରେ ଜନ୍ମ ହେଲା ଝିଅ; ମାଗଣାରେ ଖାଇବାକୁ ଦେଲେ ୪ ହଜାର ଗୁପଚୁପ୍

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ନୂଆଦିଲ୍ଲୀ; ମଧ୍ୟପ୍ରଦେଶର ଛିଣ୍ଡୱାଡ଼ା ଠାରେ ଜଣେ ଗୁପଚୂପ ବିକ୍ରେତାଙ୍କର ଘରେ ଜନ୍ମ ହେଲା ଝିଅ । ଏଥିରେ ଖୁସି ହୋଇ ସେ ମାଗଣାରେ ୪୦୦୦ ଗୁପଚୁପ ଖାଇବାକୁ ଦେଲେ । ଏଥିପାଇଁ ସେ ମାଗଣାରେ ଗୁପଚୁପ୍ ଖାଇବାର ଏକ ପୋଷ୍ଟର ଲଗାଇଥିଲେ। ଏହା ଦେଖି ହଜାର ହଜାର ଲୋକ ଏକତ୍ରିତ ହେଲେ । ଏଥିରେ ବୃଦ୍ଧମାନଙ୍କଠାରୁ ପିଲାମାନେ ସମସ୍ତେ ଅନ୍ତର୍ଭୁକ୍ତ ଥିଲେ ।

ବାସ୍ତବରେ, ଛିଣ୍ଡୱାଡ଼ାର ବାସିନ୍ଦା ସଞ୍ଜିତ ଚନ୍ଦ୍ରବଂଶୀ ପ୍ରତିଦିନ ପୋଲା ଗ୍ରାଉଣ୍ଡ ନିକଟରେ ଗୁପଚୁପ୍ ଠେଲା ଲଗାନ୍ତି । ସେ ଦୈନିକ ପ୍ରାୟ ଦୁଇ ହଜାର ଗୁପଚୁପ୍ ବିକ୍ରି କରନ୍ତି । କିନ୍ତୁ, ଝିଅଟିଏ ହେବା ଖୁସିରେ ସଞ୍ଜିତ ୪୦୦୦ ଲୋକଙ୍କୁ ମାଗଣାରେ ଗୁପଚୁପ ଖାଇବାକୁ ଦେଇ ଭିନ୍ନ ଢ଼ଙ୍ଗରେ ନିଜର ଖୁସି ପାଳନ କରିଛନ୍ତି ।

ଗୁପଚୁପ ବିକ୍ରି କରୁଥିବା ସଞ୍ଜିତ ଚନ୍ଦ୍ରବଂଶୀ କହିଛନ୍ତି ଯେ, ସେ ତିନି ଭାଇ । କିନ୍ତୁ, ଗତ ୧୦ ବର୍ଷ ଧରି ଘରେ କାହାର ଝିଅ ଟିଏ ହୋଇନଥିଲା । ବର୍ତ୍ତମାନ ତାଙ୍କ ପତ୍ନୀ ଶିଶୁ କନ୍ୟା ଜନ୍ମ ଦେଇଛନ୍ତି । ଏହା ପରେ ଝିଅ ହେବା ଖୁସିରେ, ମୁଁ ଲୋକଙ୍କୁ ମାଗଣା ଗୁପଚୁପ ଖାଇବାକୁ ଦେଲି ।

ଗୁପଚୁପ ଖାଇବାକୁ ଆସିଥିବା ଛାତ୍ରୀ ଆରତୀ ସାହୁ କହିଛନ୍ତି, ଆଜିର ଦିନରେ ଝିଅମାନେ ଏକ ଭାର ବୋଲି ବିବେଚନା କରାଯାଏ । ଏହି ଭାଇ ଖୁସି ହୋଇ ମାଗଣାରେ ଗୁପଚୁପ୍ ଖାଇବାକୁ ଦେଉଛନ୍ତି । ଏହା ଅତ୍ୟନ୍ତ ଗର୍ବର ବିଷୟ । ଏହା ଲୋକଙ୍କ ମନରେ ଝିଅ ପ୍ରତି ସମ୍ମାନ ବୃଦ୍ଧି କରିବ । ଯାହାହେଉ, ଗୁପଚୁପ ଖାଉଥିବା ଲୋକମାନେ ପ୍ରାର୍ଥନା କରିବେ ଯେ ଘରେ ଏପରି ସୁଖ ଆସୁଥାଉ ଓ ସେମାନେ ମାଗଣାରେ ଗୁପଚୁପ ଖାଇବାକୁ ସୁଯୋଗ ପାଇବେ ।
Published by:Soubhagya Mishra
First published: