ଅନ୍ତିମ ସଂସ୍କାର ପାଇଁ ଶେଷ ସ୍ନାନ ବେଳେ ଉଠି ପଡ଼ିଲା ଶବ; ସବୁ ତାଟକା !

ମଲା ଲୋକ ବଞ୍ଚିଗଲା !

ମଲା ଲୋକ ବଞ୍ଚିଗଲା !

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଉତ୍ତାରଖଣ୍ତ : ଉତ୍ତାରଖଣ୍ତର ହରିଦ୍ୱାର ଜିଲ୍ଲାରେ ଏକ ଅଜବ ଗଜବ ମାମଲା ସାମ୍ନାକୁ ଆସିଛି । କର୍କଟ ରୋଗ ସହ ଦିର୍ଘ ଦିନ ଧରି ସଂଗ୍ରାମ କରୁଥିବା ଜଣେ ବ୍ୟକ୍ତି ମୃତ୍ୟୁ ବରଣ କରିଥିଲେ । ପରେ ତାଙ୍କର ଶେଷ ରୀତିନୀତି ପାଇଁ ମଧ୍ୟ ସମ୍ପର୍କୀୟମାନେ ପ୍ରସ୍ତୁତ ହେଉଥିଲେ । ମୃତଦେହକୁ କୋକେଇ ଉପରେ ମଧ୍ୟ ରଖାଯାଇଥିଲା । ଶେଷ ସ୍ନାନ କରିବା ସମୟରେ ମୃତ ବ୍ୟକ୍ତି ଜୀବନ୍ତ ହୋଇ ଉଠିଥିଲେ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ତାଙ୍କୁ ଜୀବନ୍ତ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । ତାଙ୍କୁ ଶୀଘ୍ର ଡାକ୍ତରଖାନା ମଧ୍ୟ ନେଇ ଯାଇଥିଲା । କିନ୍ତୁ ଡାକ୍ତରଖାନାରେ ପହଞ୍ଚିବା ବେଳେ ସେ ପୁନର୍ବାର ମୃତ୍ୟୁ ବରଣ କରିଥିଲେ ଓ ଡାକ୍ତର ମଧ୍ୟ ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ ।

ଏହି ଘଟଣାଟି ହେଉଛି ରୁର୍କିର ଜାବ୍ରେଡା ସହରର । ଦୀପକ କୁମାର (୫୮) ଦୀର୍ଘ ସମୟ ଧରି କର୍କଟ ରୋଗ ସହ ଲଢୁଥିଲେ । ସୋମବାର ସକାଳେ ଦୀପକଙ୍କର ସ୍ୱାସ୍ଥ୍ୟ ହଠାତ୍ ବହୁତ ଖରାପ ହୋଇଯାଇଥିଲା । ସମ୍ପର୍କୀୟମାନେ ତାଙ୍କୁ ଡାକ୍ତରଖାନା ନେବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କର ମୃତ୍ୟୁ ଯୋଗୁଁ ପରିବାର ଲୋକ ମଧ୍ୟ ସ୍ତବ୍ଦ ହୋଇଯାଇଥିଲେ । ପରେ ପରିବାର ଲୋକ ଦୀପକଙ୍କର ଶେଷ ଦର୍ଶନ ପାଇଁ ସମ୍ପର୍କୀୟମାନଙ୍କୁ ଡାକି ଥିଲେ ।

ପରେ ମୃତଦେହକୁ ଶବଦାହକୁ ନେବା ପାଇଁ ପ୍ରସ୍ତୁତି ଚାଲିଥିଲା । ଶେଷ ସ୍ନାନ ମୃତଦେହକୁ ଦିଆଯାଉଥିବା ବେଳେ ହଠାତ୍‌ ଦୀପକ ଉଠି ଯାଇଥିଲେ ଓ ଲୋକମାନଙ୍କୁ ଏହା କରୁଥିବା ଦେଖି ସେ କହି ଥିଲେ ତୁମେ ଏସବୁ କରୁଛ । ଏହି ଦୃଶ୍ୟ ଦେଖି ସେଠାରେ ଉପସ୍ଥିତ ଥିବା ଲୋକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ତରବରିଆ ଭାବେ ଦୀପକଙ୍କୁ ଡାକ୍ତରଖାନାକୁ ନେଇ ଯାଇଥିଲା, ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ ।

ପଢନ୍ତୁ ପୂରା ଖବର : http://ଏକା ସାଙ୍ଗରେ ପୂଜା ପାଉଛନ୍ତି ଭଗବାନ ଶିବ ଓ ହନୁମାନ: ଜାଣନ୍ତୁ ପ୍ରଭୁଙ୍କ ମାହାତ୍ମ୍ୟ

ଏହା ପରେ ସମ୍ପର୍କୀୟମାନେ ମୃତଦେହ ନେଇ ଗାଁରେ ପହଞ୍ଚିଥିଲେ, ତା’ପରେ ଗ୍ରାମବାସୀ ମାନଙ୍କର ଭିଡ଼ ଜମି ଯାଇଥିଲା । ଅପରାହ୍ନରେ ଶବ ବ୍ୟବଚ୍ଛେଦ କରାଯାଇ ଥିଲା ପରେ ଶବ । ଏହି ଅଜବ ଘଟଣା ଜବ୍ରେଡା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।
Published by:Sujit Swain
First published: