ମା’ ଦେଖ୍, ମୁଁ ଶିକାର କରିଛି! ହରିଣର ବେକକୁ ଧରିଥିବା ଚିତା ବାଘ ଛୁଆର VIDEO ଭାଇରାଲ୍ ହେଲା

ଚିତା ବାଘ ଛୁଆଟି ହରିଣଟିକୁ ଶିକାର କରି ବଡ଼ ଆରାମ ଓ ଧୈର୍ଯ୍ୟର ସହ ତାକୁ ଧରି ରଖିଛି, କିନ୍ତୁ ସେ ଏ କଥାର ବି ଧ୍ୟାନ ଦେଉଛି ଯେ ତା’ ଶିକାର ଯେମିତି ତା’ ହାତରୁ ଖସି ନ ଯିବ । ବିଚରା ହରିଣ ଶାନ୍ତ ଭାବରେ ପ୍ରତୀକ୍ଷା କରିଛି ନିଜ ଆସନ୍ନ ମୃତ୍ୟୁକୁ ।

ମା’ ଦେଖ୍, ମୁଁ ଶିକାର କରିଛି! ହରିଣର ବେକକୁ ଧରିଥିବା ଚିତା ବାଘ ଛୁଆର VIDEO ଭାଇରାଲ୍ ହେଲା
ଚିତା ବାଘ ଛୁଆ ହରିଣ ସହିତ ଠିଆ ହୋଇଛି ।
  • News18 Odia
  • Last Updated: December 20, 2020, 5:34 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ବାଇ: ବନ୍ୟ ପ୍ରାଣୀ ଶିକାରର ଅନେକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି, କିନ୍ତୁ ପର୍ଯ୍ୟଟକଙ୍କ ପାଇଁ ଶିକାରର ଏକ ଲାଇଭ୍ ଦୃଶ୍ୟ ଅତାବ ରୋମାଞ୍ଚକର ଅନୁଭୁତି ଆଣିଥିଲା । ଜଙ୍ଗଲ ମଝିରେ ଯାଇଥିବା ଏକ ରାସ୍ତା ଉପରେ ହରିଣକୁ ଦେଖି ଖୁସି ହେଉଥିବା ପର୍ଯ୍ୟଟକମାନେ ସେହି ହରିଣର ଶିକାର ହେବା ଦେଖିଛନ୍ତି । ଏହି ବିରଳ ଶିକାର ଘଟଣାରେ ଶିକାର କରିଥିବା ଚିତା ବାଘ ଛୁଆଟି ହରିଣର ବେକକୁ ଧରି ନିଜ ମା’ର ଆସିବା ପର୍ଯ୍ୟନ୍ତ ଖୁସି ଓ ଗର୍ବରେ ଅପେକ୍ଷା କରିଥିବା ଦେଖିବାକୁ ପାଇଛନ୍ତି ପର୍ଯ୍ୟଟକମାନେ ।

ଏହି ଭିଡିଓ ସୋସିଆଲ ମିଡ଼ିଆରେ ଆଲୋଚନାର ବିଷୟ ହୋଇଛି । ଚିତା ବାଘ ଛୁଆ ବି ନିଜ ଶିକାର କୌଶଳରେ ପାରଙ୍ଗମତାକୁ ନିଜ ପିତାମାତାଙ୍କ ଆଗରେ ପ୍ରଦର୍ଶନ କରି ଖୁସି ହେଉଥିବା ଘଟଣା ଏହି ଭିଡିଓରୁ ଜଣାପଡ଼ୁଛି ।

ଏହା ବି ପଢ଼ନ୍ତୁ | ଭଲ ଖବର: ୨୩ ତାରିଖ ବୁଧବାର ଠାରୁ ଖୋଲିବ ପୁରୀ ଶ୍ରୀମନ୍ଦିର, ଘୋଷଣା କଲେ ପୁରୀ ଜିଲ୍ଲାପାଳ

ଏହି ଭାଇରାଲ୍‌ ଭିଡିଓରେ ଦେଖାଯାଉଛି ଯେ ଚିତା ବାଘ ଛୁଆଟି ହରିଣଟିକୁ ଶିକାର କରି ବଡ଼ ଆରାମ ଓ ଧୈର୍ଯ୍ୟର ସହ ତାକୁ ଧରି ରଖିଛି, କିନ୍ତୁ ସେ ଏ କଥାର ବି ଧ୍ୟାନ ଦେଉଛି ଯେ ତା’ ଶିକାର ଯେମିତି ତା’ ହାତରୁ ଖସି ନ ଯିବ । ବିଚରା ହରିଣଟି ନିଜ ଜୀବନ ବଞ୍ଚାଇବାକୁ ସଙ୍ଘର୍ଷ କରିବା ପରେ ବଫଳ ହୋଇ ବଡ଼ ଶାନ୍ତ ଭାବରେ ପ୍ରତୀକ୍ଷା କରିଛି ନିଜ ଆସନ୍ନ ମୃତ୍ୟୁକୁ ।

ଦେଖନ୍ତୁ ଭିଡିଓ:



ଆଇଏଫଏସ୍ ଅଧିକାରୀ ଗୌରବ ଶର୍ମା ଏହି ଭିଡିଓଟି ସେୟାର କରିଛନ୍ତି । ଏହି ଭିଡିଓରେ ଗୋଟିଏ ଚିତା ବାଘ ଛୁଆ ଗୋଟିଏ ହରିଣକୁ ଶିକାର କରିବା ପରେ ତାକୁ ଧରି ଏକ ପ୍ରକାର ଖେଳୁଥିବା ଦେଖାଯାଇଛି । ସେ ନିଜ ମାଆର ଆସିବାକୁ ଅପେକ୍ଷା କରିଛି । ଶେଷରେ ଏହି ଆଦିମ ଓ ବନ୍ୟ ଖେଳ ସମାପ୍ତ ହେଉଛି, ଆଉ ଚିତା ବାଘ ଛୁଆର ମା’ ପହଞ୍ଚିବା ମାତ୍ରେ ଶିଶୁ ଚିତା ବାଘଟି ହରିଣଟିକୁ ବେକ ପାଖରୁ ଧରି ନିଜ ମାଆ ପାଖକୁ ନେଇଯାଉଛି ।

ଏହା ବି ପଢ଼ନ୍ତୁ | ଥର ଓଡ଼ିଶାରେ ବିଳମ୍ବରେ ହେବ ମାଟ୍ରିକ ଦ୍ବାଦଶ ଶ୍ରେଣୀ ବୋର୍ଡ଼ ପରୀକ୍ଷା; ପୂର୍ବ ଭଳି ଅଫଲାଇନରେ ହେବ

‘‘ଏହା ସର୍ବୋତ୍ତମ ବନ୍ୟଜନ୍ତୁ ଭିଡିଓ । ଗୋଟିଏ ଛୁଆ ଚିତା ବାଘ ଏକ ହରିଣକୁ ଧରିବା ପରେ ତାକୁ ହତ୍ୟା ନ କରି ନିଜ ମା’ର ଆସିବାକୁ ଅପେକ୍ଷା କରିଛି । ହରିଣଟି ଅତ୍ୟଧିକ ଯନ୍ତ୍ରଣା ଭୋଗୁଛି ଓ ନିଜ ମୃତ୍ୟୁକୁ ଅପେକ୍ଷା କରିଛି । ହରିଣଟି ଜାଣି ସାରିଛି ଯେ ଦୁନିଆର ଦ୍ରୁତତମ ସ୍ତନ୍ୟପାୟୀ ପ୍ରାଣୀ ହାତରେ ଧରାପଡ଼ିବା ପରେ ଖସି ଯିବାର ଆଉ କୌଣସି ଉପାୟ ନାହିଁ,’’ ଏହି ଭିଡିଓର କ୍ୟାପସନରେ ଲେଖିଛନ୍ତି ଆଇଏଫଏସ୍ ଅଧିକାରୀ ଗୌରବ ଶର୍ମା ।

ଏହା ବି ପଢ଼ନ୍ତୁ | ଜେଲକୁ ଯିବା ବେଳେ ଲଗାତର ହସୁଥିଲେ BJD MLA ପ୍ରଦୀପ ପାଣିଗ୍ରାହୀ; ୧୪ ଦିନ ଜେଲରେ ରହିବେ

ଏହି ଭିଡିଓକୁ ଏ ପର୍ଯ୍ୟନ୍ତ ୨୨,୦୦୦ରୁ ଅଧିକ ଲୋକ ଦେଖି ସାରିଛନ୍ତି ଓ ଏହି ସଂଖ୍ୟା କ୍ରମାଗତ ଭାବେ ବଢ଼ି ଚାଲିଛି । ଲୋକେ ଏହି ଭିଡିଓ ଦେଖି ଅନେକ କମେଣ୍ଟ ଦେଉଛନ୍ତି ।



ଜଣେ ଲେଖିଛନ୍ତି, ‘‘ଓଃ, କେତେ କଷ୍ଟଦାୟକ! କି ଭୟଙ୍କର ପରିସ୍ଥିତି!’’ ଆଉ ଜଣେ ଲେଖିଛନ୍ତି, ‘‘ଏହା ଏକ ଅତି ପ୍ରାକୃତିକ ଘଟଣା, କିନ୍ତୁ ଏହା ଆମ ପାଇଁ ଏକ ହୃଦୟବିଦାରକ ଦୃଶ୍ୟ ।’’
Published by: Anand Shankar Thankur Das
First published: December 20, 2020, 5:34 PM IST
corona virus btn
corona virus btn
Loading