News18 Odia Digital
ମୁମ୍ବାଇ: ବନ୍ୟ ପ୍ରାଣୀ ଶିକାରର ଅନେକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି, କିନ୍ତୁ ପର୍ଯ୍ୟଟକଙ୍କ ପାଇଁ ଶିକାରର ଏକ ଲାଇଭ୍ ଦୃଶ୍ୟ ଅତୀବ ରୋମାଞ୍ଚକର ଅନୁଭୁତି ଆଣିଥିଲା । ଜଙ୍ଗଲ ମଝିରେ ଯାଇଥିବା ଏକ ରାସ୍ତା ଉପରେ ହରିଣକୁ ଦେଖି ଖୁସି ହେଉଥିବା ପର୍ଯ୍ୟଟକମାନେ ସେହି ହରିଣର ଶିକାର ହେବା ଦେଖିଛନ୍ତି । ଏହି ବିରଳ ଶିକାର ଘଟଣାରେ ଶିକାର କରିଥିବା ଚିତା ବାଘ ଛୁଆଟି ହରିଣର ବେକକୁ ଧରି ନିଜ ମା’ର ଆସିବା ପର୍ଯ୍ୟନ୍ତ ଖୁସି ଓ ଗର୍ବରେ ଅପେକ୍ଷା କରିଥିବା ଦେଖିବାକୁ ପାଇଛନ୍ତି ପର୍ଯ୍ୟଟକମାନେ ।
ଏହି ଭିଡିଓ ସୋସିଆଲ ମିଡ଼ିଆରେ ଆଲୋଚନାର ବିଷୟ ହୋଇଛି । ଚିତା ବାଘ ଛୁଆ ବି ନିଜ ଶିକାର କୌଶଳରେ ପାରଙ୍ଗମତାକୁ ନିଜ ପିତାମାତାଙ୍କ ଆଗରେ ପ୍ରଦର୍ଶନ କରି ଖୁସି ହେଉଥିବା ଘଟଣା ଏହି ଭିଡିଓରୁ ଜଣାପଡ଼ୁଛି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ହୋଲିରେ ଭୁବନେଶ୍ୱରରେ ମହିଳାଙ୍କ ଅଭାବନୀୟ କାଣ୍ଡ: ବ୍ଲେଡରେ ହାତ କାଟି ଆତ୍ମହତ୍ୟା ଉଦ୍ୟମ କଲେଏହି ଭାଇରାଲ୍ ଭିଡିଓରେ ଦେଖାଯାଉଛି ଯେ ଚିତା ବାଘ ଛୁଆଟି ହରିଣଟିକୁ ଶିକାର କରି ବଡ଼ ଆରାମ ଓ ଧୈର୍ଯ୍ୟର ସହ ତାକୁ ଧରି ରଖିଛି, କିନ୍ତୁ ସେ ଏ କଥାର ବି ଧ୍ୟାନ ଦେଉଛି ଯେ ତା’ ଶିକାର ଯେମିତି ତା’ ହାତରୁ ଖସି ନ ଯିବ । ବିଚରା ହରିଣଟି ନିଜ ଜୀବନ ବଞ୍ଚାଇବାକୁ ସଙ୍ଘର୍ଷ କରିବା ପରେ ବଫଳ ହୋଇ ବଡ଼ ଶାନ୍ତ ଭାବରେ ପ୍ରତୀକ୍ଷା କରିଛି ନିଜ ଆସନ୍ନ ମୃତ୍ୟୁକୁ ।
ଦେଖନ୍ତୁ ଭିଡିଓ:
ଆଇଏଫଏସ୍ ଅଧିକାରୀ ଗୌରବ ଶର୍ମା ଏହି ଭିଡିଓଟି ସେୟାର କରିଛନ୍ତି । ଏହି ଭିଡିଓରେ ଗୋଟିଏ ଚିତା ବାଘ ଛୁଆ ଗୋଟିଏ ହରିଣକୁ ଶିକାର କରିବା ପରେ ତାକୁ ଧରି ଏକ ପ୍ରକାର ଖେଳୁଥିବା ଦେଖାଯାଇଛି । ସେ ନିଜ ମାଆର ଆସିବାକୁ ଅପେକ୍ଷା କରିଛି । ଶେଷରେ ଏହି ଆଦିମ ଓ ବନ୍ୟ ଖେଳ ସମାପ୍ତ ହେଉଛି, ଆଉ ଚିତା ବାଘ ଛୁଆର ମା’ ପହଞ୍ଚିବା ମାତ୍ରେ ଶିଶୁ ଚିତା ବାଘଟି ହରିଣଟିକୁ ବେକ ପାଖରୁ ଧରି ନିଜ ମାଆ ପାଖକୁ ନେଇଯାଉଛି ।
ଏହା ବି ପଢ଼ନ୍ତୁ | ଭୁବନେଶ୍ବରରେ ୩ ପିଲାଙ୍କୁ ବିଷ ଦେଇ ଆତ୍ମହତ୍ୟା ଉଦ୍ୟମ କଲା ମାଆ; ଦୁଇ ଶିଶୁଙ୍କ ମୃତ୍ୟୁ ହେଲା‘‘ଏହା ସର୍ବୋତ୍ତମ ବନ୍ୟଜନ୍ତୁ ଭିଡିଓ । ଗୋଟିଏ ଛୁଆ ଚିତା ବାଘ ଏକ ହରିଣକୁ ଧରିବା ପରେ ତାକୁ ହତ୍ୟା ନ କରି ନିଜ ମା’ର ଆସିବାକୁ ଅପେକ୍ଷା କରିଛି । ହରିଣଟି ଅତ୍ୟଧିକ ଯନ୍ତ୍ରଣା ଭୋଗୁଛି ଓ ନିଜ ମୃତ୍ୟୁକୁ ଅପେକ୍ଷା କରିଛି । ହରିଣଟି ଜାଣି ସାରିଛି ଯେ ଦୁନିଆର ଦ୍ରୁତତମ ସ୍ତନ୍ୟପାୟୀ ପ୍ରାଣୀ ହାତରେ ଧରାପଡ଼ିବା ପରେ ଖସି ଯିବାର ଆଉ କୌଣସି ଉପାୟ ନାହିଁ,’’ ଏହି ଭିଡିଓର କ୍ୟାପସନରେ ଲେଖିଛନ୍ତି ଆଇଏଫଏସ୍ ଅଧିକାରୀ ଗୌରବ ଶର୍ମା ।
ଏହା ବି ପଢ଼ନ୍ତୁ | ଓଡ଼ିଶାରେ ଦିନକୁ ୩୬୭ଟି ଅପରାଧ ଘଟୁଛି; ସେଥିରୁ ୮ଟି ଦୁଷ୍କର୍ମ, ୪ଟି ହତ୍ୟା: ଗୃହ ବିଭାଗର ଶ୍ବେତପତ୍ରଏହି ଭିଡିଓକୁ ଏ ପର୍ଯ୍ୟନ୍ତ ୨୨,୦୦୦ରୁ ଅଧିକ ଲୋକ ଦେଖି ସାରିଛନ୍ତି ଓ ଏହି ସଂଖ୍ୟା କ୍ରମାଗତ ଭାବେ ବଢ଼ି ଚାଲିଛି । ଲୋକେ ଏହି ଭିଡିଓ ଦେଖି ଅନେକ କମେଣ୍ଟ ଦେଉଛନ୍ତି ।
ଜଣେ ଲେଖିଛନ୍ତି, ‘‘ଓଃ, କେତେ କଷ୍ଟଦାୟକ! କି ଭୟଙ୍କର ପରିସ୍ଥିତି!’’ ଆଉ ଜଣେ ଲେଖିଛନ୍ତି, ‘‘ଏହା ଏକ ଅତି ପ୍ରାକୃତିକ ଘଟଣା, କିନ୍ତୁ ଏହା ଆମ ପାଇଁ ଏକ ହୃଦୟବିଦାରକ ଦୃଶ୍ୟ ।’’
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।