News 18 Odia Digital
ଉତ୍ତର ପ୍ରଦେଶ : ଜଣେ ସୁରକ୍ଷା କର୍ମୀଙ୍କୁ ଅସଦାଚରଣ କରିବା ସହ ସେ ରହୁଥିବା ସେକ୍ଟର ୧୨୯ ର ଘରେ ଦୁର୍ବ୍ୟବହାର କରିଥିବା ଅଭିଯୋଗରେ ଜଣେ ମହିଳାଙ୍କୁ ଗିରଫ କରିଛି ନୋଏଡା ପୋଲିସ ।
ମହିଳା ଭବୟ ରୟ ଏକ ପ୍ରତିଷ୍ଠିତ ଆଇନ ସଂସ୍ଥା ସହିତ କାର୍ଯ୍ୟ କରୁଥିବା ଜଣେ ଓକିଲ । ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓ କ୍ଲିପ୍ରେ ସେ ଶନିବାର ଦିନ ଘର ଫାଟକ ନିକଟରେ ଥିବା ଜଣେ ସୁରକ୍ଷା କର୍ମୀଙ୍କ ସହ ପାଟିତୁଣ୍ଡ କରି ତାଙ୍କୁ ଅଶାଳୀନ ଭାଷାରେ ଗାଳିଗୁଲଜ କରୁଥିବାର ଦେଖିବାକୁ ମିଳିଥିଲା ।
ଏହି ଘଟଣା ପରେ ସୁରକ୍ଷା କର୍ମୀ ଅନୁପ କୁମାର ସେକ୍ଟର ୧୨୬ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ । ନୋଏଡା ପୋଲିସ ଏକ ବିବୃତ୍ତିରେ କହିଛି ଯେ, "ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ ସେକ୍ଟର ୧୨୬ ପୋଲିସ ଷ୍ଟେସନ ଅଧୀନରେ ଥିବା ଜୟପି ଗ୍ରୀନ୍ସ ୱିଷ୍ଟଟାଉନ ସୋସାଇଟିରେ ଜଣେ ମହିଳା ସୁରକ୍ଷା କର୍ମୀଙ୍କ ସହ ଅଶ୍ଳୀଳ ବ୍ୟବହାର କରୁଥିବା ଦେଖିବାକୁ ମିଳିଥିଲା । ସେକ୍ଟର ୧୨୬ ପୋଲିସ ଆଇପିସି ଧାରା ୧୫୪ଏ (154A) ଆଧାରରେ ମାମଲା ରୁଜୁ କରି ଦୁର୍ବ୍ୟବହାର କରିଥିବା ମହିଳାଙ୍କୁ ପୋଲିସ ହେପାଜତକୁ ନେଇଛି ଏବଂ ଅଧିକ ତଦନ୍ତ ଚାଲିଛି। ”
ତାଙ୍କ ଅଭିଯୋଗରେ କୁମାର କହିଛନ୍ତି ଯେ ରାତି ପ୍ରାୟ ୫.୪୫ ସମୟରେ ଏହି ଘଟଣା ଘଟିଛି । ଅଭିଯୋଗକାରୀ ଦର୍ଶାଇଛନ୍ତି ଯେ ରୟ ତାଙ୍କ କାରରେ ପହଞ୍ଚିବା ପରେ ସେ ଡ୍ୟୁଟିରେ ଥିଲେ । ସେ ଅଭିଯୋଗ କରିଛନ୍ତି ଯେ ସେ ଗେଟ୍ ଖୋଲିବାକୁ ଉଠିବା ପରେ ତାଙ୍କୁ ଦୁର୍ବ୍ୟବହାର କରିବା ଆରମ୍ଭ କରିଥିଲେ । ଅଭିଯୋଗରେ ଦର୍ଶାଇଛନ୍ତି ଯେ ସେ ସମସ୍ତଙ୍କ ସାମ୍ନାରେ ମୋତେ ଆକ୍ରମଣ କରିଥିଲେ, ମୋତେ ଅପମାନିତ କରି ହତ୍ୟା କରିବେ ବୋଲି ଧମକ ଦେଇଥିଲେ। ତାଙ୍କ ଅଭିଯୋଗ ଅନୁଯାୟୀ, “ମୁଁ ଏବଂ ମୋର ସହକର୍ମୀମାନେ ତାଙ୍କୁ ଅନେକ ଥର ଅଟକାଇବାକୁ ଚେଷ୍ଟା କରିଥିଲୁ, କିନ୍ତୁ ସେ ଶୁଣିଲେ ନାହିଁ ଏବଂ ମୋତେ ଅପମାନିତ କଲେ ଏହାସହ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ପାଇଁ ଅପମାନ ଓ ଗାଳିଗୁଲଜ ମଧ୍ୟ କଲେ।”
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।