News 18 Odia Digital
ନୂଆଦିଲ୍ଲୀ; ୟୁପିର ଗୋରଖପୁରରେ ଏକ ୧୨ ମାସର ବାଛୁରୀ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ବାଛୁରୀ ଛୁଆ ଜନ୍ମ ନକରି ମଧ୍ୟ କ୍ଷୀର ଦେଉଛି । ଏହି ଘଟଣା ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ବହୁ ସଂଖ୍ୟାରେ ଲୋକେ ଏହି ବାଛୁରୀ ଦେଖିବା ପାଇଁ ପହଞ୍ଚୁଛନ୍ତି ।
ଗୋଟିଏ କିମ୍ବା ଦୁଇ ନୁହେଁ... ଚାରି ଲିଟର କ୍ଷୀରଏହି ଘଟଣାଟି ଜିଲ୍ଲାର ବିକାଶଖଣ୍ଡ ବ୍ଲକ ଖୋରାବାରର ଚଢ଼ାବାର । ଏଠାରେ ଲୋକମାନେ ୧୨ମାସର ବାଛୁରୀ ସନ୍ତାନ ପ୍ରସବ ନକରି କ୍ଷୀର ଦେବା କଥା ଲୋକଙ୍କ ପାଇଁ କୌତୁହଳର ବିଷୟ ପାଲଟିଛି । ଆଶ୍ଚର୍ଯ୍ୟଜନକ କଥା ହେଉଛି ବାଛୁରୀ ଗୋଟିଏ କିମ୍ବା ଦୁଇ ନୁହେଁ ବରଂ ଦିନକୁ ଚାରି ଲିଟର କ୍ଷୀର ଦେଉଛି ।
ବାଛୁରୀ ପ୍ରସବ ନକରି କ୍ଷୀର ଦେଉଛିଏ ସମ୍ପର୍କରେ ଗ୍ରାମବାସୀ କହିଛନ୍ତି ଯେ, ବାଛୁରୀକୁ ମାତ୍ର ୧୨ ମାସ । କୌତୁହଳର ବିଷୟ ହେଉଛି ସେ ସନ୍ତାନ ପ୍ରସବ ନକରି କ୍ଷୀର ଦେଉଛି । ପାଏ'ରୁ ଆରମ୍ଭ ହୋଇଥିବା କ୍ଷୀରର ପ୍ରକ୍ରିୟା ବର୍ତ୍ତମାନ ପ୍ରାୟ ଚାରି ଲିଟରରେ ପହଞ୍ଚିଛି । ସେ ଦିନକୁ ଦୁଇଥର ଚାରି ଲିଟର କ୍ଷୀର ଦେଉଛି ।
ବାଛୁରୀକୁ ଦେଖିବା ପାଇଁ ବହୁ ସଂଖ୍ୟକ ଲୋକ ପହଞ୍ଚୁଛନ୍ତିଲୋକମାନେ ଏହାକୁ ଏହାକୁ ଚମତ୍କାର ବୋଲି ଭାବି ଦେଖିବାକୁ ଆସୁଛନ୍ତି । ଲୋକମାନେ ବାଛୁରୀକୁ ପୂଜା କରୁଛନ୍ତି । ଲୋକମାନେ କହିଛନ୍ତି ଯେ ଏହି ଘଟଣା ଆଶ୍ଚର୍ଯ୍ୟଜନକ ଅଟେ । କେବଳ ଏତିକି ନୁହେଁ, ଏହା ମଧ୍ୟ ଦାବି କରାଯାଉଛି ଯେ ଯଦି ଏଥିରେ କେହି ସନ୍ଦେହ କରନ୍ତି, ତେବେ ସେ କ୍ଷୀର ବାହାର କରି ନିଜେ ଦେଖିପାରିବେ ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।