ପରିବାର ଲୋକଙ୍କୁ ଅତି ନିର୍ମମ ଭାବରେ ହତ୍ୟା କଲା ଯୁବକ; ଜାଣନ୍ତୁ ପୁରା ଖବର

ଦିଲ୍ଲୀର ପାଲମ ଅଞ୍ଚଳ

ଦିଲ୍ଲୀର ପାଲମ ଅଞ୍ଚଳ

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ନୂଆଦିଲ୍ଲୀ: ଦିଲ୍ଲୀର ପାଲମ ଅଞ୍ଚଳରେ ଜଣେ ଯୁବକ କେଶବ ନିଜ ପରିବାରର ଚାରିଜଣ ସଦସ୍ୟଙ୍କୁ ଛୁରାମାଡ଼ କରି ଅତି ନିର୍ମମ ଭାବେ ହତ୍ୟା କରିଛି। ସୂଚନା ଅନୁଯାୟୀ ଯୁବକ ଜଣକ ନିଶା ସେବନ କରି ନିଶାସକ୍ତ ଅବସ୍ଥାରେ ତାଙ୍କର ଦୁଇ ଭଉଣୀ, ବାପା ଏବଂ ଜେଜେମାଙ୍କୁ ହତ୍ୟା କରିଛି। ପୋଲିସ ଅଭିଯୁକ୍ତକୁ ଗିରଫ କରିଛି। ମଙ୍ଗଳବାର ରାତି ୧୦.୩୦ ସମୟରେ ପୋଲିସ ଏହି ଘଟଣା ସମ୍ପର୍କରେ ସୂଚନା ପାଇଥିଲା। ସେ କାହିଁକି ସମସ୍ତଙ୍କୁ ହତ୍ୟା କରିଥିଲା ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ। ପୋଲିସ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରିଛି ଏବଂ ତାଙ୍କୁ ପଚରାଉଚରା କରାଯାଉଛି ଏବଂ ସମସ୍ତ ଶବକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି।

ପୋଲିସ କହିଛି ଯେ ଘଟଣାସ୍ଥଳରୁ କିଛି ଫଟୋଗ୍ରାଫ ମଧ୍ୟ ବାହାରିଛି। ଏଥିରୁ ଯୁବକ ଜଣକ କିପରି ହତ୍ୟା କରିଛନ୍ତି ତାହା ଦେଖିବାକୁ ମିଲିବ। ସେ ତାଙ୍କ ନିଜ ଘର ରୁମ୍ ଭିତରେ ଭଉଣୀକୁ ହତ୍ୟା କରିଛନ୍ତି, ତାଙ୍କ ମୃତଦେହ ମଧ୍ୟ ସେହିଠାରେ ପଡ଼ିଥିବାର ଦେଖାଯାଇଛି। ଜେଜେମା’ଙ୍କ ମୃତଦେହ ଖଟ ଉପରେ ପଡିଥିବାବେଳେ ଅନ୍ୟ ଭଉଣୀ ଏବଂ ପିତାଙ୍କ ମୃତଦେହ ବାଥରୁମରେ ପଡ଼ି ରହିଥିଲା।

ପିତା: ୪୨ ବର୍ଷୀୟ ଦୀନେଶ କୁମାର ଜେଜେମା: ଦିୱାନୋ ଦେବୀ
ମାତା: ଦର୍ଶନ ସୈନି
ଭଉଣୀ: ଉର୍ବଶୀ
Published by:Soumyashree Mishra
First published: